ଭୁବନେଶ୍ୱର: ଦୀପାବଳି ପୂର୍ବରୁ ଏକ ନୂଆ ଯୋଜନାର ଘୋଷଣା କରିଛନ୍ତି ଓଡ଼ିଶା ସରକାର । ରାଜ୍ୟର ବିଭିନ୍ନ ମଠ-ମନ୍ଦିର ଇତ୍ୟାଦି ପାଇଁ ଏହି ଯୋଜନା ଆଣିବାକୁ ଯାଉଛନ୍ତି । ମଠ ଏବଂ ମନ୍ଦିର ଗୁଡ଼ିକର ଉଚିତ୍ ରକ୍ଷଣାବେକ୍ଷଣ ଏବଂ ପରିଚାଳନା ଇତ୍ୟାଦିରେ ଦେକା ଦେଉଥିବା ବିଭିନ୍ନ ସମସ୍ୟାର ସମାଧାନ ଏହି ଯୋଜନାର ମୁଖ୍ୟ ଉଦ୍ଦେଶ୍ୟ ରହିବ ।
ତେବେ ନୂଆ ଯୋଜନାର ନାମ ବର୍ତ୍ତମାନ ସୁଦ୍ଧା ସ୍ଥିର କରାଯାଇ ନାହିଁ । କିନ୍ତୁ ଏହି ଯୋନଜାକୁ ‘ଦେବାଳୟ ପ୍ରକଳ୍ପ’ ଯୋଜନା ନାମରେ ନାମିତ କରାଯିବାର ସମ୍ଭାବନା ରହିଛି । ଏ ନେଇ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ସୂଚନା ଦେଇଛନ୍ତି । ରାଜ୍ୟ ସରକାରଙ୍କ ତରଫରୁ ବର୍ତ୍ତମାନ ଏହି ଯୋଜନା ପାଇଁ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରାଯାଉଛି । ପୂର୍ବ ସରକାର ଆଣିଥିବା ‘ଅବଢା’ ଯୋଜନାରେ କେବଳ ମରାମତି ବ୍ୟବସ୍ଥା ରହିଥିଲା । କିନ୍ତୁ ଏହି ନୂଆ ଯୋଜନାରେ ସୁରକ୍ଷା ଏବଂ ପରିଚାଳନାରେ ବ୍ୟବସ୍ଥାରେ ମଧ୍ୟ ସୁଧାର ଆଣିବାକୁ ଗୁରୁତ୍ୱ ଦିଆଯିବ ।