fbpx

ରାଜ୍ୟ ସରକାରଙ୍କ ଘୋଷଣା- ପ୍ରମୋଦ ଭଗତଙ୍କୁ ଦିଆଯିବ ୬ କୋଟି ଟଙ୍କା

Advertisement

ଭୁବନେଶ୍ୱର(ଓଡ଼ିଶା ଭାସ୍କର) : ଟୋକିଓ ପାରାଲିମ୍ପିକ୍ସ ସ୍ୱର୍ଣ୍ଣ ବିଜେତା ପ୍ରମୋଦ ଭଗତଙ୍କ ପାଇଁ ପୁରସ୍କାର ରାଶି ଘୋଷଣା କରିଛନ୍ତି ଓଡ଼ିଶା ସରକାର । ପ୍ରମୋଦଙ୍କୁ ୬ କୋଟି ଟଙ୍କା ଦିଆଯିବ ନେଇ ରାଜ୍ୟ ସରକାର ଆଜି ଘୋଷଣା କରିଛନ୍ତି । ୬ କୋଟି ଟଙ୍କା ସହିତ ଗ୍ରୁପ ‘ଏ’ ସରକାରୀ ଚାକିରି ଦିଆଯିବ ବୋଲି ଘୋଷଣା ହୋଇଛି । ଅଲିମ୍ପିକ ବିଜେତାଙ୍କ ପାଇଁ ପୂର୍ବ ଘୋଷଣା ଅନୁସାରେ ପୁରସ୍କାର ମିଳିବ । ସ୍ୱର୍ଣ୍ଣ ଜିତିଲେ ୬ କୋଟି ଟଙ୍କା ମିଳିବ ବୋଲି ପୂର୍ବରୁ କହିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଭୁବନେଶ୍ୱର ଫେରିବା ପରେ ପ୍ରମୋଦଙ୍କୁ ଚେକ୍ ଦେବେ ମୁଖ୍ୟମନ୍ତ୍ରୀ ।

ତେବେ ଟୋକିଓ ପାରା ଅଲିମ୍ପିକ୍ସ ବ୍ୟାଡମିଣ୍ଟନରେ ସ୍ୱର୍ଣ୍ଣ ଜିତିଛନ୍ତି ପ୍ରମୋଦ ଭଗତ । ଅଲିମ୍ପିକ୍ସ ଓ ପାରା ଅଲିମ୍ପିକ୍ସ ପାଇଁ ପୁରସ୍କାର ଘୋଷଣା ହୋଇଥିଲା । ସ୍ୱର୍ଣ୍ଣକୁ ୬ କୋଟି, ରୌପ୍ୟକୁ ୪ କୋଟି ଓ କାଂସ୍ୟକୁ ୨.୫ କୋଟି ଟଙ୍କା ଦିଆଯିବ ବୋଲି ଘୋଷଣା ହୋଇଥିଲା । ଏନେଇ ରାଜ୍ୟ କ୍ରୀଡ଼ା ବିଭାଗ ପକ୍ଷରୁ ସ୍ପଷ୍ଟିକରଣ ଦିଆଯାଇଛି ।

Get real time updates directly on you device, subscribe now.