fbpx

ଚଳିତ ବର୍ଷ ବିନା ପରୀକ୍ଷାରେ ପାସ୍ ହେବେ ପ୍ରଥମରୁ ଅଷ୍ଟମ ଛାତ୍ରଛାତ୍ରୀ

ଭୁବନେଶ୍ୱର, ୧୨ା୩ (ଓଡିଶା ଭାସ୍କର): ଗତବର୍ଷ ପରି ଚଳିତ ବର୍ଷ ବିନା ପରୀକ୍ଷାରେ ପାସ୍ ହେବେ ପ୍ରଥମ ଶ୍ରେଣୀ ଠାରୁ ଅଷ୍ଟମ ଶ୍ରେଣୀର ଛାତ୍ରଛାତ୍ରୀ । ବାର୍ଷିକ ପରୀକ୍ଷା କରାନଯାଇ ଛାତ୍ରଛାତ୍ରୀଙ୍କୁ ଉପର ଶ୍ରେଣୀକୁ ଉତ୍ତୀର୍ଣ୍ଣ କରାଯିବ । କରୋନା ସଂକ୍ରମଣ ବୃଦ୍ଧି ପାଉଥିବାରୁ ଗଣଶିକ୍ଷା ବିଭାଗ ପକ୍ଷରୁ ଏନେଇ ପ୍ରସ୍ତୁତି ଚାଲିଛି ବୋଲି ଜଣାପଡ଼ିଛି ।

ନୂଆ ଶିକ୍ଷାବର୍ଷ ଆରମ୍ଭ ହେବାକୁ ଆଉ ମାସଟିଏ ଥିବାବେଳେ ଏ ପର୍ଯ୍ୟନ୍ତ ଛାତ୍ରଛାତ୍ରୀମାନେ ସ୍କୁଲ ମାଡ଼ିନାହାନ୍ତି । ନବମ ଓ ଦଶମ କ୍ଲାସ ଆରମ୍ଭ ହୋଇଥିବା ବେଳେ ଏ ପର୍ଯ୍ୟନ୍ତ ପ୍ରଥମରୁ ଅଷ୍ଟମ ଛାତ୍ରଛାତ୍ରୀ ସ୍କୁଲକୁ ଆସିନାହାନ୍ତି । ପିଲାଙ୍କ ପାଠପଢ଼ା ପାଇଁ ଏକ ସ୍ୱତନ୍ତ୍ର ଟାଇମ୍ ପିରିୟଡ୍ ଫିକ୍ସ କରାଯାଇଥିଲା । ମହାରାଷ୍ଟ୍ର, ଗୁଜୁରାଟ ପରି କିଛି ରାଜ୍ୟରେ କରୋନା ସଂକ୍ରମଣ ବଢ଼ୁଥିବାରୁ ବର୍ତ୍ତମାନ ସରକାରୀ ସ୍ତରରେ କିଛି ନିଷ୍ପତ୍ତି ହୋଇପାରୁନି । ପ୍ରଥମରୁ ଅଷ୍ଟମ ଶ୍ରେଣୀ ଖୋଲିବା ପାଇଁ ଆଉ ସମୟ ନଥିବାରୁ ଏକାଥରକେ ନୂଆ ଶିକ୍ଷାବର୍ଷ ଆରମ୍ଭ ହେବ ବୋଲି ସୂଚନା ମିଳିଛି ।

Get real time updates directly on you device, subscribe now.