fbpx
BSKY SKY
BSKY SKY

(Video) ଧରାପଡ଼ିବା ପରେ ଲାଞ୍ଚ ଟଙ୍କାକୁ ପାଟିରେ ପୂରାଇ ଦେଲା ଇନ୍ସପେକ୍ଟର: ମାଡ଼ିବସିଲା ଭିଜିଲାନ୍ସ ଟିମ୍

BSKY

ସୋସିଆଲ ମିଡିଆରେ ବେଳେବେଳେ ଏପରି ଭିଡିଓ ସାମ୍ନାକୁ ଆସିଯାଏ, ଯେଉଁଥିରେ ଦେଶରେ ହେଉଥିବା ଦୁର୍ନୀତିର ପର୍ଦ୍ଦାଫାସ ହେଉଥିବା ଦେଖିବାକୁ ମିଳେ । ଏପରି ଏକ ମାମଲା ଫରିଦାବାଦରୁ ସାମ୍ନାକୁ ଆସିଛି, ଯେଉଁଠାରେ ଜଣେ ସବ-ଇନ୍ସପେକ୍ଟର ମଇଁଷି ଚୋରି ମାମଲାରେ ଲାଞ୍ଚ ନେଉଥିବା ବେଳେ ଧରାପଡିଛନ୍ତି । ଏହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

ଭିଜିଲାନ୍ସ ଟିମ୍ ଏବିଷୟରେ ଖବର ମିଳିବା ମାତ୍ରେ ସେମାନେ ଅଭିଯୁକ୍ତ ସବ-ଇନ୍ସପେକ୍ଟରକୁ ଫଲୋ କରିଥିଲେ । ଲାଞ୍ଚ ନେଉଥିବା ବେଳେ ଧରିପକାଇବାରୁ ଅଭିଯୁକ୍ତ ଇନ୍ସପେକ୍ଟର ଜଣକ ଲାଞ୍ଚ ଟଙ୍କାକୁ ପାଟି ପୂରାଇ ଢ଼ୋକିବାକୁ ଚେଷ୍ଟା କରିଥିଲେ । ଏହାର ସମ୍ପୂର୍ଣ୍ଣ ଘଟଣା କ୍ୟାମେରାରେ କଏଦ୍ ହୋଇଥିବା ବେଳେ ଏବେ ଭାଇରାଲ ହେବାରେ ଲାଗିଛି । ଭିଡିଓରେ ଦେଖିବାକୁ ମିଳିଛି କି, କିପରି ସବ ଇନ୍ସପେକ୍ଟର ମହେନ୍ଦ୍ର ଓଲା ଲାଞ୍ଚ ଟଙ୍କାକୁ ଗିଳିବାକୁ ଚେଷ୍ଟା କରୁଛନ୍ତି । କିନ୍ତୁ ଭିଜିଲାନ୍ସ ଅଧିକାରୀମାନେ ତାଙ୍କ ମୁହଁରେ ଆଙ୍ଗୁଠି ପୂରାଇ ଟଙ୍କା ବାହାର କରିବାକୁ ଚେଷ୍ଟା କରୁଥିବା ଭିଡିଓରେ ଦେଖିବାକୁ ମିଳିଛି ।

ରିପୋର୍ଟ ଅନୁସାରେ, ଶମ୍ଭୁ ନାଥଙ୍କଠାରୁ ୧୦ ହଜାର ଟଙ୍କା ଲାଞ୍ଚ ମାଗିଥିଲେ ସବ-ଇନ୍ସପେକ୍ଟର ମହେନ୍ଦ୍ର । ଶମ୍ଭୁଙ୍କ ମଇଁଷି ଚୋରି ହୋଇଥିବା ବେଳେ ଲାଞ୍ଚ ଟଙ୍କାକୁ ନେଇ ସେ ଭିଜିଲାନ୍ସ ଟିମକୁ ଜଣାଇଥିଲେ । ଶମ୍ଭୁଙ୍କ ଅଭିଯୋଗ ଅନୁସାରେ, ସେ ଆଗରୁ ମହେନ୍ଦ୍ରଙ୍କୁ ୬ ହାଜର ଟଙ୍କା ଲାଞ୍ଚ ଦେଇଥିଲେ । ଅଭିଯୋଗ ମିଳିବା ପରେ ଭିଜିଲାନ୍ସ ଟିମ୍ ମହେନ୍ଦ୍ରଙ୍କୁ ରେଡ୍ ହ୍ୟାଣ୍ଟରେ ଧରିବା ପାଇଁ ଜାଲ ବିଛାଇଥିଲେ । ଆଉ ତା’ପରେ ଯାହା ହେଲା, ତାହା ଆପଣ ଭିଡିଓ ଦେଖି ଜାଣିପାରିବେ…

Get real time updates directly on you device, subscribe now.