fbpx

ଦୁଷ୍କର୍ମକାରୀଙ୍କ ଭାଷା କୁହନ୍ତୁ ନାହିଁ:ମୁଖ୍ୟମନ୍ତ୍ରୀଙ୍କ ବୟାନ ଉପରେ ବର୍ଷିଲେ ଦିଲ୍ଳୀ ମହିଳା କମିଶନ……….

ନୂଆଦିଲ୍ଲୀ:ଗତକାଲି ଦିଲ୍ଳୀର ମହିଳା କମିଶନର ରାଜସ୍ଥାନର ସିଏମ ଅଶୋକ ଗେହଲଟଙ୍କ ଉପରେ ବର୍ଷିଛନ୍ତି । ଗେହଲଟ ଦେଇଥିବା ବିବାଦୀୟ ବୟାନକୁ ନେଇ ତାଙ୍କୁ ତୀବ୍ର ସମାଲୋଚନା କରିଛନ୍ତି ଦିଲ୍ଳୀର ମହିଳା କମିଶନ । ଦେଶରେ ହେଉଥିବା ଦୁଷ୍କର୍ମକୁ ନେଇ ଗେହଲଟ ଯାହା ମନ୍ତବ୍ୟ ଦେଇଥିଲେ ତାହା ଦୁଷ୍କର୍ମକାରୀଙ୍କ ଭାଷା ବୋଲି କହିଛିଦିଲ୍ଳୀର ମହିଳା କମିଶନ ।

 

ସୂଚନାମୁତାବକ ବେକାରୀ , ଜିଏସଟି ଆଦି ପ୍ରସଙ୍ଗ ଉପରେ ଗତ ୫ ତାରିଖରେ କଂଗ୍ରେସ ତାର ବିକ୍ଷୋପ ପ୍ରଦର୍ଶନ କରୁଥିବା ସମୟରେ ରାଜସ୍ଥାନ ମୁଖ୍ୟମନ୍ତ୍ରୀଙ୍କ ଦେଶରେ ହତ୍ୟା ବୃଦ୍ଧିକୁ ନେଇ ଏକ ବଡ ବୟାନ ଦେଇ ଥିଲେ । ଏଥିରେ ଗେହଲଟ କହି ଥିଲେ ଯେ ଯେବେ ଠାରୁ ଦୁଷ୍କର୍ମକାରୀ ମାନଙ୍କୁ ଦଣ୍ଡ ଦିଆ ଗଲାଣି ସେବେ ଠାରୁ ଦେଶରେ ଦୁଷ୍କର୍ମ ଏବଂ ନରହତ୍ୟା ବୃଦ୍ଧି ପାଉଛି ।

ସେ ଆହୁରି ମଧ୍ୟ କହିଛନ୍ତି ଯେ ନିର୍ଭୟା ମାମଲା ପରେ ଅଭିଯୁକ୍ତଙ୍କୁ ଫାଶୀ ଦେବା ଦାବି ବୃଦ୍ଧି ପାଇଲା ଏବଂ ଏହି ଆଇନ କାର୍ଯ୍ୟକାରୀ ହେଲା । କିନ୍ତୁ ଏହା ପରେ ବର୍ତ୍ତମାନ ମହିଳା ମାନଙ୍କୁ ବଳତ୍କାର ପରେ ହତ୍ୟା କରାଯାଉଛି । ଏହି ଘଟଣା ବର୍ତ୍ତମାନ କ୍ରମଶ ବଢ଼ିବାରେ ଲାଗିଛି । ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଙ୍କ ଏହି ଟିପ୍ପଣୀ କୁ ବିରୋଧ କରି ଦିଲ୍ଲୀ ମହିଳା କମିଶନ କହିଛି ଯେ ଏହା ଦୁଷ୍କର୍ମ ପୀଡିତା ମାନଙ୍କ ହୃଦୟ କୁ କୁଠାରଘାତ କରିବା ସହିତ ସମାନ । ଗଣ ମାଧ୍ୟମକୁ ଦେଇଥିବା ବୟାନରେ ଦିଲ୍ଳୀର ମହିଳା କମିଶନର କହିଛନ୍ତି ଯେ ମୁଖ୍ୟମନ୍ତ୍ରୀ ଦୁଷ୍କର୍ମକାରୀଙ୍କ ଭାଷା କହିବା ଅନୁଚିତ ।ମନ୍ତ୍ରୀଙ୍କ କଥାରୁ ଜଣା ପଡୁଛି ଯେମିତି ସେ ନିର୍ଭୟାକୁ ଉପହାସ କରୁଛନ୍ତି । ଯେଉଁ କଷ୍ଟକର ମୁହୂର୍ତ୍ତ ଦେଇ ଗତି କରିଥିଲା ତାଙ୍କୁ ଯଦି ନ୍ୟାୟ ମିଳି ନଥାନ୍ତା ତେବେ ଏହା ଦେଶରେ ଥିବା ପ୍ରତ୍ୟକ ମହିଳା ମାନଙ୍କ ପ୍ରତି ଏହା ଅନ୍ୟାୟ ସଦୃଶ ହୋଇଥାଆନ୍ତି । ତେଣୁ ନ୍ୟାୟ ଦେବାରୁ ଦୁଷ୍କର୍ମ ମାମଲା ବୃଦ୍ଧି ପାଉଛି ବୋଲି କହିବା ଅପେକ୍ଷା ନିଜ ରାଜ୍ୟରେ ମଧ୍ୟ ଏହି ଆଇନକୁ କଡା କଡି ଭାବରେ ପ୍ରଣୟନ କରିବା ଉଚିତ ।

Get real time updates directly on you device, subscribe now.