fbpx

SSB ଜାରି କଲା ଆଡମିଟ୍ କାର୍ଡ: ଜୁନ୍ ୧୯ରେ ଜୁନିୟର ଆସିଷ୍ଟାଣ୍ଟ ଲିଖିତ ପରୀକ୍ଷା

Advertisement

ଭୁବନେଶ୍ୱର(ଓଡ଼ିଶା ଭାସ୍କର): କନିଷ୍ଠ ସହାୟକ ପଦ ପୂରଣ ପାଇଁ କିଛି ମାସ ତଳେ ଓଡ଼ିଶା ସ୍ୱାସ୍ଥ୍ୟ ବିଜ୍ଞାନ ବିଶ୍ୱବିଦ୍ୟାଳୟ, ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (ସିଏଚଏସଇ) ଓଡ଼ିଶା, ମାଧ୍ୟମିକ ଶିକ୍ଷା ପରିଷଦ (ବିଏସଇ) ତରଫରୁ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ଓଡ଼ିଶା ସ୍ୱାସ୍ଥ୍ୟ ବିଜ୍ଞାନ ବିଶ୍ୱବିଦ୍ୟାଳୟରେ ମୋଟ ୬୦ଟି, ସିଏଚଏସଇ ଓଡ଼ିଶାରେ ୨୮ଟି ଓ ବିଏସଇ ଓଡ଼ିଶାରେ ୨୦ଟି ଏପରି ଭାବେ ମୋଟ ୧୦୮ଟି ଜୁନିୟର ଆସିଷ୍ଟାଣ୍ଟ ପଦ ଖାଲି ରହିଥିଲା । ଏଥିପାଇଁ ମାର୍ଚ୍ଚ ୧୬ରୁ ଏପ୍ରିଲ ୧୫ ମଧ୍ୟରେ ଅନଲାଇନରେ ଆବେଦନ ଚାଲିଥିଲା ।

ତେବେ ଏହା ମଧ୍ୟରେ ଜୁନିୟର ଆସିଷ୍ଟାଣ୍ଟ ପଦର ଲିଖିତ ପରୀକ୍ଷା ପାଇଁ ଆଡମିଟ୍ କାର୍ଡ ଜାରି କରାଯାଇଛି । ଜୁନ୍ ୧୯ରେ ହେବାକୁ ଥିବା ଲିଖିତ ପରୀକ୍ଷା ପାଇଁ ପ୍ରାର୍ଥୀମାନେ ରାଜ୍ୟ ଚୟନ ବୋର୍ଡ (ଏସଏସବି) ଓଡ଼ିଶା ୱେବସାଇଟକୁ ଯାଇ ନିଜ ନିଜର ଆଡମିଟ୍ କାର୍ଡ ଡାଉନଲୋଡ୍ କରିପାରିବେ । ଲିଖିତ ପରୀକ୍ଷା ଓ କମ୍ପ୍ୟୁଟର ଟେଷ୍ଟ ଜରିଆରେ ଯୋଗ୍ୟ ପ୍ରାର୍ଥୀଙ୍କୁ ଚୟନ କରାଯିବ । ପ୍ରାର୍ଥୀମାନେ ତଳେ ଦିଆଯାଇଥିବା ଲିଙ୍କକୁ ଯାଇ ଆଡମିଟ୍ କାର୍ଡ ଡାଉନଲୋଡ୍ କରିପାରିବେ ।

ଆଡମିଟ୍ କାର୍ଡ ଡାଉନଲୋଡ୍ ଲିଙ୍କ: https://admitcards.ssbodisha.ac.in/juniorassistants

Get real time updates directly on you device, subscribe now.