fbpx
BSKY SKY
BSKY SKY

କରୋନାର କୌଣସି ବି ଭାରିଆଣ୍ଟ ସହ ଲଢି ପାରିବେ ଓମିକ୍ରନରୁ ସୁସ୍ଥ ହୋଇଥିବା ବ୍ୟକ୍ତି: ଷ୍ଟଡିରୁ ଖୁଲାସା

BSKY

ନୂଆଦିଲ୍ଲୀ: ସାରା ବିଶ୍ୱରେ କରୋନା ମହାମାରୀର ବିଭିନ୍ନ ଭାରିଆଣ୍ଟକୁ ନେଇ ଆତଙ୍କ ଜାରି ରହିଛି । ତେବେ ଏହା ମଧ୍ୟରେ ବୈଜ୍ଞାନିକମାନେ ଏ ନେଇ ଏକ ଆଶ୍ୱସ୍ତିକର ସୂଚନା ଦେଇଛନ୍ତି । ଓମିକ୍ରନ ଭାରିଆଣ୍ଟକୁ ନେଇ ହୋଇଥିବା ଏକ ରିସର୍ଚ୍ଚରେ ସମସ୍ତଙ୍କ ଭୟରେ କମାଇବା ଭଳି ଏକ ତଥ୍ୟ ମିଳିଛି । ଯେଉଁମାନେ କୋଭିଡ ଭ୍ୟାକ୍ସିନର ୨ଟି ଟୀକା ନେଇ ସାରିଥିବେ, ସେମାନଙ୍କ ଦେହରେ ବୁଷ୍ଟର ଡୋଜ ତୁଳନାରେ ଓମିକ୍ରନ ସଂକ୍ରମଣ ଅଧିକ ଇମ୍ୟୁନିଟି ଉତ୍ପନ୍ନ କରିଥାଏ । ଏ ନେଇ ଦୁଇଟି ରିସର୍ଚ୍ଚରୁ ଜଣାପଡିଛି ।

ବୈଜ୍ଞାନିକଙ୍କ କହିବା ଅନୁସାରେ, ଯେଉଁମାନଙ୍କୁ କୋଭିଡର ଉଭୟ ଡୋଜ ଲାଗି ସାରିଛି ଏବଂ ପରେ ସେମାନେ ଓମିକ୍ରନରେ ଆକ୍ରାନ୍ତ ହୋଇଛନ୍ତି ସେମାନଙ୍କୁ କରୋନାର ଅନ୍ୟ ଭାରିଆଣ୍ଟକୁ ହରାଇବା ବୁଷ୍ଟର ଡୋଜର ସେତେଟା ଆବଶ୍ୟକତା ପଡି ନ ପାରେ । ଓମିକ୍ରନ ସଂକ୍ରମଣ ସେମାନଙ୍କ ଶରୀରରେ ରୋଗ ପ୍ରତିରୋଧକ ଶକ୍ତିରେ ବୃଦ୍ଧି କରାଇଥାଏ । ଚୀନ ସମେତ ସାରା ବିଶ୍ୱରେ ଓମିକ୍ରନ ବ୍ୟାପୁଥିବା ବେଳେ ଏହି ତଥ୍ୟ ବିଶ୍ୱବାସୀଙ୍କୁ ସାନ୍ତ୍ୱନା ଦେଇଛି । ଲୋକମାନଙ୍କୁ ଓମିକ୍ରନ-ଆଡପ୍ଟେଡ ବୁଷ୍ଟର ଡୋଜ ଦେବା ପାଇଁ ବାୟୋଟେକନିକର ଟିମ ଦାବି କରିଛି ।

ୱାସିଂଟନ ଏବଂ ବାୟୋଏନଟେକ ଉଭୟ ଅନୁଧ୍ୟାନ ଇମ୍ୟୁନିଟି ସିଷ୍ଟମର ବି ସେଲ୍ସ ଉପରେ ମଧ୍ୟ ଏକ୍ସପେରିମେଣ୍ଟ କରିଥିଲେ । କୌଣସି ଜୀବାଣୁକୁ ଚିହ୍ନଟ କରିବା ସମୟରେ ନୂତନ ଆଣ୍ଟବଡି ବିସ୍ଫୋରଣ ସୃଷ୍ଟି କରିଥାଏ ଏହି ଶ୍ୱେତ ରକ୍ତ କଣିକା । ଅର୍ଥାତ ପ୍ରତିରକ୍ଷା ପ୍ରଣାଳୀରେ ଏହା ଆଣ୍ଟିବଡି ତିଆରି କରିବା ସହ ସଂକ୍ରମଣ ସହ ଲଢିବା ପାଇଁ ସାହାଯ୍ୟ କରିଥାଏ । ତେବେ ଆଗ୍ରମୀ ମ୍ୟୁଟେସନ ଓମିକ୍ରନ ଭଳି ହାଲକା ହେବ ସେ ନେଇ କୌଣସି ସ୍ପଷ୍ଟତା ନାହିଁ । ତେବେ ଏହାର ପରିବର୍ତ୍ତନ ଏବଂ ଭବିଷ୍ୟତ ସମ୍ପୂର୍ଣ୍ଣ ଭାବରେ ଜୀବାଣୁର ପରିବର୍ତ୍ତନ ଉପରେ ନିର୍ଭର କରିଥାଏ ।

Get real time updates directly on you device, subscribe now.