fbpx

କୋଟି କୋଟି ଗ୍ରାହକଙ୍କୁ ଖରାପ ଖବର ଶୁଣାଇଲା SBI: କାଲିଠୁ ହେବାକୁ ଯାଉଛି ବଡ଼ ପରିବର୍ତ୍ତନ

ନୂଆଦିଲ୍ଲୀ: ଦେଶର ସର୍ବବୃହତ ସରକାରୀ ବ୍ୟାଙ୍କ ଏସବିଆଇ କୋଟି କୋଟି ଗ୍ରାହକଙ୍କୁ ଏକ ବଡ଼ ଝଟକା ଦେଇଛି । ଆସନ୍ତାକାଲି ଠାରୁ ବ୍ୟାଙ୍କ ୧୫ ଜୁଲାଇରୁ ଏକ ବିଶେଷ ପରିବର୍ତ୍ତନ କରିବାକୁ ଯାଉଛି, ଯାହା ବ୍ୟାଙ୍କ ଗ୍ରାହକଙ୍କ ପକେଟକୁ ସିଧାସଳଖ ପ୍ରଭାବିତ କରିବ । ଯଦି ଆପଣ ମଧ୍ୟ ଲୋନ୍ ନେଇଛନ୍ତି, ତେବେ ଆପଣଙ୍କର ଇଏମଆଇ ବୃଦ୍ଧି ପାଇବ । ବ୍ୟାଙ୍କ ଏହାର ଅଫିସିଆଲ୍ ୱେବସାଇଟରେ ଏ ବିଷୟରେ ସୂଚନା ଦେଇଛି ।

୦.୦୫ ପ୍ରତିଶତ ବୃଦ୍ଧି ହେବ :-

ତେବେ ବ୍ୟାଙ୍କ MCLR (Marginal Cost Of Funds Based Lending Rate) ହାରରେ ବୃଦ୍ଧି କରିଛି । ଶୁକ୍ରବାର ଦିନ ବ୍ୟାଙ୍କରୁ ମିଳିଥିବା ସୂଚନା ଅନୁଯାୟୀ, ଏମସିଏଲଆର ହାରରେ ୦.୦୫ ପ୍ରତିଶତ ବୃଦ୍ଧି ପାଇଛି । ବ୍ୟାଙ୍କର ଏହି ନିଷ୍ପତ୍ତି ସହିତ ଲୋନର ସୁଧ ହାର ମଧ୍ୟ ବୃଦ୍ଧି ପାଇବ ।

ଜୁଲାଇ ୧୫ ରୁ ଲାଗୁ ହେବ :-
ଜୁଲାଇ ୧୫ ରୁ ଏହି ନୂଆ ହାର ଲାଗୁ ହେବ ବୋଲି ବ୍ୟାଙ୍କ ସୂଚନା ଦେଇଛି । ବ୍ୟାଙ୍କ କହିଛି ଯେ ଏହି ସମୟରେ ଓଭରନାଇଟ୍ ଏମସିଏଲଆର ହାର ୮ ପ୍ରତିଶତ । ଏଥି ସହିତ ଏହାର ହାର ଏକ ମାସରେ ୮.୧୫ ପ୍ରତିଶତ । ଏହା ବ୍ୟତୀତ ୩ ମାସ ପାଇଁ ହାର ହେଉଛି ୮.୧୫ ପ୍ରତିଶତ ।

୨ ଏବଂ ୩ ବର୍ଷ ପାଇଁ ସୁଧ ହାର କେତେ :-
ବ୍ୟାଙ୍କ କହିଛି ଯେ ୬ ମାସ ପାଇଁ ରେଟ୍ ହେଉଛି ୮.୪୫ ପ୍ରତିଶତ ଏବଂ ଗୋଟିଏ ବର୍ଷ ପାଇଁ ହାର ହେଉଛି ୮.୫୫ ପ୍ରତିଶତ । ଏଥି ସହିତ ୨ ବର୍ଷର ହାର ହେଉଛି ୮.୬୫ ପ୍ରତିଶତ ଏବଂ ୩ ବର୍ଷର ଏମସିଏଲଆର ହାର ହେଉଛି ୮.୭୫ ପ୍ରତିଶତ ।

ସୁଧ ହାର ବଢ଼େ :-
ଯେତେବେଳେ ବି ଏକ ବ୍ୟାଙ୍କ ଏମସିଏଲଆରରେ ବୃଦ୍ଧି କରିଥାଏ, ତା’ହେଲେ ଏହା ସହିତ ଜଡିତ ଲୋନ୍ ଯେପରିକି- ହୋମ୍ ଲୋନ୍, ବାଇକ୍ ଲୋନର ସୁଧରେ ବୃଦ୍ଧି ପାଇଥାଏ ।

Get real time updates directly on you device, subscribe now.