fbpx
BJD SKY
BJD SKY

ଏଣିକି ବିଦେଶରୁ MBBS କରୁଥିବା ଛାତ୍ରଛାତ୍ରୀଙ୍କୁ ପ୍ରତି ମାସରେ ମିଳିବ ଇଣ୍ଟର୍ଣ୍ଣଶିପ ଭତ୍ତା: DGMEର ବଡ଼ ନିଷ୍ପତ୍ତି

BJD

ନୂଆଦିଲ୍ଲୀ: ବିଦେଶରୁ ଏମବିବିଏସ କରୁଥିବା ଛାତ୍ରଛାତ୍ରୀଙ୍କ ପାଇଁ ଆସିଛି ଏକ ଖୁସି ଖବର । ଏଣିକି ଇଣ୍ଟର୍ଣ୍ଣଶିପ ସମୟରେ ଅନ୍ୟ ଏମବିବିଏସ ଛାତ୍ରଛାତ୍ରୀଙ୍କ ପରି ଏମାନଙ୍କୁ ମଧ୍ୟ ଭତ୍ତା ପ୍ରଦାନ କରାଯିବ । ଚିକିତ୍ସା ଶିକ୍ଷା ମହାନିର୍ଦ୍ଦେଶାଳୟ (ଡିଜିଏମଇ) ପକ୍ଷରୁ ଏନେଇ ଏକ ନିର୍ଦ୍ଦେଶନାମା ଜାରି କରାଯାଇଛି । ୪ ବର୍ଷର ପାଠପଢ଼ା ସରିବା ପରେ ଏଡି ଏମବିବିଏସ ଛାତ୍ରଛାତ୍ରୀଙ୍କୁ ଏକ ବର୍ଷର ଇଣ୍ଟର୍ଣ୍ଣଶିପ୍ କରିବାକୁ ପଡ଼ିଥାଏ ।

ତେବେ ଏହି ଇଣ୍ଟର୍ଣ୍ଣଶିପ କରିବା ଅବସରେ ଛାତ୍ରଛାତ୍ରୀଙ୍କୁ ଭତ୍ତା ପ୍ରଦାନ କରାଯିବ । ବିଦେଶରୁ ଏମବିବିଏସ କରୁଥିବା ଛାତ୍ରଛାତ୍ରୀ ଭାରତରେ ଇଣ୍ଟର୍ଣ୍ଣଶିପ କରିପାରିବେ । ପୂର୍ବରୁ ସେମାନଙ୍କୁ ଇଣ୍ଟର୍ଣ୍ଣଶିପ ଭତ୍ତା ମିଳୁନଥିବା ବେଳେ ଏବେ ସେମାନେ ଏହାର ଲାଭ ପାଇ ପାରିବେ । ଛାତ୍ରଛାତ୍ରୀଙ୍କ ଦାବିକୁ ଦୃଷ୍ଟିରେ ରଖି ଡିଜିଏମଇ ବିଦେଶରୁ ଏମବିବିଏସ କରୁଥିବା ଛାତ୍ରଛାତ୍ରୀଙ୍କୁ ଇଣ୍ଟର୍ଣ୍ଣଶିପ୍ ଭତ୍ତା ପ୍ରଦାନ କରିବାକୁ ନିଷ୍ପତ୍ତି ନେଇଛି ।

ତେବେ ଏହି ବ୍ୟବସ୍ଥା ଚଳିତ ବର୍ଷଠାରୁ ଲାଗୁ ହୋଇଛି । ଉତ୍ତରପ୍ରଦେଶ ସ୍ଥିତ ଲୋହିୟା ସଂସ୍ଥାରେ ୨୦୦ଟି ଏମବିବିଏସ ସିଟ୍ ରହିଥିବା ବେଳେ କେଜିଏମୟୁରେ ୨୫୦ଟି ସିଟ୍ ରହିଛି । ଲୋହିୟାରେ ବିଦେଶରୁ ଏମବିବିଏସ କରୁଥିବା ଛାତ୍ରଛାତ୍ରୀଙ୍କର ଅଲଗା ବ୍ୟାଚ ଆରମ୍ଭ ହୋଇଯାଇଛି । ଏହି ସମସ୍ତ ଛାତ୍ରଛାତ୍ରୀମାନେ ଏଣିକି ପ୍ରତି ମାସରେ ୧୨ ହଜାର ଟଙ୍କାର ଇଣ୍ଟର୍ଣ୍ଣଶିପ ପାଇବେ । ଛାତ୍ରଛାତ୍ରୀଙ୍କ ସୁବିଧା ପାଇଁ ଏହି ନୂଆ ବ୍ୟବସ୍ଥା ଲାଗୁ କରାଯାଇଥିବା ସଂସ୍ଥା ପକ୍ଷରୁ କୁହାଯାଇଛି ।

Get real time updates directly on you device, subscribe now.