fbpx

କଟକରେ ଆରମ୍ଭ ହେଲା ‘ଏକ୍ସରେ ଅନ ହ୍ୱିଲ୍ସ’ ସେବା

କଟକ: କଟକରେ ଆରମ୍ଭ ହେଲା ‘ଏକ୍ସରେ ଅନ ହ୍ୱିଲ୍ସ’ ସେବା । ରାଜ୍ୟର ପ୍ରଥମ ଜିଲ୍ଲା ଭାବେ କଟକରେ ଆରମ୍ଭ ହୋଇଛି ଏହି ସେବା । ଆଜି କଟକ ଜିଲ୍ଳା ପ୍ରଶାସନ ତରଫରୁ ଆଜି ଏହି ସୁବିଧାର ଶୁଭାରମ୍ଭ କରାଯାଇଛି ।

କରୋନା ସଂକ୍ରମଣକୁ ଚେକ ଦେବା ପାଇଁ ଏବଂ ରୋଗୀଙ୍କୁ ଊତ୍ତମ ଚିକିତ୍ସ ଯୋଗାଇ ଦେବାକୁ ଏହି ପଦକ୍ଷେପ ନେଇଛି କଟକ ଜିଲ୍ଲା ପ୍ରଶାସନ । ପ୍ରାଥମିକ ପର୍ଯ୍ୟାୟରେ ଦୁଇଟି ମୋବାଇଇ ଏକ୍ସରେ ଗାଡିର ଶୁଭାରମ୍ଭ କରାଯାଇଛି । ଏହି ଗାଡି ଜିଲ୍ଳାର କୋଭିଡ କେୟାର ସେଣ୍ଟର ବୁଲି ପରୀକ୍ଷା କରିବ । ପ୍ରଥମ ପର୍ଯ୍ୟାୟରେ ଏହି ଯୋଜନାରେ ଜିଲ୍ଳାର ସମସ୍ତ କୋଭିଡ କେୟାର ସେଣ୍ଟର ଗୁଡିକୁ ସାମିଲ କରାଯାଇଛି ଏହାପରେ ହୋମ ଆଇସୋଲେସନରେ ଥବା କରୋନା ରୋଗୀଙ୍କୁ ଏହି ସୁବିଧା ମିଳିବ । ଫୁସଫୁସ ସଂକ୍ରମଣ ନେଇ ପ୍ରାଥମିକ ଲକ୍ଷଣ ଥବା ରୋଗୀଙ୍କ ପରୀକ୍ଷା ଏହି ୟୁନିଟ କରିବ । ପ୍ରତିଦିନ ୧୦୦୦ ଲୋକଙ୍କ ଏକ୍ସରେ କରାଯିବ ଏହାଦ୍ୱାରା ଆରମ୍ଭରୁ ରୋଗୀଙ୍କ ଫୁସଫୁସ ସଂକ୍ରମଣ ଜଣାପଡିବ ଏବଂ ରୋଗୀଙ୍କର ଉପଯୁକ୍ତ ଚିକିତ୍ସା ହୋଇପାରିବ ।

Get real time updates directly on you device, subscribe now.