fbpx

ବଡ଼ ଘଟଣା: ମୁଖ୍ୟମନ୍ତ୍ରୀଙ୍କ ଅଫିସ ପାଲଟିଲା ରଣକ୍ଷେତ୍ର, ୫ ସୁରକ୍ଷା କର୍ମୀ ଆହତ

ନୂଆଦିଲ୍ଲୀ: ମେଘାଳୟରୁ ଆସିଛି ଏକ ବଡ଼ ଖବର । ମୁଖ୍ୟମନ୍ତ୍ରୀ କନରାଡ ସାଙ୍ଗମାଙ୍କ ତୁରା ସ୍ଥିତ ଅଫିସରେ କିଛି ବ୍ୟକ୍ତି ପଥର ମାଡ଼ କରିଛନ୍ତି । ଫଳରେ ଘଟଣାସ୍ଥଳରେ ୫ ଜଣ ସୁରକ୍ଷାକର୍ମୀ ଅହତ ହୋଇଛନ୍ତି । ଏହି ଆକ୍ରମଣ ସମୟରେ ମୁଖ୍ୟମନ୍ତ୍ରୀ ନିଜ କାର୍ଯ୍ୟାଳୟରେ ରହିଥିଲେ । ଗାରୋ ହିଲ୍ସ ସ୍ଥିତ ସୋସାଇଟି ଗ୍ରୁପ ତୁରାରେ ଶୀତକାଳୀନ ରାଜଧାନୀ ଦାବି କରିଆସୁଛନ୍ତି । ଏହାକୁ ନେଇ ଲୋକମାନେ ଭୋକ ଉପାସରେ ହରତାଳ କରୁଥିଲେ ।

୧୪ ଦିନ ଧରି ଚାଲିଆସିଥିବା ଏହି ହରତାଳ ପରେ ମୁଖ୍ୟମନ୍ତ୍ରୀ ସାଙ୍ଗମା ଆନ୍ଦୋଳନକାରୀ ଗ୍ରୁପଙ୍କ ସହିତ ନିଜ ଅଫିସରେ ବୈଠକ କରିଥିଲେ । ଏହି ସମୟରେ ଏସିଏଚଆଇକେ ଓ ଜିଏଚଏସଏମସି ସହିତ ଅନ୍ୟ ପ୍ରଦର୍ଶନକାରୀ ଗ୍ରୁପ ପହଞ୍ଚି ଥିଲେ । ମୁଖ୍ୟମନ୍ତ୍ରୀଙ୍କ ସହିତ ଗ୍ରୁପ ମଧ୍ୟରେ ଶାନ୍ତିପୂର୍ଣ୍ଣ ଭାବେ ଆଲୋଚନା ଚାଲିଥିଲା । ଏହି ସମୟରେ ମୁଖ୍ୟମନ୍ତ୍ରୀଙ୍କ ଅଫିସ ବାହାରେ ପ୍ରବଳ ଭିଡ଼ ଜମିଯାଇଥିଲା ଓ କିଛି ବ୍ୟକ୍ତି ପଥର ମାଡ଼ କରିଥିଲେ ।

ତେବେ ଭିଡ଼କୁ ନିୟନ୍ତ୍ରଣ କରିବାକୁ ଯାଇ ପୋଲିସ ଲୁହବୁହା ଗ୍ୟାସ ପ୍ରୟୋଗ କରିଥିଲା । ଏହାପରେ ପ୍ରଦର୍ଶନକାରୀ ଅଧିକ ଉଗ୍ର ହୋଇଉଠିଥିଲେ ଓ ଅଧିକ ମାତ୍ରାରେ ପଥର ମାଡ଼ କରିଥିଲେ । ଏହି ଘଟଣାରେ ୫ ଜଣ ସୁରକ୍ଷାକର୍ମୀ ଆହତ ହୋଇଥିଲେ । ଏହି ଘଟଣା ପରେ ତୁରା ସ୍ଥିତ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ସ୍ଥିତି ଉତ୍ତେଜନାପ୍ରବଣ ରହିଛି । କାର୍ଯ୍ୟାଳୟରେ ମୁଖ୍ୟମନ୍ତ୍ରୀ ସମେତ ସରକାରର କିଛି ମନ୍ତ୍ରୀ ଓ ଅଧିକାରୀ ରହିଛନ୍ତି । ଆସନ୍ତା ମାସ ୮/୯ ତାରିଖରେ ଶିଲଙ୍ଗରେ ଆଲୋଚନା କରିବା ପାଇଁ ମୁଖ୍ୟମନ୍ତ୍ରୀ ଆନ୍ଦୋଳନକାରୀ ଗ୍ରୁପକୁ ଆମନ୍ତ୍ରଣ କରିଛନ୍ତି ।

Get real time updates directly on you device, subscribe now.