fbpx

SSB ଓଡ଼ିଶା ଶିକ୍ଷକ ନିଯୁକ୍ତି; ୧୦୬୧ ପିଜିଟି ପଦବୀ ଖାଲି, ଏହିପରି କରନ୍ତୁ ଆବେଦନ

Advertisement

ଭୁବନେଶ୍ୱର: ପିଜିଟି (ସ୍ନାତକୋତ୍ତର ଶିକ୍ଷକ) ନିଯୁକ୍ତି ପାଇଁ ଓଡ଼ିଶା ରାଜ୍ୟ ଚୟନ ବୋର୍ଡ ପକ୍ଷରୁ ଦରଖାସ୍ତ ଗ୍ରହଣ ପାଇଁ ବିଜ୍ଞପ୍ତି ପ୍ରକାଶିତ। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ଖାଲି ପଡ଼ିଥିବା ପଦବୀ ପୂରଣ କରାଯିବ। ବୋର୍ଡୱେବସାଇଟରେ ନିଯୁକ୍ତି ଅଭିଯାନ ପାଇଁ ବିଧିବଦ୍ଧ ବିଜ୍ଞପ୍ତି ମଧ୍ୟ ପ୍ରକାଶ ପାଇଛି।

ଏହି ନିଯୁକ୍ତି ଅଭିଯାନ ଅଧୀନରେ ବୋର୍ଡ ମୋଟ ୧୦୬୧ଟି ଖାଲି ପଦବୀ ପୂରଣ କରିବାକୁ ଲକ୍ଷ୍ୟ ରଖିଛି। ଇଚ୍ଛୁକ ପ୍ରାର୍ଥୀମାନେ ନିଜର ଯୋଗ୍ୟତା ଅନୁସାରେ ଏସଏସବିର ଅଫିସିଆଲ ୱେବସାଇଟ ssbodisha.ac.in ଜରିଆରେ ଅନଲାଇନରେ ଆବେଦନ କରିପାରିବେ । ସୂଚନାଯୋଗ୍ୟ, ମାର୍ଚ୍ଚ ୧୮ତାରିଖରୁ ଅନ୍ଲାଇନ୍ ରେଜିଷ୍ଟ୍ରେସନ୍ ପ୍ରକ୍ରିୟା ଆରମ୍ଭ ହେବ। ଅଧିକ ବିବରଣୀ ପାଇଁ, ନିମ୍ନରେ ଦିଆଯାିଥିବା ସୂଚନା ଉପରେ ନଜର ପକାନ୍ତୁ।

ଏସଏସବି ଓଡ଼ିଶା ଶିକ୍ଷକ ନିଯୁକ୍ତି ୨୦୨୪ ଗୁରୁତ୍ୱପୂର୍ଣ୍ଣ ତାରିଖ
ଅନ୍ ଲାଇନ୍ ରେଜିଷ୍ଟ୍ରେସନ୍ ଆରମ୍ଭ ତାରିଖ: ମାର୍ଚ୍ଚ ୧୮, ୨୦୨୪
ଅନ୍ ଲାଇନ୍ ରେଜିଷ୍ଟ୍ରେସନ୍ ଶେଷ ତାରିଖ: ଏପ୍ରିଲ ୧୮, ୨୦୨୪ ରାତି ୧୧ଟା ୪୫ ପର୍ଯ୍ୟନ୍ତ

ଏସଏସବି ଓଡ଼ିଶା ଶିକ୍ଷକ ନିଯୁକ୍ତି ୨୦୨୪ ଯୋଗ୍ୟତା
ପ୍ରାର୍ଥୀମାନେ ଯେଉଁ ବିଷୟପାଇଁ ଆବେଦନ କରୁଛନ୍ତି ସେହି ବିଷୟରେ କୌଣସି ସ୍ୱୀକୃତିପ୍ରାପ୍ତ ବିଶ୍ୱବିଦ୍ୟାଳୟରୁ ସ୍ନାତକୋତ୍ତର ଡିଗ୍ରୀ ହାସଲ କରିଥିବା ଆବଶ୍ୟକ । ସେମାନଙ୍କର ବିଏଡ୍ ଡିଗ୍ରୀ କିମ୍ବା ସମାନ ଯୋଗ୍ୟତା ଥିବା ଆବଶ୍ୟକ । ଆବଶ୍ୟକ ଶିକ୍ଷାଗତ ଯୋଗ୍ୟତା ସମ୍ପର୍କରେ ବିସ୍ତୃତ ସୂଚନା ପାଇଁ ପ୍ରାର୍ଥୀଙ୍କୁ ସରକାରୀ ବିଜ୍ଞପ୍ତି ଯାଞ୍ଚ କରିବାକୁ ପରାମର୍ଶ ଦିଆଯାଇଛି।

ବୟସ ସୀମା-

ଆବେଦନ ପାଇଁ ସର୍ବନିମ୍ନ ବୟସ ସୀମା: ୨୧ ବର୍ଷ ବୟସ
ଆବେଦନ ପାଇଁ ସର୍ବାଧିକ ବୟସ ସୀମା: ୩୮ ବର୍ଷ ବୟସ

ଚୟନ ପ୍ରକ୍ରିୟା-
ଦୁଇଟି ପର୍ଯ୍ୟାୟକୁ ଆଧାର କରି ଚୂଡ଼ାନ୍ତ ପ୍ରାର୍ଥୀ ଚୟନ କରାଯିବ।

-୧୫୦ ମାର୍କର ଲିଖିତ ପରୀକ୍ଷା
-କ୍ୟାରିୟର ମୂଲ୍ୟାୟନ ୫୦ ମାର୍କର

ଆପ୍ଳିକେସନ୍ ଫି-
ଏସସି/ଏସଟି/ପିଡବ୍ଲୁଡି ବର୍ଗର ପ୍ରାର୍ଥୀଙ୍କ ଲାଗି କୌମସି ଫି ନଥିବା ବେଳେ ଅନ୍ୟ ପ୍ରାର୍ଥୀଙ୍କ ପାଇଁ ୨୦୦ ଟଙ୍କା ରହିଛି ।

Get real time updates directly on you device, subscribe now.