fbpx

ବିହାର ଲୋକସଭା ନିର୍ବାଚନ: ୧୬ଟି ଆସନରେ ପ୍ରାର୍ଥୀଙ୍କ ନାଁ ଘୋଷଣା କଲା JDU

ପାଟନା: ବିହାରରେ NDA ମେଣ୍ଟର ଅଂଶ ଥିବା JDU ଏହାର ସମସ୍ତ ୧୬ଟି ଆସନ ପାଇଁ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି । ସିୱାନ୍‌, ସୀତାମଢ଼ୀ, ଶିବହାର ଏବଂ କିଶନଗଞ୍ଜରେ ନୂତନ ଚେହେରାମାନଙ୍କୁ ସୁଯୋଗ ଦିଆଯାଇଛି । ଅଧିକାଂଶ ପ୍ରାର୍ଥୀ ରିପିଟ୍ ଅଛନ୍ତି । ମୁଙ୍ଗେରରୁ ଲଲନ୍ ସିଂହ ଏବଂ ଶିବହରରୁ ଲଭଲୀ ଆନନ୍ଦଙ୍କୁ ଟିକେଟ ମିଳିଛି । ଏଥର ପଛୁଆ ବର୍ଗ(୬), ଅତି ପଛୁଆ ବର୍ଗ(୫), ମହାଦଳିତ(୧), ମୁସଲମାନ(୧), ଉଚ୍ଚ ଜାତି ସମ୍ପ୍ରଦାୟ(୩)ଙ୍କୁ ଟିକେଟ ଦିଆଯାଇଛି ଯେଉଥିରେ ଦୁଇ ଜଣ ମହିଳା ସାମିଲ ଅଛନ୍ତି ।

କହିରଖୁଛୁ ବିହାରର ୪୦ଟି ଲୋକସଭା ଆସନରୁ NDA ମେଣ୍ଟର ଅଂଶ ଥିବା JDU ଭାଗରେ ୧୬ଟି ଆସନ ରହିଥିବାବେଳେ ବିଜେପି ୧୭ଟି ଅସନରେ ନିର୍ବାଚନ ଲଢ଼ିବ । ଏଥିରୁ ୫ଟି ଅସନରେ ଚିରାଗ ପାସୱାନଙ୍କ ଦଳ Lok Janshakti Party(Ram Vilas) ଏବଂ ଅନ୍ୟ ପ୍ରତ୍ୟେକ ଆସନରେ ଜିତନ ରାମ ମାଂଝି ଏବଂ ଉପେନ୍ଦ୍ର କୁଶୱାହା ଦଳର ପ୍ରାର୍ଥୀ ହେବେ । ତେବେ ବିଜେପି ପକ୍ଷରୁ ସମସ୍ତ ପ୍ରାର୍ଥୀଙ୍କ ନାଁ ଘୋଷଣା କରାଯାଇନାହିଁ । ୨୦୧୯ ଲୋକସଭା ନିର୍ବାଚନରେ NDAକୁ ବିପୁଳ ବିଜୟ ହାସଲ ହୋଇଥିଲା । ଗତ ନିର୍ବାଚନରେ JDU ଏବଂ ବିଜେପି ୧୭-୧୭ ଆସନରେ ନିର୍ବାଚନ ଲଢ଼ିଥିଲେ । ଏଥିରେ ବିଜେପି ସମସ୍ତ ୧୭ଟି ଆସମନରେ ବିଜୟ ହାସଲ କରିଥିବା ବେଳେ JDU ୧୬ଟି ଅସନରେ ବିଜୟ ଲାଭ କରିଥିଲା । ଏହା ସହ Lok Janshakti Party ୬ଟି ଅସନରେ ବିଜୟ ଲାଭ କରିଥିଲା । ସେହିପରି ମହାମେଣ୍ଟ ପକ୍ଷରୁ କଂଗ୍ରେସ ଗୋଟିଏ ମାତ୍ର କିଶନଗଞ୍ଜ ଆସନରୁ ବିଜୟୀ ହୋଇଥିଲା ।

Get real time updates directly on you device, subscribe now.