fbpx

ସୀମା ବିବାଦକୁ ଲମ୍ବା ଟାଣିବାକୁ ଚାହୁଁଛି ଚୀନ, ସେନା ସ୍ଥିତି ପରିବର୍ତ୍ତନ କରିବାକୁ ଦେବ ନାହିଁ-ସେନାମୁଖ୍ୟ ମନୋଜ ପାଣ୍ଡେ

ନୁଆଦିଲ୍ଲୀ: ଲଦାଖ ସୀମାରେ ସମାଧାନ ଚାହୁଁନି ଚୀନ, ଏହି ବିବାଦକୁ ଲମ୍ବା ଟାଣିବାକୁ ଉଦ୍ୟମ କରୁଛି ବୋଲି କହିଛନ୍ତି ସେନାର ନୂତନ ମୁଖ୍ୟ ଜେନେରାଲ ମନୋଜ ପାଣ୍ଡେ। ସ୍ପଷ୍ଟ ଭାବରେ ସେ କହିଛନ୍ତି ଯେ ଉତ୍ତର ସୀମାରେ ସ୍ଥିତି ପରିବର୍ତ୍ତନ ହେବାକୁ ସେନା ଅନୁମତି ଦେବ ନାହିଁ। ବିବାଦ ଏକପାଖିଆ ଭାବରେ ସମାଧାନ ହୋଇପାରିବ ନାହିଁ । ଦୁଇ ଦେଶ ମଧ୍ୟରେ ବିବାଦ କେବଳ ଆଲୋଚନା ମାଧ୍ୟମରେ ସମାଧାନ ହୋଇପାରିବ ବୋଲି ସେନାମୁଖ୍ୟ କହିଛନ୍ତି ।

ଗଣମାଧ୍ୟମକୁ ଦେଇଥିବା ଏକ ସାକ୍ଷାତକାରରେ ଚୀନ୍ ଉପରେ ଜେନେରାଲ ପାଣ୍ଡେ କହିଛନ୍ତି, ଚୀନ୍ ସହିତ ସମ୍ପର୍କକୁ ସୁଦୃଢ଼ କରିବା ପାଇଁ ସମଗ୍ର ଦେଶ ଏବଂ ବିଭିନ୍ନ ଏଜେନ୍ସି ଅନେକ ସ୍ତରରେ ଉଦ୍ୟମ କରୁଛନ୍ତି । ଦୁଇ ଦେଶର ସେନା ମଧ୍ୟରେ କମାଣ୍ଡର ସ୍ତରୀୟ ଆଲୋଚନା ଜାରୀ ରହିଛି । ପୂର୍ବ ଲଦାଖ ସମେତ ସମଗ୍ର ଏଲଏସିରେ ଗୁରୁତ୍ୱପୂର୍ଣ୍ଣ ରଣନୀତିକ ଭିତ୍ତିଭୂମି ଉପରେ ସେନା ନିଜର ଆଭିମୁଖ୍ୟ ବଜାୟ ରଖିଛି । ଯାହାଫଳରେ ସ୍ଥିତି ପରିବର୍ତ୍ତନ କରିବାକୁ ଯେକୌଣସି ପ୍ରୟାସକୁ ରୋକାଯାଇପାରିବ ।

ତେବେ ଭଲ କଥା ହେଉଛି ପୂର୍ବ ଲଦାଖକୁ ନେଇ କୂଟନୈତିକ ଏବଂ ସାମରିକ ସ୍ତରରେ ଆଲୋଚନା ଚାଲିଛି। ଏହି ବାର୍ତ୍ତାଳାପ ମାଧ୍ୟମରେ ଉଭୟ ପକ୍ଷ ପେଙ୍ଗାଙ୍ଗ, ଗୋଗ୍ରା ଏବଂ ଗାଲୱାନରେ ପଛକୁ ଫେରିବାରେ ସଫଳ ହୋଇଥିଲେ । ବାକି ବିବାଦୀୟ ସ୍ଥାନମାନଙ୍କରେ ଆଲୋଚନା ଚାଲିଛି ଚୀନ ଚାହିଁଲେ ଏହି ବିଷୟରେ ଖୁବ୍ ଶିଘ୍ର ଏହି ବିଷୟର ସମାଧାନ ହୋଇପାରିବ ବୋଲି ସେନାମୁଖ୍ୟ କହିଛନ୍ତି ।

Get real time updates directly on you device, subscribe now.