ଦୀପାବଳି ସାମଗ୍ରୀ ଆଣିବା ପାଇଁ ବଜାରକୁ ଯାଇଥିଲା ମାଆ, 13 ବର୍ଷର ଝିଅକୁ ଦୁଷ୍କର୍ମ କଲା ସାବତ ବାପା

ନୂଆଦିଲ୍ଲୀ: ରାକ୍ଷସ ପିତାର ନାରକୀୟ କାଣ୍ଡ । ମା ଦୀପାବଳି ସାମଗ୍ରୀ ଆଣିବା ପାଇଁ ବଜାରକୁ ଯାଇଥିବା ବେଳେ 13 ବର୍ଷୀୟ  ଝିଅକୁ ଏକାକୀ ପାଇ ଦୁଷ୍କର୍ମ କଲା ପିଶାଚ ବାପା । ଉତ୍ତରପ୍ରଦେଶରୁ ସାମ୍ନାକୁ ଆସିଛି ଏହି ଭୟଙ୍କର ଘଟଣା । ତେବେ ଦୁଷ୍କର୍ମ ସମୟର ଭିଡିଓ ଉତ୍ତଳୋନ କରି ଝିଅକୁ ଧମକ ମଧ୍ୟ ଦେଇଥିଲା । ପିତାର ଘୃଣ୍ୟ କାର୍ଯ୍ୟ ପରେ ଝିଅଟି ପାଟି କରିବା ଆରମ୍ଭ କରିଥିଲା । ଏହା ଉପରେ ନିକଟସ୍ଥ ଲୋକମାନେ ଘଟଣାସ୍ଥଳରେ ଏକାଠି ହୋଇ ଅଭିଯୁକ୍ତକୁ ପିଟିଥିଲେ । ଏହାସହ ରାକ୍ଷସ ପିତାକୁ ପୋଲିସରେ ଦେଇଥିଲେ । ଏହି ଘଟଣାରେ ପୋଲିସ ଅଭିଯୁକ୍ତକୁ ଗିରଫ କରିବା ସହିତ ପୀଡିତା ନାବାଳିକାକୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରିଛି ।

କୋତୱାଲି ଅଞ୍ଚଳରେ ରହୁଥିବା ବ୍ୟକ୍ତି ଶ୍ରମିକ ଭାବରେ କାର୍ଯ୍ୟ କରୁଥିଲେ । ତାଙ୍କର ବୟସ 50 ବର୍ଷ ହୋଇଥିବା ବେଳେ ସେ ଜଣେ ମଦ୍ୟପ ଥିଲେ । ତାଙ୍କର ପ୍ରଥମ ପତ୍ନୀଙ୍କର ବହୁ ବର୍ଷ ପୂର୍ବେ ମୃତ୍ୟୁ ହୋଇଥିଲା । ଏହା ପରେ ସେ କିଛି ବର୍ଷ ପୂର୍ବେ ଅନ୍ୟ ଜଣେ ମହିଳାଙ୍କୁ ବିବାହ କରିଥିଲେ । ମହିଳାଙ୍କର 13 ବର୍ଷର ଏକ ଝିଅ ରହିଥିଲା । ଶ୍ରମିକ ଜଣକ ଉକ୍ତ ଝିଅ ଏବଂ ସ୍ତ୍ରୀ ସହିତ ରହୁଥିଲେ ।

ଝିଅର ମାଆ ଅନ୍ୟ ଘରେ କାମ କରି ଟଙ୍କା ରୋଜଗାର କରିଥାଏ । ବୁଧବାର ସନ୍ଧ୍ୟାରେ ମହିଳା ଜଣକ ତାଙ୍କ ନାବାଳିକା ଝିଅ ଦୀପାବଳି ପାଇଁ ପୂଜା ସାମଗ୍ରୀ ଆଣିବାକୁ କହି ଘରୁ ବାହାରିଥିଲେ। ଏହି ସମୟରେ ମଦ୍ୟପ ସାବତ ପିତା ପହଞ୍ଚିଥିଲେ  ।ସେ ଏକାକୀ ପାଇବା ପରେ ସାବତ କନ୍ୟାକୁ ଧରିଥିଲେ । ତାଙ୍କୁ ଦୁଷ୍କର୍ମ କରିବା ସହିତ ଅଶ୍ଳୀଳ ଭିଡିଓ ମଧ୍ୟ ପ୍ରସ୍ତୁତ କରିଥିଲେ । ଯଦି ସେ ଏବିଷୟରେ କାହାକୁ କହନ୍ତି ତେବେ ଭିଡିଓ ଭାଇରାଲ କରିଦେବେ ବୋଲି ଧମକ ଦେଇଥିଲେ । ଏହାପରେ ଝିଅଟି ଚିତ୍କାର କରିବା କାରଣରୁ ନିକଟସ୍ଥ ଲୋକମାନେ ଏକତ୍ରିତ ହୋଇଥିଲେ । ଏହାପରେ ସେମାନେ ଦୁଷ୍କର୍ମକାରୀ ବାପାକୁ ନିର୍ଦ୍ଦୁମ ଛେଚିଥିଲେ । ଘଟଣା ସମ୍ପର୍କରେ ସୂଚନା ପାଇବା ପରେ ପୀଡିତାଙ୍କ ମା ମଧ୍ୟ ସେଠାରେ ପହଞ୍ଚିଥିଲେ। ଅଭିଯୁକ୍ତଙ୍କ ସହ ସମସ୍ତେ ଥାନା ପହଞ୍ଚିଥିଲେ । ତେବେ ପୋଲିସ ବାପାକୁ ଗିରଫ କରି ଅଧିକ ତଦନ୍ତ ଜାରି ରଖିଛି ।