fbpx
BJD SKY
BJD SKY

କରୋନାରେ ମୃତ୍ୟୁ ଘଟିଥିବା ସାମ୍ବାଦିକଙ୍କ ପରିବାର ଲୋକଙ୍କୁ ମିଳିବ ପାଞ୍ଚ ଲକ୍ଷ ଟଙ୍କା, ମୁଖ୍ୟମନ୍ତ୍ରୀଙ୍କ ଘୋଷଣା

BJD

ରାୟପୁର : ଦେଶରେ କରୋନା ମହାମାରୀ ସହ ସଂଘର୍ଷ ଜାରି ରହିଛି।  ଡାକ୍ତର ଓ ସ୍ଵାସ୍ଥ୍ୟ କର୍ମୀ ଆଗ ଧାଡିରେ ରହି ଏହାର ମୁକାବିଲା କରୁଛନ୍ତି। କିନ୍ତୁ କରୋନା କାଳରେ ନିଜ ଜୀବନକୁ ବିପଦରେ ପକାଇ ଲୋକଙ୍କ ପର୍ଯ୍ୟନ୍ତ ଖବର ପହଞ୍ଚାଉଛନ୍ତି ସାମ୍ବାଦିକ। କିନ୍ତୁ ଏହି ସମୟରେ ଅନେକ ମିଡିଆ କର୍ମୀ ନିଜର ପ୍ରାଣ ହରାଇଛନ୍ତି। ଏମିତି ସଙ୍କଟ ସମୟରେ ଗଣମାଧ୍ୟମ କର୍ମଚାରୀଙ୍କୁ ଛତିଶଗଡ ସରକାର ବହୁତ ବଡ ଆଶ୍ଵସ୍ତି ଦେଇଛନ୍ତି। ଛତିଶଗଡର ଭୂପେଶ ବଘେଲ ସରକାର କୋଭିଡ୍-୧୯ରେ ପ୍ରାଣ ହରାଇଥିବା  ସାମ୍ବାଦିକଙ୍କ ପରିଜନଙ୍କୁ ପାଞ୍ଚ ଲକ୍ଷ ଟଙ୍କାର ଆର୍ଥି ସହାୟତା ଦେବାକୁ ଘୋଷଣା କରିଛନ୍ତି।

ରାଜ୍ୟ ସରକାରଙ୍କ ପକ୍ଷରୁ ସୋମବାର ଜାରି ବିଜ୍ଞପ୍ତି ଅନୁଯାୟୀ, ଗଣମାଧ୍ୟମ ପ୍ରତିନିଧିଙ୍କୁ କଲ୍ୟାଣ ସହାୟତା ନିୟମ ଆଧାରରେ ଆର୍ଥିକ ସହାୟତା ପ୍ରଦାନ କରାଯିବ। କୋଭିଡ୍-୧୯ ସଂକ୍ରମଣରେ ହସ୍ପିଟାଲରେ ଭର୍ତ୍ତି ମିଡିଆକର୍ମୀଙ୍କ ଚିକିତ୍ସା ଖର୍ଚ୍ଚ ମଧ୍ୟ ରାଜ୍ୟ ସରକାର ବହନ କରିବେ। ଜନସଂପର୍କ ନିର୍ଦ୍ଦେଶାଳୟ କୋଭିଡ୍-୧୯ରେ ପ୍ରଭାବିତ ମିଡିଆ କର୍ମୀଙ୍କ ପରିବାରର ବିଷୟରେ ସୂଚନା ଏକତ୍ର କରୁଥିବା ବିଜ୍ଞପ୍ତିରେ କୁହାଯାଇଛି।

ଛତିଶଗଡ ସରକାର କରୋନା ସଂକ୍ରମିତ ଗଣମାଧ୍ୟମ କର୍ମୀଙ୍କ ଚିକିତ୍ସା ଖର୍ଚ୍ଚ ନିୟମ ଆଧାରରେ ବହନ କରିବାକୁ ନିଷ୍ପତ୍ତି ନେଇଛି। ଏହା ପୂର୍ବରୁ ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲ ୨୦୨୧-୨୨ ନିଜ ବଜେଟ୍ ଭାଷଣରେ ଗଣମାଧ୍ୟମ ପ୍ରତିନିଧିଙ୍କ ଅସ୍ଵାଭାବିକ ମୃତ୍ୟୁ ଉପରେ ଦିଆଯାଉଥିବା ଆର୍ଥିକ ସହାୟତା ରାଶିକୁ ୨ ଲକ୍ଷରୁ ୫ ଲକ୍ଷ ଟଙ୍କା ବଢାଇବାକୁ ଘୋଷଣା କରିଥିଲେ।

 

Get real time updates directly on you device, subscribe now.