fbpx

ବାସି ଖାଦ୍ୟ ଖାଇବା ଆଜିଠାରୁ ଛାଡ଼ି ଦିଅନ୍ତୁ, ଏହା ଶରୀରର ପାଇଁ ଭୟଙ୍କର

ଅଧିକାଂଶ ଲୋକଙ୍କର ବାସି ଖାଦ୍ୟ ଖାଇବା ଅଭ୍ୟାସ ରହିଥାଏ । ପୂର୍ବଦିନ ରାତିରୁ ରହିଥିବା ଖାଦ୍ୟକୁ ଗରମ କରି ଅନେକ ଖାଇଥାନ୍ତି । ବିଶେଷଜ୍ଞଙ୍କ ମତରେ, ଏହି ଖାଦ୍ୟ ଖାଇବା ଦ୍ୱାରା ଆପଣ ଭୟଙ୍କର ରୋଗରେ ପଡ଼ିବାର ସମ୍ଭାବନା ରହିଛି । ତେଣୁ ଖାଦ୍ୟକୁ ସତେଜ ଅବସ୍ଥାରେ ସେବନ କରିବା ଉଚିତ । ଆସନ୍ତୁ ଜାଣିବା କେଉଁ କେଉଁ ବାସି ଖାଦ୍ୟକୁ ଖାଇବା ଆପଣଙ୍କର ସ୍ୱାସ୍ଥ୍ୟ ପକ୍ଷେ କ୍ଷତିକାରକ ହୋଇଥାଏ ।

– ଆମେମାନେ ନିୟମିତ ଖାଉଥିବା ଅଣ୍ଡାରେ ସାଲମୋନେଲା ନାମକ ଏକ ବ୍ୟାକ୍ଟେରିଆ ରହିଥାଏ । ଏହି ବ୍ୟାକ୍ଟେରିଆ ମୁଖ୍ୟତଃ ଅଧା ରନ୍ଧା ଓ କଞ୍ଚା ଅଣ୍ଡାରେ ମିଳିଥାଏ । ଏହି କାରଣରୁ ଜ୍ୱର, ପେଟ ଯନ୍ତ୍ରଣା, ଡାଇରିଆ ଭଳି ସମସ୍ୟା ଦେଖାଦେଇଥାଏ । ପ୍ରାୟ ଲୋକ ଅଣ୍ଡାକୁ କମ ସିଝାଇ ଖାଇଥାନ୍ତି । ଯାହାଫଳରେ ଅଣ୍ଡାରେ ଥିବା ବ୍ୟାକ୍ଟେରିଆ ସମ୍ପୂର୍ଣ୍ଣ ଭାବେ ମରିନଥାନ୍ତି ଓ ବାସି ଅଣ୍ଡାରେ ଏହି ବ୍ୟାକ୍ଟେରିଆ ଦୁଇଗୁଣ ହୋଇଯାଇଥାଏ ।

– ଆଳୁକୁ ରାନ୍ଧିବା ପରେ ଯଦି ଅଧିକ ସମୟ ପର୍ଯ୍ୟନ୍ତ ଥଣ୍ଡା ଛାଡ଼ି ଦିଆଯାଏ, ସେଥିରେ ଏକ ବ୍ୟାକ୍ଟେରିଆ ସୃଷ୍ଟି ହୋଇଥାଏ । ଏହି ବ୍ୟାକ୍ଟେରିଆ ଯୋଗୁଁ ଆମ ଶରୀରରେ ଦୃଷ୍ଟିଶକ୍ତି ହ୍ରାସ, ମୁହଁ ଶୁଖିଲା, ଶ୍ୱାସକ୍ରିୟାରେ ଯନ୍ତ୍ରଣା ଆଦି ଲକ୍ଷଣ ଦେଖାଦେଇଥାଏ । ଏହି ସମସ୍ୟା ସାଧାରଣତଃ ଶିଶୁଙ୍କ ଠାରେ ଦେଖାଦେଇଥାଏ । ଆଳୁକୁ କଦାପି ମାଇକ୍ରୋୱେବରେ ରଖିବା ଅନୁଚିତ ।

– ରନ୍ଧା ଯାଇଥିବା ଭାତକୁ ରୁମ ମଧ୍ୟରେ ଅଧିକ ସମୟ ପର୍ଯ୍ୟନ୍ତ ରଖିଲେ ସେଥିରେ ବେସିଲସ ସେରେସ ନାମକ ଏକ ବ୍ୟାକ୍ଟେରିଆ ସୃଷ୍ଟି ହୋଇଥାଏ । ବାସି ଭାତକୁ ଗରମ କରି ଖାଇବାର ଅଭ୍ୟାସ ଅନେକଙ୍କର ରହିଥାଏ, ଯାହାକି ଫୁଡ୍ ପଏଜନିଂର କାରଣ ସାଜିଥାଏ । ତେଣୁ ଭାତ ରାନ୍ଧିବାର ଏକ ଘଣ୍ଟା ମଧ୍ୟରେ ଖାଇନେବା ଉଚିତ୍ ।

– ଅଣ୍ଡା ପରି ଚିକେନରେ ମଧ୍ୟ ସାଲମୋନେଲା ବ୍ୟାକ୍ଟେରିଆ ରହିଥାଏ । ରନ୍ଧା ଯାଇଥିବା ଚିକେନକୁ ଅଧିକ ସମୟ ପର୍ଯ୍ୟନ୍ତ ରଖିବା ଫଳରେ ସେଥିରେ ବ୍ୟାକ୍ଟେରିଆ ଅଧିକ ବେଗରେ ବଢ଼ିଥାନ୍ତି । ଅତ୍ୟଧିକ ଉତ୍ତାପରେ ଚିକେନକୁ ରୋଷେଇ କରିବା ଦ୍ୱାରା ଏହି ବ୍ୟାକ୍ଟେରିଆ ସୃଷ୍ଟି ହୋଇପାରନ୍ତି ନାହିଁ ।

Get real time updates directly on you device, subscribe now.