fbpx

ହଷ୍ଟେଲ ଛାତରୁ ଖସି ଛାତ୍ର ଗୁରୁତର, ରାଗିଂ ଅଭିଯୋଗ ଆଣିଲେ ପରିବାର ଲୋକେ

ଭବାନୀପାଟଣା: ଭବାନୀପାଟଣା ଟାଉନ୍ ଥାନା ସ୍ଥିତ ଏକ ଘରୋଇ ହଷ୍ଟେଲରେ ବଡ଼ ଅଘଟଣ । ହଷ୍ଟେଲ ଛାତରୁ ଖସି ଜଣେ ଛାତ୍ର ଗୁରୁତର ହୋଇଥିବା ଖବର ସାମ୍ନାକୁ ଆସିଛି । ଗୁରୁତର ଛାତ୍ର ଜଣଙ୍କ ଯୁକ୍ତ ଦୁଇ ୨ୟ ବର୍ଷର ବୋଲି ଜଣାପଡ଼ିଛି । ସ୍ଥାନୀୟ ଲୋକଙ୍କ ସହାୟତାରେ ତାଙ୍କୁ ତୁରନ୍ତ ଭବାନୀପାଟଣା ମେଡିକାଲରେ ଭର୍ତ୍ତି କରାଯାଇଛି । ତେବେ ଗୁରୁତର ଛାତ୍ରଙ୍କ ପରିବାର ଲୋକେ ରାଗିଂ ଅଭିଯୋଗ ନେଇ ଟାଉନ୍ ଥାନାରେ ଏକ ଲିଖିତ ଏତଲା ଦେଇଛନ୍ତି । ଏନେଇ ପୋଲିସର ଅଧିକ ଛାନଭିନ୍ ଜାରି ରହିଛି ।

 

Get real time updates directly on you device, subscribe now.