fbpx

SSC MTS ନିଯୁକ୍ତି ୨୦୨୪: ୮୩୨୬ ପଦ ପୂରଣ ପାଇଁ ଆରମ୍ଭ ହେଲା ଆବେଦନ ପ୍ରକ୍ରିୟା

Advertisement

ନୂଆଦିଲ୍ଲୀ: ସମସ୍ତ ସରକାରୀ ଚାକିରି ଆଶାୟୀଙ୍କ ପାଇଁ ଆସିଛି ଏକ ବଡ଼ ସୁଯୋଗ । କେନ୍ଦ୍ର ସରକାରଙ୍କ କର୍ମଚାରୀ ଚୟନ ଆୟୋଗ (ଏସଏସସି) ତରଫରୁ ମଲ୍ଟି ଟାସ୍କିଂ (ଏମଟିଏସ) (ନନ-ଟେକ୍ନିକାଲ) ଷ୍ଟାଫ ଓ ହାବିଲଦାର (ସିବିଆଇସି ଓ ସିବିଏନ) ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି । ଜୁନ ୨୭ରୁ ଏଥିପାଇଁ ଅନଲାଇନ୍ ରେଜିଷ୍ଟ୍ରେସନ ପ୍ରକ୍ରିୟା ଆରମ୍ଭ ହୋଇ ସାରିଥିବା ବେଳେ ଜୁଲାଇ ୩୧ ଆବେଦନର ଅନ୍ତିମ ତାରିଖ ରହିଛି । ଅଗଷ୍ଟ ପହିଲା ସୁଦ୍ଧା ପେମେଣ୍ଟ ଗ୍ରହଣ କରାଯିବ । ଅଗଷ୍ଟ ୧୬ରୁ ୧୭ ମଧ୍ୟରେ ପ୍ରାର୍ଥୀମାନେ ଆପ୍ଲିକେସନ ଫର୍ମ ସଂଶୋଧନ କରିବେ । ଅକ୍ଟୋବର-ନଭେମ୍ବର ମାସରେ କମ୍ପ୍ୟୁଟର ବେସଡ ଟେଷ୍ଟ (ସିବିଟି) ମୋଡ଼ରେ ପରୀକ୍ଷା ହେବା ନେଇ ଶିଡ୍ୟୁଲ ହୋଇଛି ।

ମହିଳା, ଅନୁସୂଚିତ ଜାତି (ଏସସି), ଅନୁସୂଚିତ ଜନଜାତି (ଏସଟି), ପିଡବ୍ଲ୍ୟୁଡି ଓ ଇଏସଏମ ବର୍ଗର ପ୍ରାର୍ଥୀଙ୍କ ପାଇଁ ଆବେଦନ ଫିସ୍ ଛାଡ଼ କରାଯାଇଥିବା ବେଳେ ଅନ୍ୟ ପ୍ରାର୍ଥୀମାନେ ୧୦୦ ଟଙ୍କା ଦାଖଲ କରିବେ । ପେମେଣ୍ଟ ଅନଲାଇନ୍ ମୋଡ଼ରେ ଗ୍ରହଣ କରାଯିବ । ଏମଟିଏସ ପଦ ପାଇଁ ପ୍ରାର୍ଥୀଙ୍କର ବୟସ ଯୋଗ୍ୟତା ୧୮ରୁ ୨୫ ବର୍ଷ ମଧ୍ୟରେ ହୋଇଥିବା ଆବଶ୍ୟକ । ସେହିପରି ହାବିଲଦାର ପଦ ପାଇଁ ପ୍ରାର୍ଥୀଙ୍କର ବୟସ ଯୋଗ୍ୟତା ୧୮ରୁ ୨୭ ବର୍ଷ ମଧ୍ୟର ହୋଇଥିବା ଆବଶ୍ୟକ । ଏସସି, ଏସଟି, ଓବିସି, ପିଡବ୍ଲ୍ୟୁଡି, ଏକ୍ସ-ସର୍ଭିସମେନଙ୍କ ପାଇଁ ବୟସ କୋହଳ କରାଯିବ । ୨୦୨୪ ମସିହା ଅଗଷ୍ଟ ମାସ ୧ ତାରିଖ ସୁଦ୍ଧା ପ୍ରାର୍ଥୀଙ୍କର ବୟସ ହିସାବକୁ ନିଆଯିବ । ଏଥିରେ ଆବେଦନ କରିବାକୁ ହେଲେ ପ୍ରାର୍ଥୀଙ୍କୁ କୌଣସି ସ୍ୱୀକୃତିପ୍ରାପ୍ତ ବୋର୍ଡ କିମ୍ବା ୟୁନିଭରସିଟିରୁ ମାଟ୍ରିକ ପାସ୍ କରିଥିବା ଆବଶ୍ୟକ ।

ଅନଲାଇନ୍ ଆବେଦନ ଲିଙ୍କ: https://ssc.gov.in/login

ନୋଟିଫିକେସନ ଲିଙ୍କ: https://ssc.gov.in/api/attachment/uploads/masterData/NoticeBoards/NoticeOfMTSNT_20240627.pdf

Get real time updates directly on you device, subscribe now.