fbpx

Switch Off ହେଲେ ବି ମିଳିପାରିବ ଚୋରି ହୋଇଥିବା ମୋବାଇଲ: ଖୁବଶୀଘ୍ର ଆସୁଛି ନୂଆ ଫିଚର

ଓଡ଼ିଶା ଭାସ୍କର: ନିକଟରେ ଗୁଗଲ ତରଫରୁ ଚଳିତବର୍ଷର Annual Developer Conference Google I/O 2024ର ତାରିଖର ଘୋଷଣା ହୋଇଛି । ପ୍ରତିବର୍ଷ ଭଳି ଚଳିତବର୍ଷ ମଧ୍ୟ ଗୁଗଲ ନୂଆ ଆଣ୍ଡ୍ରଏଡ ଭର୍ସନ(Android 15) ଲଞ୍ଚ କରିବ । ଏହି ଅପଡେଟ ପରେ ୟୁଜରଙ୍କ ମୋବାଇଲ ଚୋରି ହୋଇଗଲେ ଏହା ସ୍ୱିଚ୍ ଅଫ୍ ଥିଲେ ମଧ୍ୟ ଏହାକୁ ଟ୍ରାକ କରାଯାଇ ପାରିବ ।

ଆଣ୍ଡ୍ରଏଡ ପୋନରେ ଥିବା ‘Find My Device’ ସିଷ୍ଟମର ନିଜର ସମୟସୀମା ରହିଛି । ଆଣ୍ଡ୍ରଏଡ ପୋଲିସର ରିପୋର୍ଟ ଅନୁସାରେ, ଏବେ ଗୁଗଲ ନୂଆ Finding API ମଧ୍ୟ ଲଞ୍ଚ କରିପାରେ । ଯାହାଦ୍ୱାରା ଡିଭାଇସ ଡିସକନେକ୍ଟ ହେବା ପରେ ମଧ୍ୟ ଏହାକୁ ସର୍ଚ୍ଚ କରି ହେବ । ତେବେ ବର୍ତ୍ତମାନ ଫାଇଣ୍ଡ ମାଇ ଡିଭାଇସ ନେଟୱାର୍କ କେବଳ ସକ୍ରିୟ ଆଣ୍ଡ୍ରଏଡ୍ ଏବଂ ଓଏସ୍ ଡିଭାଇସ୍ ଟ୍ରାକ୍ କରିପାରିବ । ତେବେ ଏହା ଆଗାମୀ ସମୟରେ ଅପଡେଟ ହେବ ଏବଂ ଇଣ୍ଟରନେଟ୍ ସଂଯୋଗ ନଥିଲେ ମଧ୍ୟ ଡିଭାଇସକୁ ଖୋଜା ଯାଇପାରିବ । ଏହି ଫିଚର ଅନେକ ଲୋକଙ୍କ ପାଇଁ ଅତ୍ୟନ୍ତ ଉପଯୋଗୀ ହୋଇପାରିବ ।

ଅପକମିଙ୍ଗ ଫିଚର ପାଇଁ ବ୍ଲୁ-ଟୁଥକୁ ପାୱାର ଦେଉଥିବା ଏକ ସ୍ପେଶାଲ ହାର୍ଡଓୟାରର ଆବଶ୍ୟକତା ରହିବ । ବିଶେଷ କରି ଡିଭାଇସ ସ୍ୱିଚ୍ ଅଫ୍ ହୋଇଗଲେ ଏହା ଆକ୍ଟିଭ ହୋଇ କାର୍ଯ୍ୟ କରିପାରିବ । ଏହାସହିତ ସ୍ମାର୍ଟଫୋନରେ ଏକ ଛୋଟ ରିଜର୍ଭ ବ୍ୟାଟେରୀ ରଖାଯାଇପାରେ, ଯାହା ଏହି ଫିଚର ପାଇଁ କାମ କରିବ । ତେବେ ଚଳିତବର୍ଷ ଏହି ଫିଚର ସର୍ବପ୍ରଥମେ ଗୁଗଲ ପିକ୍ସେଲ ୯ ସିରିଜ ପାଇଁ ଉପଲବ୍ଧ କରାଯିବ ବୋଲି ଜାଣିବାକୁ ମିଳିଛି ।

Get real time updates directly on you device, subscribe now.