fbpx

(Video) ସୁଭଦ୍ରା ଯୋଜନା ନେଇ ବଡ ଅପଡେଟ୍, ଏଇ ବ୍ୟାଙ୍କର ଖାତା ଥିଲେ ଯିବନି ସୁଭଦ୍ରା ଟଙ୍କା !

ଭୁବନେଶ୍ବର(ଓଡିଶା ଭାସ୍କର): ସୁଭଦ୍ରା ଯୋଜନାକୁ ନେଇ ଆସିଲା ବଡ ଅପଡେଟ୍ । ଅକ୍ଚୋବର 9 ତାରିଖରେ ଆସିବ ପ୍ରଥମ କିସ୍ତିର ଦ୍ବିତୀୟ ଟଙ୍କା । ତେବେ ଏହାରି ଭିତରେ ଆଉ ଏକ ଗୁଜବ ସୃଷ୍ଟି ହୋଇଛି । କିଛି ବ୍ୟାଙ୍କରେ ଖାତା ଥିଲେ ସୁଭଦ୍ରା ଟଙ୍କା ଯିବନି ବୋଲି କୁହାଯାଉଛି । ସେପ୍ଟେମ୍ବର 17 ତାରିଖରେ ଓଡିଶା ଗସ୍ତରେ ଆସିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଓଡିଶାରେ ପ୍ରଥମେ ସୁଭଦ୍ରା ଯୋଜନାର ଶୁଭାରମ୍ଭ କରି ଯୋଗ୍ୟ ହିତାଧିକାରୀଙ୍କୁ ଦେଇଥିଲେ 5ହଜାର ଟଙ୍କା । କିନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ କିଛି ଜଣଙ୍କ ଆକାଣ୍ଟକୁ ଯାଇନାହିଁ ସୁଭଦ୍ରା ଟଙ୍କା। ଆବେଦନ କରିବାର ଏତିକି ଦିନ ବିତିଯାଇଥିଲେ ସୁଦ୍ଧା ଏଯାଏଁ କାହିଁକି ଟଙ୍କା ଆସିଲା ନାହିଁ ସେନେଇ ସମସ୍ତେ ଦ୍ବନ୍ଦରେ ରହିଛନ୍ତି । ତେବେ କହିରଖୁଛୁ କି, ଡିବିଟି ଥିବା ଆକାଉଣ୍ଟକୁ ହିଁ ସୁଭଦ୍ରା ଟଙ୍କା ଯିବ । ଯଦି ଡିବିଟି ସୁବିଧା ନଥିବ ତାହେଲେ ଆକାଉଣ୍ଚକୁ ଆସିବ ନାହିଁ ଟଙ୍କା । ଅନ୍ୟପଟେ ଯଦି ବ୍ୟାଙ୍କ ଆକାଉଣ୍ଚରେ ଆଧାର ସଂଯୋଗ କରିନାହାନ୍ତି ତାହେଲେ ମଧ୍ୟ ସୁଭଦ୍ରା ଟଙ୍କା ଆସିବ ନାହିଁ ।

ଆସନ୍ତା ଅକ୍ଟୋବର ୯ ତାରିଖରେ ଦ୍ୱିତୀୟ ପର୍ଯ୍ୟାୟରେ ସୁଭଦ୍ରା ଯୋଜନାର ପ୍ରଥମ କିସ୍ତି ଟଙ୍କା ଦେବେ ସରକାର ।  ତେବେ ଅକ୍ଟୋବର ୭ ତାରିଖ ସୁଦ୍ଧା ଯେଉଁ ମହିଳା ହିତାଧିକାରୀମାନେ ଯୋଗ୍ୟ ଭାବରେ ବିବେଚିତ ହୋଇଥିବେ, ସେମାନଙ୍କୁ ଦ୍ୱିତୀୟ ପର୍ଯ୍ୟାୟରେ ପ୍ରଥମ କିସ୍ତି ଟଙ୍କା ପଠାଯିବ ବୋଲି କହିଛନ୍ତି ଉପମୁଖ୍ୟନ୍ତ୍ରୀ ପ୍ରଭାତୀ ପରିଡ଼ା । ବାରିପଦାରେ ଏକ କାର୍ଯ୍ୟକ୍ରମ ଜରିଆରେ ଏହି ଟଙ୍କା ବଣ୍ଟନ କରାଯିବ । ତେବେ ଏହି ପର୍ଯ୍ୟାୟରେ ପ୍ରାୟ ୪୦ ଲକ୍ଷରୁ ଅଧିକ ମହିଳାଙ୍କ ଆକାଉଣ୍ଟକୁ ସୁଭଦ୍ରା ଟଙ୍କା ପଠାଯିବା ନେଇ ଆଶା କରାଯାଉଛି ।

Get real time updates directly on you device, subscribe now.