fbpx

ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି

ଭୁବନେଶ୍ୱର, ୧୧ା୧(ଓଡ଼ିଶା ଭାସ୍କର): ଲୋକସେବା ଭବନରେ କ୍ୟାବିନେଟ ବୈଠକ ଶେଷ ହୋଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବୈଠକ ହୋଇଥିଲା । ବୈଠକ ପରେ ଆଇନମନ୍ତ୍ରୀ ପ୍ରତାପ ଜେନା ଏନେଇ ସୂଚନା ଦେଇଛନ୍ତି । ରାଜ୍ୟରେ SEBCଙ୍କ ଜନଗଣନା ହେବ । ସାଧାରଣ ଜନଗଣନା ସହ SEBCଙ୍କ ଜନଗଣନା ହେବ । ଏକା ସହ ଜନଗଣନା କରିବା ନେଇ କ୍ୟାବିନେଟରେ ନିଷ୍ପତ୍ତି ନିଆଯାଇଛି ।

ଏହି ନିଷ୍ପତ୍ତି ମହାତ୍ମା ଗାନ୍ଧିଙ୍କ ଚିନ୍ତାଧାରା ପ୍ରତି ଏକ ଶ୍ରଦ୍ଧାଞ୍ଜଳି । ଜନଗଣନା ବେଳେ ଏଥିପାଇଁ ଏକ ସ୍ୱତନ୍ତ୍ର ଫର୍ମାଟ ଯୋଡ଼ା ହେବ । ଆର୍ଥିକ, ଶିକ୍ଷାଗତ ଓ ଜାତିଗତ ପଛୁଆ ବର୍ଗ ଆଧାରରେ ଏହି ଗଣନା ହେବ । ଏଭଳି ଜନଗଣନା କରିବାକୁ କେନ୍ଦ୍ର ପାଖରେ ରାଜ୍ୟ ଦାବି ରଖିବ ବୋଲି ସୂଚନା ମିଳିଛି ।

Get real time updates directly on you device, subscribe now.