fbpx

ପ୍ରକାଶ ପାଇଲା SSC CHSL 2022 ବିଜ୍ଞପ୍ତି: ପାଖାପାଖି ୪୫୦୦ ପଦବୀରେ ଦିଆଯିବ ନିଯୁକ୍ତି

ଷ୍ଟାଫ ସିଲେକ୍ସନ କମିସନ (ଏସଏସସି) ପକ୍ଷରୁ ମିଳିତ ଉଚ୍ଚ ମାଧ୍ୟମିକ ସ୍ତରୀୟ (ଦଶମ ଯୁକ୍ତ ଦୁଇ) ପରୀକ୍ଷା ବା ଏସଏସସି ସିଏଚଏସଏଲ ୨୦୨୨ର ବିଜ୍ଞପ୍ତି ଡିସେମ୍ବର ମାସ ୬ ତାରିଖରେ ପ୍ରକାଶ ପାଇଛି । ଏସଏସସି ସିଏଚଏସଏଲର ନୋଟିଫିକେସନ ଅଫିସିଆଲ ୱେବସାଇଟ ssc.nic.inରେ ଉପଲବ୍ଧ ରହିଛି । ଆବେଦନକାରୀମାନେ ଆସନ୍ତା ଜାନୁଆରୀ ମାସ ୪ ତାରିଖ ସୁଦ୍ଧା ସେମାନଙ୍କର ଆବେଦନ ଫର୍ମ ସବମିଟ୍ କରିପାରିବେ । ଜାନୁଆରୀ ୯ରୁ ଜାନୁଆରୀ ୧୦ ତାରିଖ ପର୍ଯ୍ୟନ୍ତ ଆପ୍ଲିକେସନ କରେକ୍ସନ ୱିଣ୍ଡୋ ଆକ୍ଟିଭେଟ ରହିବ ।

୨୦୨୩ ବର୍ଷ ଫେବୃଆରୀ-ମାର୍ଚ୍ଚରେ ଏସଏସସି ସିଏଚଏସଲ ଟାୟର-୧ ପରୀକ୍ଷା ହେବା ନେଇ ଶିଡ୍ୟୁଲ ହୋଇଛି । ସେହିପରି ଟାୟର-୨ ପରୀକ୍ଷା ଶିଡ୍ୟୁଲ ନେଇ ପରେ ନୋଟିସ୍ ଜାରି ହେବ ।

ଏସଏସସି ସିଏଚଏସଏଲ ନିଯୁକ୍ତି ୨୦୨୨ ଭ୍ୟାକେନ୍ସି ଡିଟେଲ୍ସ: ଏହି ନିଯୁକ୍ତି ପ୍ରକ୍ରିୟାରେ ପାଖାପାଖି ୪୫୦୦ ପଦବୀରେ ଲୋୟର ଡିଭିଜନ କ୍ଲର୍କ / ଜୁନିୟର ସେକ୍ରେଟାରିଏଟ ଆସିଷ୍ଟାଣ୍ଟ ଓ ଡାଟା ଏଣ୍ଟ୍ରି ଅପରେଟର୍ସଙ୍କୁ ନିଯୁକ୍ତି ଦିଆଯିବ ।

ଏସଏସସି ସିଏଚଏସଏଲ ନିଯୁକ୍ତି ୨୦୨୨ ବୟସ ସୀମା: ୨୦୨୨ ମସିହା ଜାନୁଆରୀ ମାସ ୧ ତାରିଖ ସୁଦ୍ଧା ପ୍ରାର୍ଥୀଙ୍କର ବୟସ ୧୮ରୁ ୨୭ ବର୍ଷ ମଧ୍ୟରେ ହୋଇଥିବା ଆବଶ୍ୟକ ।

