fbpx

ICC ODI Ranking: ଶୁଭମନ ଗିଲଙ୍କୁ ବଡ ସଫଳତା, ଜାଣନ୍ତୁ କୋହଲିଙ୍କ ସ୍ଥାନ

ନୂଆଦିଲ୍ଲୀ: ପ୍ରକାଶ ପାଇଛି ଆଇସିସିର ଦିନିକିଆ ରାଙ୍କିଙ୍ଗ । ଏହି ତାଜା ରାଙ୍କିଙ୍ଗରେ ଟିମ ଇଣ୍ଡିଆର ଯୁବ ଓପନର ଶୁଭମନ ଗିଲଙ୍କୁ ମିଳିଛି ଏକ ବଡ ସଫଳତା । ଜିମ୍ବାୱେ ବିପକ୍ଷ ସିରିଜରେ ତାଙ୍କର ଧୂଆଁଧାର ପାଳି ତାଙ୍କୁ ଏହି ରାଙ୍କିଙ୍ଗରେ ସଫଳତା ଆଣି ଦେଇଛି । ସିରିଜର ଶେଷ ଦିନିକିଆରେ ଶୁଭମନ ଗିଲ ହାସଲ କରିଥିବା ଶତକ ବଳରେ ତାଲିକାରେ ୪ଟି ସ୍ଥାନ ଉପରକୁ ଲମ୍ଫ ଦେଇଛନ୍ତି ଗିଲ୍ ।

ଜିମ୍ବାୱେରେ ବିପକ୍ଷରେ ତାଙ୍କର ଲଗାତାର ପ୍ରଦର୍ଶନ ଯୋଗୁଁ ସେ ପ୍ଲେୟର ଅଫ ଦ ସିରିଜ ମଧ୍ୟ ବିବେଚିତ ହୋଇଛନ୍ତି । ଏହାସହିତ ଦିନିକିଆ ରାଙ୍କିଙ୍ଗରେ ୪ଟି ସ୍ଥାନ ଉପରକୁ ଉଠି ୩୮ତମ ସ୍ଥାନରେ ପହଞ୍ଚିଛନ୍ତି ଶୁଭମନ ଗିଲ । ତେବେ ସାଥୀ ଓପନର ଶିଖର ଧୱନ ଏହି ସିରିଜରେ ୧୫୪ ରନ କରିଥିଲେ ବି ଗୋଟିଏ ପାଦ ତଳକୁ ଆସି ୧୨ତମ ସ୍ଥାନରେ ପହଞ୍ଚିଛନ୍ତି ।

ସେପଟେ ଟିମ ଇଣ୍ଡିଆର ପୂର୍ବତନ ଅଧିନାୟକ ବିରାଟ କୋହଲି ନିଜ ସା୍ଥନରେ ଅପରିବର୍ତ୍ତିତ ରହିଛନ୍ତି । ଏବେ ବି ୭୪୪ ପଏଣ୍ଟ ରେଟିଂ ସହ ପଞ୍ଚମ ସ୍ଥାନ କବଜା କରିଛନ୍ତି ବିରାଟ । ତେବେ ପାକିସ୍ତାନ ଅଧିନାୟକ ବାବର ଆଜମ ୮୯୧ ରେଟିଙ୍ଗ ସହିତ ରାଙ୍କିଙ୍ଗର ଶୀର୍ଷ ସ୍ଥାନ ଅକ୍ତିଆର କରିଛନ୍ତି । ତାଙ୍କ ପରେ ଦକ୍ଷିଣ ଆଫ୍ରିକାର ରାଶି ଭାନ ଡର ହୁସେନ ୭୮୯ ପଏଣ୍ଟରେ ଦ୍ୱିତୀୟ ସ୍ଥାନରେ ରହିଛନ୍ତି । ତେବେ ବୋଲିଂରେ ନ୍ୟୁଜିଲାଣ୍ଡର ଟ୍ରେଣ୍ଟ ବୋଲ୍ଟ ଏବଂ ଅଲରାଉଣ୍ଡର ଭାବେ ବାଂଲାଦେଶର ଶାକିବ ଅଲ ହସନ ନିଜ ଦବଦବା ବନାଇ ରଖିଛନ୍ତି ।

Get real time updates directly on you device, subscribe now.