fbpx

ଇଣ୍ଡୋନେସିଆରେ ୬.୦ ତୀବ୍ରତାର ଭୂକମ୍ପ ଅନୁଭୂତ

ନୂଆଦିଲ୍ଲୀ: ଗୁରୁବାର ଇଣ୍ଡୋନେସିଆର ସୁଦୂର ମାଲୁକୁ ଦ୍ୱୀପପୁଞ୍ଜ ଉପକୂଳରେ ୬.୦ ତୀବ୍ରତାର ଭୂମିକମ୍ପ ଅନୁଭୂତ ହୋଇଛି । ରାତି ପ୍ରାୟ ୩.୩୯ରେ ଏହି ଭୂକମ୍ପ ଅନୁଭୂତ ହୋଇଥିଲା। ଭୂକମ୍ପ ପରେ ଲୋକଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଥିଲା ଏବଂ ଲୋକମାନେ ଘରୁ ବାହାରକୁ ଆସିଲେ। ଯୁକ୍ତରାଷ୍ଟ୍ରର ଭୂତତ୍ତ୍ୱ ସର୍ବେକ୍ଷଣ ଦ୍ୱାରା ଏହି ସୂଚନା ଦିଆଯାଇଛି। ଟର୍ନେଟ ସହରର ପ୍ରାୟ ୧୨୭ କିଲୋମିଟର ଦକ୍ଷିଣ-ପଶ୍ଚିମରେ ଏହି ଭୂମିକମ୍ପର କେନ୍ଦ୍ର ରହିଛି । ଏପର୍ଯ୍ୟନ୍ତ କୌଣସି କ୍ଷୟକ୍ଷତିର ସୂଚନା ନାହିଁ । ସେପଟେ ଭୂକମ୍ପ ପରବର୍ତ୍ତୀ ସୁନାମୀ ନେଇ ସତର୍କ ସୂଚନା ଜାରିକରାଯାଇନାହିଁ ।

Get real time updates directly on you device, subscribe now.