ଏସଏସସି ସିଏଚଏସଏଲ ନିଯୁକ୍ତି ୨୦୨୨ ଶିକ୍ଷାଗତ ଯୋଗ୍ୟତା: ଏଲଡିସି / ଜେଏସଏ ଓ ଡିଇଓ / ଡିଇଓ ଗ୍ରେଡ ‘ଏ’ ପଦବୀରେ ଆବେଦନ ପାଇଁ ପ୍ରାର୍ଥୀ ଯେ କୌଣସି ସ୍ୱୀକୃତିପ୍ରାପ୍ତ ବିଶ୍ୱବିଦ୍ୟାଳୟରୁ ଯୁକ୍ତଦୁଇ ବା ସମତୂଲ୍ୟ ପରୀକ୍ଷାରେ ପାସ୍ କରିଥିବେ ।

ଏସଏସସି ସିଏଚଏସଏଲ ନିଯୁକ୍ତି ୨୦୨୨ ଆବେଦନ ଫିସ: ଆବେଦନ ଫିସ୍ ୧୦୦ ଟଙ୍କା । ମହିଳା ପ୍ରାର୍ଥୀ/ ଅନୁସୂଚିତ ଜାତି (ଏସସି), ଅନୁସୂଚିତ ଜନଜାତି (ଏସଟି), ମାନଦଣ୍ଡ ଅକ୍ଷମ ବ୍ୟକ୍ତି (ପିଡବ୍ଲ୍ୟୁବିଡି), ଏକ୍ସ-ସର୍ଭିସମ୍ୟାନ (ଇଏସଏମ) ଭାବେ ସଂରକ୍ଷିତ ଯୋଗ୍ୟ ପ୍ରାର୍ଥୀଙ୍କ ପାଇଁ ଆବେଦନ ଫିସ୍ ଛାଡ଼ କରାଯିବ ।

ଏସଏସସି ସିଏଚଏସଏଲ ନିଯୁକ୍ତି ୨୦୨୨ ପରୀକ୍ଷା ସ୍କିମ: ଟାୟର-୧ ଓ ଟାୟର-୨ ଏହି ଦୁଇଟି ପରୀକ୍ଷା କମ୍ପ୍ୟୁଟର ବେସଡ୍ ରହିବ । ଟାୟର-୧ ପରୀକ୍ଷାରେ ଅବଜେକ୍ଟିଭ ଟାଇପ, ମଲ୍ଟିପୁଲ ଚଏସ୍ ପ୍ରଶ୍ନ ରହିବ । ଭାଗ ୨, ୩ ଓ ୪ର ପ୍ରଶ୍ନଗୁଡ଼ିକ ଉଭୟ ଇଂରାଜୀ ଓ ହିନ୍ଦିରେ ରହିବ ।

ଆବେଦନ ପାଇଁ ସିଧାସଳଖ ଲିଙ୍କ

https://ssc.nic.in/

ଏସଏସସି ସିଏଚଏସଏଲ ନିଯୁକ୍ତି ୨୦୨୨: କିପରି ଆବେଦନ କରିବେ

ଅଫିସିଆଲ ୱେବସାଇଟ aକୁ ଯାଆନ୍ତୁ

ହୋମପେଜରେ ଆପ୍ଲାଏ ଟ୍ୟାବ୍ ଉପରେ କ୍ଲିକ୍ କରନ୍ତୁ, ତା’ପରେ ସିଏଚଏସଏଲ ଉପରେ
ଆବେଦନ ଫର୍ମ ପୂରଣ କରନ୍ତୁ

ସମସ୍ତ ଦରକାରୀ ଡକ୍ୟୁମେଣ୍ଟ ଅପଲୋଡ୍ କରନ୍ତୁ

ଆବେଦନ ଫିସ୍ ଭରଣା କରନ୍ତୁ

ସବମିଟ୍ କରନ୍ତୁ ଓ ଭବିଷ୍ୟତର ରେଫରେନ୍ସ ପାଇଁ ପ୍ରିଣ୍ଟ ଆଉଟ୍ କାଢ଼ି ରଖନ୍ତୁ

ନୋଟିଫିକେସନ

https://ssc.nic.in/SSCFileServer/PortalManagement/UploadedFiles/Notice_chsl_06122022.pdf

Get real time updates directly on you device, subscribe now.