fbpx

ରାଜ୍ୟ ସରକାରଙ୍କ ‘ନୂଆ ଓଡ଼ିଶା, ନବୀନ ଓଡ଼ିଶା’ କାର୍ଯ୍ୟକ୍ରମକୁ ଛାତ୍ର କଂଗ୍ରେସର ବିରୋଧ

ନେତାଙ୍କ ଫଟୋରେ ମହାପୁରୁଷ ଓ ସ୍ୱାଧିନତା ସଂଗ୍ରାମୀଙ୍କ ଫଟୋ ଲଗାଉଛନ୍ତି ଛାତ୍ର କଂଗ୍ରେସ

Advertisement

ଭୁବନେଶ୍ଵର: କଲେଜ କ୍ୟାମ୍ପସରେ ରାଜ୍ୟ ସରକାରଙ୍କ ‘ନୂଆ ଓଡିଶା, ନବୀନ ଓଡିଶା’ କାର୍ଯ୍ୟକ୍ରମକୁ ବିରୋଧ କରିଛି ଛାତ୍ର କଂଗ୍ରେସ । ମହର୍ଷି କଲେଜ କ୍ୟାମ୍ପସରେ ଲାଗିଥିବା ମୁଖ୍ୟମନ୍ତ୍ରୀଙ୍କ ପୋଷ୍ଟର ଉପରେ ମହାପୁରୁଷ, ସ୍ୱାଧିନତା ସଂଗ୍ରାମୀଙ୍କ ଫଟୋ ଲଗାଇଲା ଛାତ୍ର କଂଗ୍ରେସ । ଆଗକୁ ନିର୍ବାଚନ ଆସୁଥିବାରୁ ଏଭଳି କାର୍ଯ୍ୟକ୍ରମ ଜରିଆରେ କଲେଜ କ୍ୟାମ୍ପସରେ ବିଜେଡି ଦଳୀୟ ପ୍ରଚାର କରୁଥିବା ଅଭିଯୋଗ କରିଛି ଛାତ୍ର କଂଗ୍ରେସ ।

ସେଥିଲାଗି ଏହାକୁ ବିରୋଧ କରି ରାଜ୍ୟର ସବୁ କଲେଜରେ ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀ ଓ ନେତାଙ୍କ ମୁହଁ ଉପରେ ମହାପୁରୁଷ ଓ ସ୍ୱାଧିନତା ସଂଗ୍ରାମୀଙ୍କ ଫଟୋ ଲଗାଇବ ବୋଲି କହିଛି ଛାତ୍ର କଂଗ୍ରେସ ।

 

Get real time updates directly on you device, subscribe now.