New Yearରେ ଆସିବ ସୁଭଦ୍ରା ଟଙ୍କା! କାହିଁକି ଡିସେମ୍ବରରେ ମିଳିବନି ଚତୁର୍ଥ ପର୍ଯ୍ୟାୟ? କ’ଣ କହିଲେ ଉପମୁଖ୍ୟମନ୍ତ୍ରୀ?

ଓଡ଼ିଶା ଭାସ୍କର: ସୁଭଦ୍ରା ଯୋଜନାର ଚତୁର୍ଥ ପର୍ଯ୍ୟାୟ ଟଙ୍କାକୁ ନେଇ ଏକ ବଡ଼ ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ଡିସେମ୍ବର ୨୫ ତାରିଖରେ ମିଳିବାକୁ ଥିବା ଚତୁର୍ଥ ପର୍ଯ୍ୟାୟ ଟଙ୍କାକୁ ସ୍ଥଗିତ ରକିଛନ୍ତି ସରକାର । ଡିସେମ୍ବର ମାସରେ ଏହି ଟଙ୍କା ହିତାଧିକାରୀଙ୍କ ଆକାଉଣ୍ଟକୁ ପଠାଇଯିବ ନାହିଁ ବୋଲି ସଂକେତ ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡ଼ା । ଯୋଜନାର ଚତୁର୍ଥ ପର୍ଯ୍ୟାୟ ଟଙ୍କା ଆସିବା ପୂର୍ବରୁ ବଡ଼ ଘୋଷଣା କରିଛନ୍ତି ଉପମୁଖ୍ୟମନ୍ତ୍ରୀ । ଏଥିପାଇଁ ଯାଞ୍ଚ ଜାରି ରହିଛି ଏବଂ ଖୁବଶୀଘ୍ର ଏ ନେଇ ଏକ ବଡ଼ ଅପଡେଟ ଆସିପାରେ । ତେବେ ଡିସେମ୍ବରରେ କାହିଁକି ମିଳିବନି ସୁଭଦ୍ରା ଟଙ୍କା?

ସୁଭଦ୍ରା ଟଙ୍କା ପାଇବାରୁ ବଞ୍ଚିତ ରହିଥିବା ଯୋଗ୍ୟ ହିତାଧିକାରୀ ସୁଭଦ୍ରା ପୋର୍ଟାଲରେ ଯାଇ ନିଜର ଅଭିଯୋଗ ଦାୟର କରିପାରିବେ । ଏହାବ୍ୟତୀତ ଏହି ଯୋଜନା ପାଇଁ ବ୍ଲକରେ ତିଆରି ହୋଇଥିବା କମିଟି ନିକଟରେ ମଧ୍ୟ ଆପଣ ନିଜର ଅଭିଯୋଗ ଲେଖିପାରିବେ । ଏହାପରେ ଆରଆଇ ମାନେ ଗାଁକୁ ଯାଇ ତଦାରଖ କରିବା ପରେ ଦେଇଥିବା ରିପୋର୍ଟ ଅନୁସାରେ, ଚତୁର୍ଥ ପର୍ଯ୍ୟାୟରେ ଏହି ହିତାଧିକାରୀମାନଙ୍କୁ ସାମିଲ କରାଯିବ ବୋଲି କହିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ଏଥିସହିତ ରିଜେକ୍ଟ ଲିଷ୍ଟ ଯାଞ୍ଚ ସମୟରେ ଆଧାର ଭେରିଫିକେସନ କରାଇନେବାକୁ ସେ ହିତାଧିକାରୀ ମାନଙ୍କୁ ଅନୁରୋଧ କରିଛନ୍ତି ।

ତେବେ ଯଦି ବାୟୋମେଟ୍ରିକରେ ଇ-କେୱାଇସି ଶେଷ ବୋଲି ଦେଖାଉଛି, ତେବେ ହିତାଧିକାରୀ ଅଚିନ୍ତା ରୁହନ୍ତୁ । ଓଟିପି ଜରିଆରେ ଇ-କେୱାଇସି କରିଥିଲେ ମଧ୍ୟ ବାୟୋମେଟ୍ରିକ କରନ୍ତୁ । ଇ-କେୱାଇସି ଅପଡେଟ ନଥିବାରୁ ୫ ଲକ୍ଷ ୧୧ ହଜାର ଆବେଦନ ପଡ଼ି ରହିଥିବା ସେ ପ୍ରକାଶ କରିଛନ୍ତି । ବର୍ତ୍ତମାନ ଗାଁ ଗାଁରେ ସୁଭଦ୍ରା ହେଲ୍ପ ଡେସ୍କ, ଅଙ୍ଗନୱାଡ଼ି କର୍ମୀ ଏବଂ ବ୍ଲକ କମିଟି ଫିଲ୍ଡ ଭେରିପିକେସନ କରୁଛନ୍ତି । ଏଥିରେ ସମସ୍ତଙ୍କୁ ସହଯୋଗ କରିବାକୁ ଉପମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି । ମଣ୍ଡିରେ ୫ ଏକର ଜମି ଥିବା ଦର୍ଶାଇଥିଲେ ରିଜେକ୍ଟ ଲିଷ୍ଟରେ ନାଁ ଆସିବ ।

ତେବେ ଯାଞ୍ଚ ପ୍ରକ୍ରିୟା ଶେଷ ହେବା ପର୍ଯ୍ୟନ୍ତ ଚତୁର୍ତ ପର୍ଯ୍ୟାୟ ଟଙ୍କାକୁ ସ୍ଥଗିତ ରକିବାକୁ ନିଷ୍ପତ୍ତି ନିଆଯାଇଛି । ସମସ୍ତ ଯାଞ୍ଚ ପ୍ରକ୍ରିୟା ଶେଷ ହେବା ପରେ ଚତୁର୍ଥ ପର୍ଯ୍ୟାୟ ଟଙ୍କା ପାଇବେ ହିତାଧିକାରୀ । ଆସନ୍ତା ୩୦ ତାରିଖ ସୁଦ୍ଧା ସମସ୍ତ ଯାଞ୍ଚ ସରିଯିବ ବୋଲି ଆଶା କରାଯାଉଛି । ତେଣୁ ଏହାପରେ ଆସନ୍ତା ନୂଆ ବର୍ଷରେ ସରକାର ଚତୁର୍ଥ ପର୍ଯ୍ୟାୟ ଟଙ୍କା ପଠାଇପାରନ୍ତି ।