fbpx

କମୁନି ‘ସ୍ତ୍ରୀ୨’ର ଭୟ, ୨୨ ଦିନରେ ପାର କଲା ୫୦୦ କୋଟି, ଏବେ ଟାର୍ଗେଟରେ ‘ଗଦର୨’

ନୂଆଦିଲ୍ଲୀ:ରାଜକୁମାର ରାଓ ଏବଂ ଶ୍ରଦ୍ଧା କପୁରଙ୍କ ଫିଲ୍ମ ‘ସ୍ତ୍ରୀ୨’ ସିନେମା ହଲରେ ଧମାଲ କରୁଛି। ଏଥିସହ ରୋଜଗାର ମାମଲାରେ ଇତିହାସ ରଚିଛି। ଏହି ହରର କମେଡି ଫିଲ୍ମ ରିଲିଜର ପୂର୍ବ ଦିନ ବକ୍ସ ଅଫିସରେ ରାଜ କରିଆସୁଛି। ଏହାରି ମଧ୍ୟରେ ଅନେକ ଫିଲ୍ମ ଆସିଛି ହେଲେ ‘ସ୍ତ୍ରୀ୨’ ଭଳି ଫିଲ୍ମ ହଲରେ ଏତେ ଭଳ ରୋଜଗାର କରିନାହିଁ। ବର୍ତ୍ତମାନ ଚତୁର୍ଥ ସପ୍ତାହରେ ଏଣ୍ଟ୍ରୀ କରିବା ପରେ ଏହି ଫିଲ୍ମ ଆଉ ଏକ କମାଲ କରିଛି। ତେବେ ଆସନ୍ତୁ ଜାଣିବା ୨୨ ଦିନରେ ଏହି ଫିଲ୍ମ କେତେ ଟଙ୍କା ରୋଜଗାର କରିଛି।

‘ସ୍ତ୍ରୀ୨’ ରିଲିଜ ହେବାର ପ୍ରଥମ ସପ୍ତାହରେ ୨୯୧.୬୫ କୋଟି ଏବଂ ଦ୍ୱିତୀୟ ସପ୍ତାହରେ ୧୪୧.୧ କୋଟିର କଲେକ୍ସନ କରିଥିଲା। ସେହିପରି ତୃତୀୟ ସପ୍ତାହର ତୃତୀୟ ଶୁକ୍ରବାର ଦିନ ଫିଲ୍ମ ୮.୫ କୋଟି, ତୃତୀୟ ଶନିବାର ଦିନ ୧୬.୫ କୋଟି ଏବଂ ତୃତୀୟ ରବିବାର ୨୨ କୋଟି କମାଇଛି। ସେହିପରି ତୃତୀୟ ସୋମବାରରେ ଫିଲ୍ମଟି ୬.୭୫ କୋଟି, ତୃତୀୟ ମଙ୍ଗଳବାର ୫.୫ କୋଟି ଏବଂ ତୃତୀୟ ବୁଧବାର ଦିନ ୫.୬ କୋଟି ଏବଂ ତୃତୀୟ ବୁଧାବର ଦିନ ୫.୬ କୋଟିର କଲେକ୍ସନ କରିଥିଲା। ସେହିପରି ବର୍ତ୍ତମାନ ବର୍ତ୍ତମାନ ଫିଲ୍ମଟି ରିଲିଜର ତୃତୀୟ ଗୁରୁବାର ଦିନ ୫ କୋଟି ଟଙ୍କାର କଲେକ୍ସନ କରିବା ସହ ସମୁଦାୟ ୫୦୨.୯୦ କୋଟି ଟଙ୍କା ରୋଜଗାର କରିଛି। ତେବେ ସ୍ତ୍ରୀ୨ ସନୀ ଦେଓଲଙ୍କ ଗଦର୨(୫୨୫.୭) ର ଲାଇଫଟାଇମ କଲେକ୍ସନର ରେକର୍ଡ ଭାଙ୍ଗିବାକୁ ଆଉ ଅଳ୍ପ କିଛି ସଂଖ୍ୟା ରହିଛି।

Get real time updates directly on you device, subscribe now.