fbpx

SSC ରଦ୍ଦ କଲା ୫ଟି ପଦର ନିଯୁକ୍ତି: ଲକ୍ଷାଧିକ ଆଶାୟୀଙ୍କୁ ବଡ଼ ଝଟକା

ନୂଆଦିଲ୍ଲୀ: କର୍ମଚାରୀ ଚୟନ ଆୟୋଗ (ଏସଏସସି) ଦ୍ୱାରା ପରିଚାଳିତ କିଛି ପଦର ନିଯୁକ୍ତିକୁ ନେଇ ଆସିଛି ଏକ ଜରୁରୀ ଖବର । ୫ଟି ପଦର ନିଯୁକ୍ତିକୁ ରଦ୍ଦ କରିଛି ଏସଏସସି । ପ୍ରଶାସନିକ କାରଣରୁ ଏହି ପଦକ୍ଷେପ ଗ୍ରହଣ କରାଯାଇଥିବା କୁହାଯାଇଛି । ନିକଟରେ ନିଟ ୟୁଜି, ୟୁଜିନେଟ ଆଦି ପରୀକ୍ଷାର ପେପର ଲିକକୁ ନେଇ ସୃଷ୍ଟି ହୋଇଥିବା ବେଳେ ବିବାଦ ଥମିନଥିବା ବେଳେ ଏହା ମଧ୍ୟରେ ପୁଣି ଲକ୍ଷାଧିକ ଆଶାୟୀଙ୍କ ପାଇଁ ବଡ଼ ଝଟକା । ଏକାଧିକ ପଦର ନିଯୁକ୍ତି ବାତିଲ କରାଯାଇଥିବାୁ ପ୍ରାର୍ଥୀମାନେ ଏସଏସସିର ଅଫିସିଆଲ ୱେବସାଇଟକୁ ଯାଇ ଏ ବାବଦରେ ସବିଶେଷ ତଥ୍ୟ ଜାଣିପାରିବେ ।

ସମସ୍ତ ପଦର ରଦ୍ଦ ନେଇ ଏସଏସସି ପକ୍ଷରୁ ପୃଥକ୍ ପୃଥକ୍ ୫ଟି ବିଜ୍ଞପ୍ତି ଜାରି କରି ସୂଚନା ଦିଆଯାଇଛି । କେନ୍ଦ୍ର ସରକାରଙ୍କ କୃଷି ମନ୍ତ୍ରଣାଳୟ ଅଧିନରେ ଥିବା ମାର୍କେଟିଂ ଓ ତଦାରଖ ନିର୍ଦ୍ଦେଶାଳୟରେ ନିଯୁକ୍ତି ପାଇଥିବାକୁ ଥିବା ଅପର ଡିଭିଜନ କ୍ଲର୍କ (ୟୁଡିସି) ପଦର ନିଯୁକ୍ତି ରଦ୍ଦ କରିଦିଆଯାଇଛି । ଅଣସଂରକ୍ଷିତଙ୍କ ପାଇଁ ୨ଟି ଓ ଅନୁସୂଚିତ ଜନଜାତି (ଏସଟି)ଙ୍କ ପାଇଁ ୧ଟି ୟୁଡିସି ପଦ ସଂରକ୍ଷିତ ରହିଥିଲା । ମନ୍ତ୍ରଣାଳୟର ଅନୁରୋଧ ଆଧାରରେ ଏହି ସମସ୍ତ ପଦର ନିଯୁକ୍ତିକୁ ରଦ୍ଦ କରାଯାଇଛି । ପ୍ରତିରକ୍ଷା ମନ୍ତ୍ରଣାଳୟ ଅଧିନରେ ଥିବା ମିଲିଟାରୀ ଇଣ୍ଟେଲିଜେନ୍ସ ନିର୍ଦ୍ଦେଶାଳୟରେ ନିଯୁକ୍ତି ପାଇଥିବାକୁ ଥିବା ପରୀକ୍ଷକ-୨ ପାଇଁ ୭ଟି ପଦର ନିଯୁକତିକୁ ରଦ୍ଦ କରିଦିଆଯାଇଛି । ସେହିପରି ଗ୍ରାମ୍ୟ ବିକାଶ ମନ୍ତ୍ରଣାଳୟ ଅଧିନରେ ନିଯୁକ୍ତି ପାଇବାକୁ ଥିବା ରିସର୍ଚ୍ଚ ଇନଭେଷ୍ଟିଗେଟର ପଦର ନିଯୁକ୍ତିକୁ ରଦ୍ଦ କରିଦିଆଯାଇଛି ।

Get real time updates directly on you device, subscribe now.