fbpx
BJD SKY
BJD SKY

‘Boss I am drunk….’: ରାତି ୨.୩୦ରେ ବସଙ୍କ ପାଖକୁ ମେସେଜ୍ ପଠାଇଲେ କର୍ମଚାରୀ, ସ୍କ୍ରିନଶଟ୍ ଭାଇରାଲ

BJD

ନୂଆଦିଲ୍ଲୀ: ମଦ ନିଶାରେ ଥିବା ମଣିଷଟି ସର୍ବଦା ସତ କଥା କହିଦେଇଥାଏ ବୋଲି ଅନେକ କୁହନ୍ତି । ଅନେକ ସମୟରେ ନିଶାର ବଶବର୍ତ୍ତୀ ହୋଇ କିଏ ଶତ୍ରୁ ଆଉ କିଏ ମାତ୍ରା ତାହା ମଧ୍ୟ ଜାଣିହୋଇନଥାଏ । ତେବେ ନିକଟରେ ଜଣେ କର୍ମଚାରୀ ଓ ତାଙ୍କର ବସଙ୍କୁ ନେଇ ଆସିଛି ଏକ ଟ୍ୱିଷ୍ଟଭରା କାହାଣୀ । କର୍ମଚାରୀ ଜଣଙ୍କ ମଦ ନିଶାରେ ଥାଇ ତାଙ୍କର ବସଙ୍କୁ ମେସେଜ୍ କରିଥିଲେ । ଏହାପରେ ବସ ତାଙ୍କର ଜୁନିୟରଙ୍କ ମେସେଜର ସ୍କ୍ରିନଶଟକୁ ସୋସିଆଲ ମିଡ଼ିଆରେ ଶେୟାର କରିଥିଲେ ।

ରାତି ୨.୩୦ରେ କର୍ମଚାରୀ ତାଙ୍କର ବସଙ୍କୁ ମେସେଜ ଲେଖିଥିଲେ- ‘ବସ୍ ମୁଁ ନିଶାରେ ଅଛି କିନ୍ତୁ ଗୋଟିଏ କଥା କହିବାକୁ ଚାହୁଁଛି । ମୋ ଉପରେ ଭରସା କରିଥିବାରୁ ଆପଣଙ୍କୁ ଧନ୍ୟବାଦ । କଠିନ ସମୟରେ ମୋତେ ଆଗକୁ ଯିବାକୁ ବାଟ ଦେଖାଇ ଥିବାରୁ ଧନ୍ୟବାଦ । ଭଲ କମ୍ପାନୀ ଅପେକ୍ଷା ଜଣେ ଭଲ ମ୍ୟାନେଜର ମିଳିବା ବହୁତ କଷ୍ଟକର ବ୍ୟାପାର । ତେଣୁ ମୁଁ ବହୁତ ଭାଗ୍ୟବାନ । ଆପଣ ମଧ୍ୟ ନିଜକୁ ପ୍ରଶଂସା କରନ୍ତୁ ଓ ନିଜକୁ ଧନ୍ୟବାଦ ଦିଅନ୍ତୁ । ବାଏ ।’

ଏହି ପୋଷ୍ଟର କ୍ୟାପସନରେ ବସ୍ ଲେଖିଥିଲେ- ‘ପୁରୁଣା କର୍ମଚାରୀଙ୍କ ତରଫରୁ ନିଶାରେ ମେସେଜ ଆସିବା ତ ସାଧାରଣ କଥା । କିନ୍ତୁ ଆପଣଙ୍କ ପାଖକୁ କେବେ ଏପରି ମେସେଜ୍ ଆସିଛି କି?’ ଏହି ପୋଷ୍ଟ ଭାଇରାଲ ହେବା ପରେ ଲୋକମାନେ ଏଥିରେ ଅନେକ କମେଣ୍ଟ ଦେଇଥିଲେ । ‘ଆପଣଙ୍କ ଜୁନିୟର ଆପଣଙ୍କୁ ପସନ୍ଦ କରୁଛନ୍ତି, ତେଣୁ ଆପଣ ବଡ଼ ଭାଗ୍ୟବାନ’ ବୋଲି ଜଣେ ଲେଖିଥିଲେ । ସେହିପରି ‘ଆପଣ ଜଣେ ଭଲ ମ୍ୟାନେଜର ହୋଇଥିବେ ନଚେତ୍ ଏପରି ମେସେଜ କେହି ପଠାଇ ନଥାନ୍ତେ’ ବୋଲି ଆଉ ଜଣେ କମେଣ୍ଟ କରିଥିଲେ । ଏହି ପୋଷ୍ଟକୁ ଗୋଟିଏ ଦିନରେ ୩୫୦୦ରୁ ଅଧିକ ଲୋକ ଲାଇକ୍ କରିଥିବା ବେଳେ ୧୦୦ରୁ ଅଧିକ କମେଣ୍ଟ କରିଥିଲେ ।

Get real time updates directly on you device, subscribe now.