ନୂଆଦିଲ୍ଲୀ : ସ୍ପେଶାଲିଷ୍ଟ କ୍ୟାଡ଼ର ଅଫିସର(sco) ପଦବୀ ପାଇଁ ଭାରତୀୟ ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ(SBI)୨୦୨୩ରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ କରିଛିା ବ୍ୟାଙ୍କ ଚାକିରି ପାଇଁ ପ୍ରସ୍ତୁତ ହେଉଥିବା ଯୋଗ୍ୟ ପ୍ରାର୍ଥୀଙ୍କ ପାଇଁ ଆବେଦନ କରିବାର ଏକ ଉତ୍ତମ ସୁଯୋଗ ରହିଛିା ଆଗ୍ରହୀ ପ୍ରାର୍ଥୀମାନେ sbi.co.in କୁ ଯାଇ ଅନଲାଇନରେ ଅବେଦନ କରିପାରିବେ । ଏହାର ଅନଲାଇନ ଆବେଦନ ପ୍ରକ୍ରିୟା ଜନୁ ୦୧ ରୁ ଆରମ୍ଭ ହୋଇସାରିଛି । ଏସବିଆଇ ଏସସିଓ ନିଯୁକ୍ତି ୨୦୨୩ ବିଜ୍ଞପ୍ତି ଅନୁଯାୟୀ ମୋଟ ୨୮ଟି ପଦବୀ ଡ୍ରାଇଭ ମାଧ୍ୟମରେ ପୂରଣ କରାଯିବ । ଏହି ପଦବୀ ପାଇଁ ଜୁନ ୨୧ ପର୍ଯ୍ୟନ୍ତ ଅନଲାଇନରେ ଆବେଦନ କରିପାରିବେ ।
ବିଶ୍ୱବିଦ୍ୟାଳୟରୁ ସ୍ୱୀକୃତିପ୍ରାପ୍ତ ସ୍ନାତକ ଡିଗ୍ରୀ , ବିଇ, ବିଟେକ କିମ୍ବା ସିଏ ସମ୍ବନ୍ଧିତ ବିଷୟରେ ଏମବିଏ ଦପିଜିଡ଼ିଏମ ପାସ କରିଥିବା ଆବଶ୍ୟକ । ଏହା ବ୍ୟତୀତ ଏଥିରେ ଅଭିଜ୍ଞତା ମଧ୍ୟ ରହିଥିବା ଦରକାର । ବିଜ୍ଞପ୍ତି ଦ୍ୱାରା ନିଯୁକ୍ତି ପାଇଁ ଶିକ୍ଷାଗତ ଯୋଗ୍ୟତା ଏବଂ ବୟସ ସୀମାର ସୂଚନା ପାଇପାରିବେ । ଜେନେରାଲ ,ଇଡ଼ବ୍ଲୁଏସ ଏବଂ ଓବିସି ପ୍ରାର୍ଥୀ ମାନଙ୍କ ପାଇଁ ଆବେଦନର ଶୁଳ୍କ ଓ ସୂଚନା ଶୁଳ୍କ ୭୫୦ ଟଙ୍କା ରହିଛି , ଅନୁସୁଚିତ ଜାତି /ଅନୁସୁଚିତ ଜନଜାତି /ପିଡ଼ବ୍ଲୁବିଡ଼ି ପ୍ରାର୍ଥୀଙ୍କ ପାଇଁ କୌଣସି ଶୁଳ୍କର ରାଶି ରଖାଯାଇ ନାହିଁ ।
ସିନିୟର ଭାଇସ ପ୍ରେସିଡ଼େଣ୍ଟ ଏବଂ ମାର୍କେଟିଙ୍ଗ ହେଡ଼ ପଦବୀ ପାଇଁ ୫୦ ରୁ ୫୫ ଲକ୍ଷ ଟଙ୍କା ଦରମା ରହିଛି (CTC କୁ ୭୦-୩୦ ଅନୁପାତରେ ସ୍ଥିର ଦରମା ଏବଂ ଭେରିଏବ୍ଲ ପେରେ ବିଭକ୍ତ କରାଯିବ) ।