fbpx

(Video)ସୀମାରେ ଯବାନଙ୍କ ସହ ହୋଲି ଖେଳି ମିଠା ଖୁଆଇଲେ ପ୍ରତିରକ୍ଷା ମନ୍ତ୍ରୀ, ବଢାଇଲେ ବୀର ଯବାନଙ୍କ ମନୋବଳ

ନୂଆଦିଲ୍ଲୀ:ଏବେ ସାରା ଦେଶରେ ରଙ୍ଗର ପର୍ବ ହୋଲିର ମାହୋଲ ଦେଖିବାକୁ ମିଳୁଛି । ଏହାରି ମଧ୍ୟରେ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ କେନ୍ଦ୍ରଶାସିତ ପ୍ରଦେଶ ଲଦାଖର ଲେହରେ ବୀର ଯବାନଙ୍କ ସହ ହୋଲି ମନାଇବାକୁ ପହଞ୍ଚିଛନ୍ତି । ଲେହ ବିମାନବନ୍ଦରରେ ଲଦାଖ ଉପରାଜ୍ୟପାଳ ବି.ଡି.ମିଶ୍ରା , ପ୍ରଶାସନ ଓ ସେନାର ଉଚ୍ଚପଦସ୍ଥ ଅଧିକାରୀ ତାଙ୍କୁ ସ୍ୱାଗତ କରିଛନ୍ତି ।

ରାଜନାଥ ସିଂହଙ୍କ ସହ ସେନା ମୁଖ୍ୟ ମନୋଜ ପାଣ୍ଡେ ମଧ୍ୟ ଯବାନଙ୍କ ସହ ହୋଲି ମନାଇବାକୁ ପହଞ୍ଚିଛନ୍ତି । ପ୍ରତିରକ୍ଷା ମନ୍ତ୍ରୀ ଲେହରେ ‘ହଲ୍ ଅଫ୍ ଫେମ୍‌’ରେ ଦେଶର ସୁରକ୍ଷା ଲାଗି ନିଜର ସର୍ବୋଚ୍ଚ ବଳିଦାନ ଦେଇଥିବା ଯବାନଙ୍କୁ ମନେ ପକାଇ ପୁଷ୍ପାଞ୍ଜଳୀ ଅର୍ପଣ କରିଥିଲେ । ଏହି ଅବସରରେ ପ୍ରତିରକ୍ଷା ମନ୍ତ୍ରୀ ସମସ୍ତ ଯବାନଙ୍କୁ ଅବିର ଲଗାଇବା ସହ ମିଠା ଖୁଆଇଥିଲେ ।

ଦେଶବାସୀ କିପରି ଘରେ ସୁରକ୍ଷିତ ଭାବରେ ହୋଲି ମନାଇ ପାରିବେ ସେଥିପାଇଁ ସୀମାରେ ଦେଶରକ୍ଷା ଲାଗି ଯବାନମାନେ ନିୟୋଜିତ ହୋଇ ଅଛନ୍ତି । ଏପରି ସ୍ଥିତିରେ ସେମାନଙ୍କ ମନୋବଳ ବଢାଇବା ଲାଗି ପ୍ରତିରକ୍ଷା ମନ୍ତ୍ରୀ ଲେହ ପହଞ୍ଚିଛନ୍ତି । ଏହି ସମୟରେ ହୋଲି ପର୍ବ ମନାଇ ଆମ ବୀର ଯବାନମାନେ ଖୁବ୍ ଅବିର ଖେଳିଛନ୍ତି ଓ ପରସ୍ପରକୁ ମିଠା ଖୁଆଇଛନ୍ତି ।

Get real time updates directly on you device, subscribe now.