fbpx
BJD SKY
BJD SKY

ଛାତ୍ରୀଙ୍କୁ ଶିକ୍ଷକଙ୍କ ଅସଦାଚରଣ: ପରୀକ୍ଷାରେ ପାଶ୍ ହେବା ପାଇଁ ମୋତେ କିଛି ଦେବାକୁ ପଡିବ, ଦେଖନ୍ତୁ Video

BJD

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ପୁଣି ଛାତ୍ରୀଙ୍କୁ ଅସଦାଚରଣ ନେଇ ଆସିଲା ଅଭିଯୋଗ । ଗୁରୁ ଶିଷ୍ୟ ସମ୍ପର୍କରେ ଲାଗିଲା କଳଙ୍କ । ଯାଜପୁର ରୋଡ ବ୍ୟାସନଗର ସ୍ୱୟଂ ଶାଶିତ ମହାବିଦ୍ୟାଳୟରେ ଏଭଳି ଘଟଣା ଘଟିଛି । ଅସଦାଚରଣ ନେଇ ଅଭିଯୋଗ ଆଣିଲେ ମବାହିଦ୍ୟାଳୟର ଛାତ୍ରୀ ।

ପରୀକ୍ଷାରେ ପାଶ୍ କରେଇଦେବାର ଲାଳସା ଦେଇ ଛାତ୍ରୀଙ୍କ ସହିତ ଖରାପ କାମ କରିବାର ନଜର ରଖିଥିବା ନେଇ ଅଭିଯୋଗ ଆସିଛି । ପରୀକ୍ଷାରେ ପାଶ୍ ହେବାକୁ ହେଲେ ତତେ କିଛି ଦେବାକୁ ପଡିବ ବୋଲି ଅଧ୍ୟାପକ କହିଥିଲେ । ଛାତ୍ରୀ ଜଣଙ୍କ କଣ ବୋଲି ପଚାରିବାରୁ ଆଇ ଲାଇକ୍ ୟୁ, ଆଉ ତୁ ଆଗକୁ ବୁଝି ପାରୁଥିବୁ ବୋଲି କହିଥିଲେ । ଜନୈକ ଅଧ୍ୟାପକ ତାପସ ରଞ୍ଜନ ପଣ୍ଡା ଜଣେ ଛାତ୍ରୀଙ୍କୁ ପରୀକ୍ଷା ଦେବାକୁ ନେଇ କିଛି ଅଶ୍ଲୀଳ ବାର୍ତ୍ତା, ଅଶ୍ଲୀଳ ଇଙ୍ଗିତ ସହ ତାଙ୍କୁ ମାନସିକ ଚାପ ପକାଇ କିଛି ଖରାପ କାର୍ୟ୍ୟ ଉଦେଶ୍ୟରେ ତାଙ୍କୁ କହିଥିଲେ ।

ଯାହାକୁ ବିରୋଧ କରି ଆଜି ଛାତ୍ରୀ ଜଣକ ଏକ ଲିଖିତ ଅଭିଯୋଗ ମହାବିଦ୍ୟାଳୟର ପ୍ରଧାନ ଅଧକ୍ଷଙ୍କୁ ଦେଇଥିଲେ । ଏ ନେଇ ଆଜି ଛାତ୍ର ଛାତ୍ରୀଙ୍କ ମଧ୍ୟରେ ଉତ୍ତେଜନା ଦେଖା ଦେଇଥିଲା । ଏନେଇ ଅଧକ୍ଷ ଓ ଅଧ୍ୟାପକ ତାପସ ରଞ୍ଜନ ପଣ୍ଡାଙ୍କୁ ଘଟଣା ସମ୍ପର୍କ ରେ ପଚାରିବାରୁ ଆମକୁ କୌଣସି ପ୍ରତି ଉତ୍ତର ରଖି ନଥିଲେ ।

Get real time updates directly on you device, subscribe now.