fbpx

ମେଟ୍ରୋମନିଆଲ୍ ସାଇଟ୍ ରେ ୧୪ ପୁଅଙ୍କ ସହ କଥାବର୍ତ୍ତା ଚାଲିଛି, ତେବେ ମୁଁ ବିବାହ କରିବି କାହାକୁ ? ଟୁଇଟରରେ ଏପରି କିଛି ଅଜବ ପ୍ରଶ୍ନ କରିଛନ୍ତି ଯୁବତୀ

Advertisement

ନୂଆଦିଲ୍ଲୀ:ଏବେ ଟୁଇଟରରେ ଏକ ପୋଷ୍ଟ ଜୋରଦାର ଭାଇରାଲ୍ ହେବାରେ ଲାଗିଛି । ଏହି ପୋଷ୍ଟ ଜଣେ ଯୁବତୀଙ୍କର ଯେଉଁଥିରେ ଯୁବତୀ କନଫେସନ୍ କରୁଥିବାର ଦେଖାଯାଉଛି । ୨୯ ବର୍ଷୀୟା ଏହି ଯୁବତୀ ବି.କମ୍ ଗ୍ରାଜୁଏଟ୍ । କିନ୍ତୁ ସେ କୌଣସି ଚାକିରି କରୁନାହାନ୍ତି । ମେଟ୍ରୋମନିଆଲ୍ ସାଇଟ୍ ରେ ତାଙ୍କର ୧୪ ଜଣ ପୁଅଙ୍କ ସହ ବିବାହ ନେଇ କଥାବର୍ତ୍ତା ଚାଲୁଛି । ଏହି ସମସ୍ତ ୧୪ ଜଣ ଯୁବକ ସେମାନଙ୍କର ଯୋଗ୍ୟତା ଓ ବାର୍ଷିକ ରୋଜଗାର ବିଷୟରେ ସେୟାର ମଧ୍ୟ କରିଛନ୍ତି । ଯୁବତୀ ନିଜ ଟୁଇଟର ଆକାଉଣ୍ଟରେ ଲୋକଙ୍କୁ ପ୍ରଶ୍ନ କରିଛନ୍ତି ଯେ, ସେ ଏହି ୧୪ ଯୁବକଙ୍କ ମଧ୍ୟରୁ କାହାକୁ ବାହା ହେବା ଉଚିତ ହେବ ।

ତେବେ ଯୁବତୀଙ୍କ ପ୍ରଶ୍ନର ବହୁ ମଜାଦାର ଉତ୍ତର ରଖିଛନ୍ତି ୟୁଜର । ଯୁବତୀଙ୍କ ଲିଷ୍ଟରେ ସାମିଲ ୧୪ ପୁରୁଷଙ୍କ ମଧ୍ୟରେ ୧୪ ଲକ୍ଷ ଦରମା ରୁ ଆରମ୍ଭ କରି ୪୫ ଲକ୍ଷ ପର୍ଯ୍ୟନ୍ତ ଦରମା ପାଉଥିବା ଯୁବକ ବି ଅଛନ୍ତି । ଯୁବତୀଙ୍କ ସମସ୍ତଙ୍କର ବୟସ, କାମ କରୁଥିବା କମ୍ପାନୀ, ରହୁଥିବା ସହରର ନାମ ବି କହିଛନ୍ତି । ଏହାସହିତ ସେ ବହୁ ଯୁବକଙ୍କ ଚନ୍ଦାପଣ ଓ ଉଚ୍ଚତା ବିଷୟରେ ମଧ୍ୟ ସୂଚନା ଦେଇଛନ୍ତି । ଜଣେ ୟୁଜର ଯୁବତୀଙ୍କ ପ୍ରଶ୍ନର ଉତ୍ତର ରଖି ଲେଖିଛନ୍ତି ଆରେଞ୍ଜ ମ୍ୟାରେଜ୍ ବଡ ଅପମାନଜନକ ପ୍ରକ୍ରିୟା । ଅନ୍ୟ ଜଣେ ୟୁଜର ଲେଖିଛନ୍ତି ତୁମ ପାଇଁ ବାର୍ଷିର୍ିକ ୩୦ କିମ୍ବା ୨୦ ଲକ୍ଷ ଟଙ୍କା ରୋଜଗାର କରୁଥିବା ଯୁବକ ଠିକ୍ ରହିବ । ଅନ୍ୟ କେହି ୟୁଜର ଲେଖିଛନ୍ତି ବୟସ ଗଡିଯିବା ପରେ ବି ଏହି ଯୁବତୀଙ୍କ ପାଖରେ ଢେର ଅପ୍ସନ ରହିଛି । କିଛି ଟୁଇଟର ୟୁଜର ଏହାକୁ ଫେକ୍ ବୋଲି ମଧ୍ୟ ଲେଖିଛନ୍ତି ।

 

Get real time updates directly on you device, subscribe now.