ପୁଣି ପୋଲିସ ହଟହଟା: ଅଭିଯୁକ୍ତକୁ ନେବା ପଇଁ ଆସିଥିବା ପୋଲିସ ଟିମ ଉପରେ ପଥର ମାଡ

ନୂଆଦିଲ୍ଲୀ: ଦିଲ୍ଲୀର ଜାହାଙ୍ଗୀରପୁରରେ ଦେଖିବାକୁ ମିଳିଛି ଅଭାବନୀୟ ଘଟଣା । ହନୁମାନ ଜୟନ୍ତୀରେ ହୋଇଥିବା ହିଂସାକାଣ୍ଡ ପରେ ଆଜି କ୍ରାଇମବାଞ୍ଚର ଟିମ ଉପରକୁ ପଥରମାଡ ହୋଇଛି । ତେବେ ଏଠାରେ ହୋଇଥିବା ଏହି ହିଂସାକାଣ୍ଡ ମାମଲାରେ ଜଣେ ମହିଳାଙ୍କୁ ପଚରାଉଚରା କରିବାକୁ ଯାଇଥିବା ବେଳେ ଘଟିଛି ଏପରି ଘଟଣା । ତେବେ ଜଣେ ପୋଲିସ କର୍ମଚାରୀ ଆହତ ହେବା ସହିତ ଜଣେ ଆକ୍ରମଣକାରୀକୁ ଗିରଫ କରାଯାଇଛି ।

ତେବେ ଏହି ପଥରବାଜୀକୁ ପୋଲିସ ମାମୁଲି ଘଟଣା ବୋଲି କହିଛି । ତେବେ ଏ ଅଘଟଣାରେ ପୋଲିସ ଜଣଙ୍କୁୁ ଗିରଫ କରିଛି । ବର୍ତ୍ତମାନ ସ୍ଥିତି ନିୟନ୍ତ୍ରଣରେ ରହିଥିବା ସୂଚନା ଦେଇଛି ପୋଲିସ ବିଭାଗ । ଘଟଣାେରେ ଅଭିଯୁକ୍ତ ଜଣେ ମହିଳାଙ୍କୁ ଏ ସମ୍ପର୍କରେ ପଚାରିବାକୁ ଯାଇଥିବା ପୋଲିସ ଛଉପରେ ଠାତ ବର୍ଷ ଯାଇଥିଲେ ୫୦ ମହିଳା ଏକଜୁଟ ହୋଇ ପୋଲିସକୁ ବିରୋଧ କରାଯାଇଛି । ଏହାପରେ ପୋଲିସ ଉପରକୁ ପଥରବର୍ଷା କରିଥିଲେ ଏମାନେ । ତେବେ ଘଟଣାରେ ସମ୍ପୃକ୍ତ ଜଣେ ମହିଳା ଏଥିରେ ଅଟକ ରହଛନ୍ତି । ତେବେ ଘଟଣାସ୍ଥଳରେ ପରିସ୍ଥିତିକୁ ଲକ୍ଷ୍ୟ ରଖିବା øହିତ ରାପିଡ ଆକ୍ସନ ଫୋର୍ସ ମୁତୟନ କରାଯାଇଛି । ହନୁମାନ ଜୟନ୍ତୀ ଶୋଭାଯାତ୍ରାରେ ହିଂସାକାଣ୍ଡ ଘଟାଇବା ସହ ପଥରମାଡ ମଧ୍ୟ ହୋଇଥିଲା । ଫଳରେ ଜଣେ ପୋଲିସ କର୍ମୀଙ୍କ ସମତେ ୮ ଜଣ ବ୍ୟକ୍ତି ଆହତ ହୋଇଛନ୍ତି । ଏପର୍ଯ୍ୟନ୍ତ ଘଟଣାରେ ସମ୍ପୃକ୍ତ ୨୩ ଜଣ ପୋଲିସର ହାତମୁଠାରେ ରହିଥିବା ବେଳେ ଆହୁରି କିଛି ଲୋକ ଗିରଫ ହେବାର ଆଶଙ୍କା ରହିଛି ।