ଟ୍ୱିନ୍ ସିଟିରେ ଟ୍ରାଫିକ୍ ସମ୍ଭାଳିବେ ଛାତ୍ରଛାତ୍ରୀ, ନିର୍ଦ୍ଦିଷ୍ଟ ପୋଷାକ ସହ ଟୋପି ପିନ୍ଧି କରିବେ ଡ୍ୟୁଟି
ଛାତ୍ରଛାତ୍ରୀଙ୍କ ଯୋଗଦାନ ଟ୍ରାଫିକ୍ ବ୍ୟବସ୍ଥାକୁ ଆହୁରି ମଜଭୁତ କରିବ କହିଲେ ପୋଲିସ କମିଶନର ଏସ୍ ଦେବଦତ୍ତ ସିଂ ।
ଭୁବନେଶ୍ବର: ବର୍ତ୍ତମାନ କିଛି ମାତ୍ରାରେ କମିପାରେ ଟ୍ରାଫିକ ସମସ୍ୟା । ଟ୍ୱିନ୍ ସିଟିରେ ଟ୍ରାଫିକ୍ ସମ୍ଭାଳିବେ ଛାତ୍ରଛାତ୍ରୀ । ଏନେଇ ସୂଚନା ଦେଲେ ପୋଲିସ କମିଶନର ଏସ୍ ଦେବଦତ୍ତ ସିଂ ।
ପୋଲିସ କମିଶନରଙ୍କ କହିବା ଅନୁସାରେ, ଆଜି ୫୩ ଷ୍ଟୁଣ୍ଡେଣ୍ଟ ଟ୍ରାଫିକ୍ ଭଲେଣ୍ଟିଓର କମିଶନରେଟ ପୋଲିସରେ ସାମିଲ ହୋଇଛନ୍ତି । ସମସ୍ତ ଷ୍ଟୁଣ୍ଡେଣ୍ଟ ଭଲେଣ୍ଟିଓରଙ୍କୁ ନିର୍ଦ୍ଦିଷ୍ଟ ପୋଷାକ ସହ ଟୋପି ଦିଆଯାଇଛି ।
ତେବେ କମିଶନରେଟ ପୋଲିସ ଦ୍ବାରା ଦିଆଯାଇଥିବା ପୋଷାକ ଏବଂ ଟୋପି ପିନ୍ଧି ଟ୍ରାଫିକ ନିୟନ୍ତ୍ରଣ କରିବେ ଛାତ୍ରଛାତ୍ରୀ । ଛାତ୍ରଛାତ୍ରୀଙ୍କ ଯୋଗଦାନ ବଡ଼ ସହାୟକ ହେବ ବୋଲି ପୋଲିସ କମିଶନର ଏସ୍ ଦେବଦତ୍ତ ସିଂ କହିଛନ୍ତି ।
ଯୋଗଦାନ ଟ୍ରାଫିକ୍ ବ୍ୟବସ୍ଥାକୁ ଆହୁରି ମଜଭୁତ କରିବ । କିଛି ମାତ୍ରାରେ ଟ୍ରାଫିକ ସମସ୍ୟା କମିପାରେ ବୋଲି ଆକଳନ କରାଯାଉଛି ।