fbpx

ଆରମ୍ଭ ହେବାକୁ ଯାଉଛି ରାଜ୍ୟ ବିଧାନସଭାର ଶୀତ ଅଧିବେସନ

ଭୁବନେଶ୍ୱର: ପ୍ରତିବର୍ଷ ପରି ଏଥର ଆରମ୍ଭ ହେବାକୁ ଯାଉଛି ଶୀତ ଅଧିବେଶନ । ତେବେ ଆସନ୍ତା ନଭେମ୍ବର ୨୪ରୁ ଆରମ୍ଭ ହେବାକୁ ଯାଉଛି ରାଜ୍ୟ ବିଧାନସଭାର ଶୀତକାଳିନ ଅଧିବେସନ । ଶୀତ ଅଧିବେଶନରେ ମୋଟ ୩୩ଟି କାର୍ଯ୍ୟ ଦିବସ ରହିଛି । ଏହି ବୈଠକରେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ୨୦୨୨-୨୩ ଆର୍ଥିକ ବର୍ଷ ଲାଗି ଅତିରିକ୍ତ ବଜେଟ ଆଗତ କରିପାରନ୍ତି ବୋଲି ସୂଚନା ମିଳିଛି । ଏଥିପାଇଁ ଖୁବ ଜୋରରେ ପ୍ରସ୍ତୁତି ଲାଗି ରହିଛି ।

ବିଧାନସଭା ପରିଚାଳନା ପାଇଁ ବାଚସ୍ପତି ଖୁବଶୀଘ୍ର ସର୍ବଦଳୀୟ ବୈଠକ ଡାକିପାରନ୍ତି । ତେବେ ପ୍ରଥମ ଦିନରେ ଅତିରିକ୍ତ ବଜେଟ ଆଗତ ହେବ । ଡ଼ିସେମ୍ବର ୨ରେ ପାରିତ ହେବ ବ୍ୟୟ ମଞ୍ଜୁରୀ ବିଲ । ଏହି ଶୀତକାଳୀନ ଅଧିବେଶନକୁ ରାଜ୍ୟପାଳଙ୍କ ଅନୁମୋଦନ ମିଳିଛି । ଏହି ଅଧିବେଶନଟି ନଭେମ୍ବର ୨୪ରୁ ଆରମ୍ଭ ହୋଇ ଡ଼ିସେମ୍ବର ୩୧ରେ ଶେଷ ହେବାକୁ ନିଷ୍ପତ୍ତି ନିଆଯାଇଛି ।

Get real time updates directly on you device, subscribe now.