fbpx

ଗୋଟିଏ ଗୋଡ଼ରେ କେତେ ସମୟ ହୋଇପାରିବେ ଠିଆ? ଏହି ଟେଷ୍ଟ କହିବ-କେତେ ବର୍ଷ ବଞ୍ଚିବେ ଆପଣ!

ନୂଆଦିଲ୍ଲୀ: ମଧ୍ୟମ ବୟସର ଲୋକ, ଯେଉଁମାନେ ଅତିକମରେ ୧୦ ସେକେଣ୍ଡ ପାଇଁ ଗୋଟିଏ ଗୋଡ଼ରେ ଠିଆ ହୋଇପାରନ୍ତି ନାହିଁ, ସେମାନଙ୍କଠାରେ ଏକ ଦଶନ୍ଧିରେ ମଧ୍ୟରେ ମୃତ୍ୟୁର ଆଶଙ୍କା ବଢ଼ିଯାଏ । ନିକଟରେ ବ୍ରିଟିଶ ଜର୍ଣ୍ଣାଲ ଅଫ ସ୍ପୋର୍ଟସ ମେଡିସିନ୍ ରେ ପ୍ରକାଶିତ ଏକ ଅଧ୍ୟୟନ ଏହା କୁହାଯାଇଛି ।

ଅନୁସନ୍ଧାନକାରୀମାନେ ଜାଣିବାକୁ ପାଇଛନ୍ତି କି, ବିନା ସପୋର୍ଟରେ ଗୋଟିଏ ଗୋଡରେ ୧୦ ସେକେଣ୍ଡ ପର୍ଯ୍ୟନ୍ତ ଠିଆ ହୋଇପାରୁନଥିବା ଲୋକଙ୍କର ମୃତ୍ୟୁର ଆଶଙ୍କା ବଢ଼ିଯାଏ । ବିନା ସପୋର୍ଟରେ ଗୋଟିଏ ଗୋଡରେ ଠିଆ ହୋଇପାରୁଥିବା ଲୋକଙ୍କ ତୁଳନାରେ ସେମାନଙ୍କର ମୃତ୍ୟୁର ସମ୍ଭାବନା ଆଗାମୀ ୧୦ ବର୍ଷ ଭିତରେ ୮୪% ବଢ଼ିଯାଏ । ବ୍ରାଜିଲରେ ୨୦୦୯ ରେ ୫୦ ବର୍ଷରୁ ଅଧିକ ବୟସର ୧୭୦୨ ଲୋକଙ୍କ ମଧ୍ୟରେ ଫିଟନେସ୍ ଓ ସ୍ୱାସ୍ଥ୍ୟର ଏକ ଅଧ୍ୟୟନ ହୋଇଥିଲା, ଯେଉଁଥିରେ ଏହି ରେଜଲ୍ଟ ସାମ୍ନାକୁ ଆସିଛି ।

ଅଧ୍ୟୟନର ପ୍ରତିଯୋଗୀମାନଙ୍କୁ ଗୋଟିଏ ଗୋଡକୁ ଉଠାଇ ଅନ୍ୟ ଗୋଡ ପଛରେ ରଖିବା ପାଇଁ କୁହାଯାଇଥିଲା । ଭୂମି ସ୍ପର୍ଶ ନକରି ଓ ସେମାନଙ୍କ ହାତକୁ ସାଇଡରେ ରଖି ଆଗକୁ ଚାହିଁବାକୁ କୁହାଯାଇଥିଲା । ପାଞ୍ଚ ଜଣରେ ଜଣେ ବ୍ୟକ୍ତି ଏହି ଟେଷ୍ଟରେ ଫେଲ୍ ହୋଇଥିଲେ । ଅଧିକ ବୟସ୍କ କିମ୍ବା ରୋଗାଗ୍ରସ୍ତ ଲୋକମାନେ ଏଥିରେ ଫେଲ୍ ହୋଇଥିବା ଜଣାପଡିଛି ।

ଆପଣ କେତେ ସମୟ ପର୍ଯ୍ୟନ୍ତ ନିଜ ଶରୀରକୁ ବାଲାନ୍ସ କରି ଠିଆ ହୋଇପାରୁଛନ୍ତି, ଏଥିରୁ ଆପଣଙ୍କ ସ୍ୱାସ୍ଥ୍ୟ ବିଷୟରେ ନିର୍ଣ୍ଣୟ କରାଯାଇପାରିବ । ଏହି ଅନୁସନ୍ଧାନର ଏକ ଅଧ୍ୟୟନରୁ ଜଣାପଡିଛି କି, ଯେଉଁ ଲୋକମାନେ ୧୦ ସେକେଣ୍ଡ ପାଇଁ ଠିଆ ହୋଇପାରିଲେ ନାହିଁ, ସେମାନଙ୍କୁ ଷ୍ଟ୍ରୋକ୍ ହେବାର ଆଶଙ୍କା ଅଧିକ ରହିଛି ।

ଏଥିପାଇଁ ବ୍ରିଟେନ, ଆମେରିକା, ଅଷ୍ଟ୍ରେଲିଆ, ଫିନଲ୍ୟାଣ୍ଡ ଏବଂ ବ୍ରାଜିଲର ବିଶେଷଜ୍ଞମାନେ ୧୨ ବର୍ଷ ଧରି ଏକ ଅନୁସନ୍ଧାନ କରିଥିଲେ । ଏଥିରେ ଖୁଲାସା ହେଲା କି, ୧୦ ସେକେଣ୍ଡ ପର୍ଯ୍ୟନ୍ତ ଗୋଟିଏ ଗୋଡରେ ଠିଆ ହେଇପାରୁନଥିବା ମଧ୍ୟମ ଏବଂ ବୃଦ୍ଧ ବ୍ୟକ୍ତିମାନଙ୍କ ମୃତ୍ୟୁ ଆଶଙ୍କା ଆଗାମୀ ୧୦ ବର୍ଷ ଭିତରେ ବଢ଼ିବାର ସମ୍ଭାବନା ରହିଛି ।

Get real time updates directly on you device, subscribe now.