fbpx

ହୃଦୟ ଜିତିଲେ ନେହା କକ୍କର, ଇଣ୍ଡିଆନ ଆଇଡଲ ବିଜୟୀ ସିଙ୍ଗରଙ୍କ ପରିବାରର ସମସ୍ତ ଖର୍ଚ୍ଚ ଉଠାଇଲେ

ଓଡ଼ିଶା ଭାସ୍କର: ରିଅଲିଟି ସିଙ୍ଗିଙ୍ଗ ଶୋ’ ସୁପରଷ୍ଟାର ସିଙ୍ଗର ସିଜନ ୩ରୁ ନେହା କକ୍କର ଟେଲିଭିଜନରେ କମ୍‌ବ୍ୟାକ୍ କରି ସାରିଛନ୍ତି । ନେହା ରିଅଲିଟି ଶୋ’ ବ୍ୟତିତ ମ୍ୟୁଜିକ୍ ଭିଡିଓ ଓ ଲାଇଭ୍ ଇଭେଣ୍ଟରେ ମଧ୍ୟ ଭଲ ରୋଜଗାର କରିଥାନ୍ତି । ପରିଶ୍ରମ ବଳରେ ଆଜି ସେ ଦାମୀ ବଙ୍ଗଳା ଓ ବହୁ ଲଗ୍‌ଜୁରୀ ଗାଡିର ମାଲିକାଣୀ ହୋଇପାରିଛନ୍ତି । କିନ୍ତୁ ଏ ପର୍ଯ୍ୟନ୍ତ ପହଞ୍ଚିବା ପାଇଁ ସେ ବହୁତ ପରିଶ୍ରମ କରିଛନ୍ତି ।

ନେହା କେବଳ ନିଜେ ଆଗକୁ ବଢୁନାହାନ୍ତି ବରଂ ଆର୍ଥିକ ସ୍ତରରେ ଦୁର୍ବଳ ବହୁ ପ୍ରତିଭାଙ୍କୁ ମଧ୍ୟ ଆଗକୁ ବଢିବାକୁ ସାହାଯ୍ୟ କରୁଛନ୍ତି । ସୁପରଷ୍ଟାର ସିଙ୍ଗର ସିଜନ ୩ ମଞ୍ଚରେ ଗାୟକ ସଲମାନ ଅଲ୍ଲୀ ତାଙ୍କ ହୃଦୟବତ୍ତାର କାହାଣୀ ଶୁଣାଇଛନ୍ତି । ଶୋ’କୁ ଆସିଥିବା ପ୍ରତିଯୋଗୀଙ୍କ କାହାଣୀ ସହ ନିଜକୁ ରିଲେଟ୍ କରି ସଲମାନ କହିଛନ୍ତି, ମୁଁ ବି ଏକ ଆର୍ଥିକ ଦୁର୍ବଳ ଶ୍ରେଣୀରୁ ଆସିଛି । ଆପଣ ଜୀବନରେ ବହୁ ପିଲାଙ୍କୁ ଅକୁଣ୍ଠିତ ସାହାଯ୍ୟ କରିଛନ୍ତି । ଆପଣ ଏହି ମଞ୍ଚରେ ମୋ ଘର ଖର୍ଚ୍ଚ ତୁଲାଇଛନ୍ତି । ସେହି ସମୟରେ ଆପଣ ହିଁ ଆମମାନଙ୍କ ପାଇଁ ଥିଲେ । ଆମେ ଆପଣଙ୍କ ଠାରୁ ଏହା ଶିଖିଛୁ ଯେ, ଆମେ ବି କାହାକୁ ସାହାଯ୍ୟ କରିବୁ ।

ସିଙ୍ଗର ସଲମାନଙ୍କ ମୁହଁରୁ ନେହାଙ୍କ ହୃଦୟବତ୍ତାର କାହାଣୀ ଶୁଣି ଫ୍ୟାନ୍ସ ବହୁତ ଭାବପ୍ରବଣ ହୋଇ ପଡିଥିଲେ । ଫ୍ୟାନ୍ସ କହିଛନ୍ତି ନେହା କେବଳ ଜଣେ ଭଲ ସିଙ୍ଗର ନୁହଁନ୍ତି ଜଣେ ହୃଦୟବାନ ମଣିଷ ବି ।ଏଠାରେ ସୂଚାଇ ଦିଆଯାଇପାରେ କି ସଲମାନ ଅଲ୍ଲୀ ଇଣ୍ଡିଆନ ଆଇଡଲ ସିଜନ ୧୦ରେ ଭାଗ ନେଇଥିଲେ । ସେ ଶୋ’ରେ ବିଜୟୀ ହୋଇଥିଲେ । ଏହାପରେ ସେ ବହୁ ମ୍ୟୁଜିକ୍ ଭିଡିଓରେ ନଜର ଆସିଛନ୍ତି ।

Get real time updates directly on you device, subscribe now.