ଜାତୀୟ ଶିକ୍ଷାନୀତି ପାଇଁ ଗଠିତ ହେଲା ଷ୍ଟିଅରିଂ କମିଟି, ନ୍ୟାସଲାନକୁ କପି କରିବୁନି କହିଲେ ଅଧ୍ୟକ୍ଷ
16 ଜଣ ସଦସ୍ୟଙ୍କୁ ନେଇ ଗଠିତ ହେଲା ଷ୍ଟିଅରିଂ କମିଟି । ଓଡ଼ିଶା ଭିତ୍ତିକ ପାଠ୍ୟ ଖସଡ଼ା ପ୍ରସ୍ତୁତ କରାଯିବ କହିଲେ ଅଧ୍ୟକ୍ଷ ନିତ୍ୟାନନ୍ଦ ପ୍ରଧାନ ।
ଭୁବନେଶ୍ବର: ଆସନ୍ତାବର୍ଷରୁ ରାଜ୍ୟରେ ଲାଗୁ ହେବ ଜାତୀୟ ଶିକ୍ଷାନୀତି । ଏନେଇ ଆଜି ଷ୍ଚିଅରିଙ୍ଗ କମିଟି ଗଠନ କରିଛନ୍ତି ରାଜ୍ୟ ସରକାର । 16 ଜଣ ସଦସ୍ୟଙ୍କୁ ନେଇ ଏହା ଗଠନ କରାଯାଇଛି । ଏହି ସଦସ୍ୟମାନେ ନୂଆ ପାଠ୍ୟ ଖସଡା ପ୍ରସ୍ତୁତ କରିବେ ।
ଷ୍ଟିଅରିଂ କମିଟିର ଅଧ୍ୟକ୍ଷ ନିତ୍ୟାନନ୍ଦ ପ୍ରଧାନ- ଅସନ୍ତା ଶିକ୍ଷାବର୍ଷରୁ ଏନଇପିରେ ପାଠପଢା ହେବ ବୋଲି ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ସୂଚନା ଦେଇଛନ୍ତି । ଷ୍ଟିଅରିଂ କମିଟି ଗଠନ ହୋଇଥିବା ବେଳେ ଏହାର ଅଧ୍ୟକ୍ଷ ଭାବେ ପ୍ରଫେସର ନିତ୍ୟାନନ୍ଦ ପ୍ରଧାନଙ୍କୁ ନିଯୁକ୍ତ କରାଯାଇଛି ।
ଜାତୀୟ ଶିକ୍ଷାନୀତି ଲାଗୁ କରିବା ଦ୍ବାରା ଶିକ୍ଷା ବ୍ୟବସ୍ଥାରେ ସରଳୀକରଣ ହେବା ନେଇ ଆଶା କରାଯାଉଛି । ବିଦ୍ୟାଳୟ ସ୍ତରରେ ଧନ୍ଦାମୂଳକ ଶିକ୍ଷା ବି ଦିଆଯିବ। ବିଶେଷ କରି ଓଡ଼ିଆ ଭାଷା କଳା ଓ ସଂକୃତିକୁ ବି ଏଥିରେ ପ୍ରଚାର ପ୍ରସାର କରାଯିବ ।
ନ୍ୟାସନାଲକୁ କପି କରାଯିବ ନାହିଁ- ତେବେ ଷ୍ଟିଅରିଂ କମିଟି ଗଠନ ହେବା ପରେ ପ୍ରତିକ୍ରିୟା ଦେଇଛନ୍ତି ପ୍ରଫେସର ନିତ୍ୟାନ୍ଦ ପ୍ରଧାନ । ସେ କହିଛନ୍ତି, ନ୍ୟାସନାଲକୁ କପି କରିବୁନି । ଆମର ଯେଉଁ ପାଠ୍ୟଖସଡା ହେବ ତାହା ଜାତୀୟ ଫ୍ରେମର କପି କରିବନି । ଓଡ଼ିଶା ଭିତ୍ତିକ ପାଠ୍ୟ ଖସଡ଼ା ପ୍ରସ୍ତୁତ କରାଯିବ ।
ଏଥିରେ ଓଡିଶାର କଳା, ସଂସ୍କୃତି, ଆଚାର ଏବଂ ବ୍ୟବହାର ସ୍ଥାନ ପାଇବ । ଏନେଇ ବିଭିନ୍ନ ବର୍ଗର ଲୋକଙ୍କ ସହିତ ଆଲୋଚନାର ଆବଶ୍ୟକତା ରହିଛି । ଟ୍ରାଇବଲ, କୋଷ୍ଟାଲ ସବୁ ଅଞ୍ଚଳର ଆଶା ପୂରଣ କରାଯିବ । 1985 ଏବଂ 1986ରେ ଦୁଇଥର ଶିକ୍ଷାନୀତି ପ୍ରଣୟଣ ହୋଇଥିଲା । ତେବେ ବର୍ତ୍ତମାନ ଏଥିରେ ଆଦିବାସୀଙ୍କର ଜୀବନଶୈଳୀ, ଔଷଧ, ଚାଷକୁ ପ୍ରାଧାନ୍ୟ ଦିଆଯିବ ବୋଲି ସେ କହିଛନ୍ତି ।