fbpx

ଆଜି ରାଜ୍ୟ କ୍ୟାବିନେଟ୍ ବୈଠକ

ଭୁବନେଶ୍ୱର, ୧୨ା୪ (ଓଡିଶା ଭାସ୍କର): ଆଜ୍ୟ ରାଜ୍ୟ କ୍ୟାବିନେଟର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହେବ । ମଧ୍ୟାହ୍ନ ସାଢ଼େ ୧୨ଟା ସମୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବୈଠକ ବସିବ । ଭିଡିଓକନଫରେନ୍ସିଂ ଜରିଆରେ ମୁଖ୍ୟମନ୍ତ୍ରୀ ବୈଠକରେ ଯୋଡ଼ି ହେବେ । ଏହି ଅବସରରେ ଅନ୍ୟ କ୍ୟାବିନେଟ ମନ୍ତ୍ରୀମାନେ ମଧ୍ୟ ଲୋକସେବା ଭବନରେ ଉପସ୍ଥିତ ରହିବେ । ୧୦ଟି ଗୁରୁତ୍ୱପୂର୍ଣର୍ ପ୍ରସ୍ତାବରେ ଆଜି କ୍ୟାବିନେଟ ମୋହର ଲାଗିବ । ତେବେ ବୈଠକରେ ଉଚ୍ଚ ଶିକ୍ଷା ବିଭାଗର ଗ୍ରାଣ୍ଟ ଇନ୍ ଏଡ୍ ବ୍ୟବସ୍ଥାର ସଂଶୋଧନକୁ କ୍ୟାବିନେଟ୍ ମଞ୍ଜୁରୀ ମିଳିବା ସମ୍ଭାବନା ରହିଛି ।

Get real time updates directly on you device, subscribe now.