fbpx

୫୭ଟି ଦେଶରେ ବ୍ୟାପିସାରିଲାଣି ଓମିକ୍ରନର ଗୁପ୍ତ ଭାରିଆଣ୍ଟ୍, ହୋଇଯାଆନ୍ତୁ ସଜାଗ: ହୁ’

ନୂଆଦିଲ୍ଲୀ: କରୋନାର ସବୁଠାରୁ ଦ୍ରୁତ ସଂକ୍ରାମକ ଭାରିଆଣ୍ଟ୍ ଓମିକ୍ରନ କହିବାକୁ ଗଲେ ସମଗ୍ର ବିଶ୍ୱରେ ବ୍ୟାପିଯାଇଛି । ଏହା ଭିତରେ ପୁଣି ଓମିକ୍ରନର ସବ୍ ଭାରିଆଣ୍ଟ୍ ଡରାଇବା ଆରମ୍ଭ କରିଛି । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ନିକଟରେ ଓମିକ୍ରନର ସବ୍ ଭାରିଆଣ୍ଟକୁ ନେଇ ଲୋକଙ୍କୁ ଚେତାଇଥିଲେ । ଏହି ପରିପ୍ରେକ୍ଷୀରେ ମଙ୍ଗଳବାର ଦିନ ହୁ’ ପକ୍ଷରୁ କୁହାଯାଇଛି ଯେ, ଓମିକ୍ରନ୍ ର ସବ୍-ଭାରିଆଣ୍ଟ୍ ବର୍ତ୍ତମାନ ବିଶ୍ୱର ୫୭ଟି ଦେଶରେ ବ୍ୟାପିସାରିଛି । ଆହୁରି ମଧ୍ୟ କହିଛି ଯେ, ଓମିକ୍ରନ ଠାରୁ ବି କ୍ଷତିକାରଣ ହେଉଛି ତାର ସବ୍-ଭାରିଆଣ୍ଟ୍ ।

ସୂଚନା ଯେ, ଓମିକ୍ରନ୍ ଭାରିଆଣ୍ଟ୍ ହେଉଛି କରୋନା ମହାମାରୀର ସବୁଠାରୁ ଦ୍ରୁତ ଗତିରେ ସଂକ୍ରମିତ କରୁଥିବା ଭାରିଆଣ୍ଟ୍ । ମାତ୍ର ୧୦ ସପ୍ତାହରେ ଏହି ଭାରିଆଣ୍ଟ୍ ସମଗ୍ର ବିଶ୍ୱରେ ବ୍ୟାପିସାରିଛି । ଓମିକ୍ରନ ଭାରିଆଣ୍ଟଜ ଜନିତ ମାମଲା ପ୍ରଥମେ ଦକ୍ଷିଣ ଆଫ୍ରିକାରୁ ଚିହ୍ନଟ ହୋଇଥିଲା । କରୋନା ଭାଇରସ୍ ତୁଳନାରେ ଏହି ଭାରିଆଣ୍ଟ ଗତ କିଛି ମାସ ମଧ୍ୟରେ ସାରା ବିଶ୍ୱରେ ୯୩ ପ୍ରତିଶତ ଲୋକଙ୍କୁ ସଂକ୍ରମିତ କରିଛି ।

ଓମିକ୍ରନ ଭାରିଆଣ୍ଟ୍ ର ବର୍ତ୍ତମାନ ଅନେକ ପ୍ରକାର ସବ୍-ଭାରିଆଣ୍ଟ୍ ବିଭିନ୍ନ ଦେଶରୁ ଚିହ୍ନଟ ହୋଇଛି । ଏହାର ମାମଲା ମଧ୍ୟ ଏବେ ବୃଦ୍ଧି ପାଉଛି । ଏହାର ଏକାଧିକ ସବ୍-ଭାରିଆଣ୍ଟ୍ ରହିଛି ଯେପରିକି ବିଏ.୧, ବିଏ.୧.୧, ବିଏ.୨ ଏବଂ ବିଏ.୩ ।

Get real time updates directly on you device, subscribe now.