fbpx

ବିଶ୍ୱର ନକ୍ସାରେ ଏପରି ଏକ ଗାଁ, ଯେଉଁଠାରେ ଝିଅମାନେ ବଡ଼ ହୋଇ ପାଲଟିଯାଆନ୍ତି ପୁଅ! ବୈଜ୍ଞାନିକ ମଧ୍ୟ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ: କୋଳରୁ ପୁଅ କି ଝିଅ ଜନ୍ମ ହେବ, ତାହା ତ ଭଗବାନଙ୍କ ହାତରେ ଥାଏ । ଜନ୍ମ ହେବା ମାତ୍ରେ ଆମର ଲିଙ୍ଗ ନିଶ୍ଚିତ ହୋଇଯାଏ । କିନ୍ତୁ ମଣିଷ ଏପରି ଜ୍ଞାନକୌଶଳ ସୃଷ୍ଟି କରିଛି ଯେ, ଏବେ ସର୍ଜରୀ ମାଧ୍ୟମରେ ଲିଙ୍ଗ ପରିବର୍ତ୍ତନ କରାଯାଉଛି । କିନ୍ତୁ ଆପଣ ଜାଣନ୍ତି କି, ପୃଥିବୀରେ ଏପରି ଏକ ଗାଁ ରହିଛି, ଯେଉଁଠାରେ ବୟସ ବଢ଼ିବା ସହିତ ଝିଅମାନେ ବିନା ସର୍ଜରୀରେ ପୁଅ ହୋଇଯାଉଛନ୍ତି ।

ଡୋମିନିକନ ରିପବ୍ଲିକରେ ଏକ ଗାଁ ଏପରି ରହିଛି, ଯେଉଁଠାରେ ଝିଅମାନେ କିଛି ନିଦ୍ଧିଷ୍ଟ ବୟସରେ ପୁଅ ପାଲଟିଯାଆନ୍ତି । ସୂଚନା ଅନୁସାରେ, ଡୋମିନିକନ ରିପବ୍ଲିକ ଦେଶରେ ‘ଲା ସେଲିମାନ’ ନାମକ ଗୋଟିଏ ଗାଁ ରହିଛି । ସେଠାରେ ଝିଅମାନଙ୍କର ଗୋଟିଏ ନିର୍ଦ୍ଧିଷ୍ଟ ବୟସରେ ପହଞ୍ଚିଯିବା ସେମାନଙ୍କର ଲିଙ୍ଗ ପରିବର୍ତ୍ତନ ହୁଏ । ଏହା ପରେ ସେଠାକାର ଝିଅମାନେ ପୁଅ ହୋଇଯାଆନ୍ତି । ଏହି କାରଣ ଯୋଗୁଁ ଲୋକମାନେ ସେହି ଗାଁକୁ ଅଭିଶପ୍ତ ଗାଁ କୁହନ୍ତି । ବୈଜ୍ଞାନିକମାନେ ମଧ୍ୟ ଆଜି ପର୍ଯ୍ୟନ୍ତ ଏହାର କାରଣ ଜାଣିବାକୁ ଅସମର୍ଥ ହୋଇଛନ୍ତି ।

ତେବେ ସେଠାକାର ଲୋକଙ୍କ କହିବା ମୁତାବକ, ଅନେକ ଝିଅଙ୍କୁ ପ୍ରାୟ ୧୨ ବର୍ଷ ବୟସ ହେବା ବେଳକୁ ସେମାନେ ଧିରେ ଧିରେ ପୁଅରେ ପରିଣତ ହୁଅନ୍ତି । ଗାଁର ଅନେକ ଲୋକଙ୍କ ବିଶ୍ୱାସ ରହିଛି କି, ସେଠାରେ କୌଣସି ଅଦୃଶ୍ୟ ଶକ୍ତି ରହିଛି । ଏହିପରି ଛୁଆଙ୍କୁ ‘ଗ୍ୱେଦୋଚେ’ କୁହାଯାଉଛି । ସ୍ଥାନୀୟ ଭାଷାରେ ଏହି ଶବ୍ଦର ଅର୍ଥ ହେଉଛି କିନ୍ନର । ଡାକ୍ତରଙ୍କ କହିବା ମୁତାବକ, ଏହି ରୋଗ ଏକ ଆନୁବଂଶିକ ବିକାର ଓ ସ୍ଥାନୀୟ ଭାଷାରେ ଏଥିରେ ପୀଡିତ ଛୁଆଙ୍କୁ ‘pseudohermaphrodite’ କୁହାଯାଏ ।

Get real time updates directly on you device, subscribe now.