‘ବଳରାମ’ କୃଷି ଋଣ ୨ ଲକ୍ଷକୁ ବୃଦ୍ଧି କଲେ ରାଜ୍ୟ ସରକାର, ଉପକୃତ ହେବେ ଲକ୍ଷ ଲକ୍ଷ ଚାଷୀ

ଭୁବନେଶ୍ୱର: ବଳରାମ ଯୋଜନାରେ ଭୂମିହୀନ ଚାଷୀମାନଙ୍କୁ ଦିଆଯାଉଥିବା ବନ୍ଧକ ମୁକ୍ତ କୃଷି ଋଣର ପରିମାଣ ୧.୬ରୁ ୨ ଲକ୍ଷକୁ ବୃଦ୍ଧି କରାଯାଇଛି। ୨୦୨୪ ଡିସେମ୍ବର ୬ରେ ଭାରତୀୟ ରିଜର୍ଭ ବ୍ୟାଙ୍କ କୃଷି ତଥା ଏହାର ଆନୁଷଙ୍ଗିକ ଋଣର ପରିମାଣ ୧.୬ରୁ ୨ ଲକ୍ଷକୁ ବୃଦ୍ଧି କରିବା ପ୍ରସଙ୍ଗ ଉତ୍ଥାପନ କରିଥିଲେ।

ଯାହାକୁ ଅନୁଧ୍ୟାନ କରିବା ପରେ ଓଡ଼ିଶାରେ ମଧ୍ୟ ଏହା ଲାଗୁ କରିବାକୁ ନିଷ୍ପତି ହୋଇଛି। ରାଜ୍ୟପାଳଙ୍କ ଅନୁମୋଦନ ପରେ ଏହା ଲାଗୁ ହେବା ବାବଦରେ ନିଷ୍ପତ୍ତି ହୋଇଛି ବୋଲି ରାଜ୍ୟ କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ସଚିବ ଡ. ଅରବିନ୍ଦ କୁମାର ପାଢ଼ୀ ସୂଚନା ଦେଇଛନ୍ତି।

ସେପଟେ କ୍ଷୁଦ୍ର ଓ ନାମମାତ୍ର ଚାଷୀ ଏବଂ ଭୂମିହୀନ ଚାଷୀଙ୍କୁ ୨ ଲକ୍ଷ ୬ ହଜାର ୧୪୬ ଜଣ ଚାଷୀ ମୋଟ ୪୭ କୋଟି ୧୪ ଲକ୍ଷ ୩୫ ହଜାର ଟଙ୍କା ପ୍ରଦାନ କରୁଛନ୍ତି ରାଜ୍ୟ ସରକାର। ସିଏମ୍ କିସାନର ଟଙ୍କା ଦୁଇଟି କିସ୍ତି ଯଥା ନୂଆଖାଇ ଓ ଅକ୍ଷୟ ତୃତୀୟାରେ ଚାଷୀ ମାନଙ୍କୁ ପ୍ରଦାନ କରାଯିବ । ପିଏମ୍ କିଷାନ ଯୋଜନାରେ ଏକଲକ୍ଷ ୪୭ ହଜାର ୪୦୬ ଜଣ ଚାଷୀଙ୍କୁ ୬୦୦୦ ଟଙ୍କା ହିସାବରେ ବର୍ଷକୁ ୩ଟି କିସ୍ତିରେ ପ୍ରଦାନ କରାଯିବ।