fbpx

କାନ୍ଧାରରେ ଆତ୍ମଘାତୀ ବିସ୍ଫୋରଣ; ୨୧ ଜଣଙ୍କ ମୃତ୍ୟୁ ପାଇଁ ଆଇଏସଆଇଏସ୍ ଦାୟୀ

ନୂଆଦିଲ୍ଲୀ: ଆଫଗାନିସ୍ତାନର ଦକ୍ଷିଣ ସହର କାନ୍ଧାରରେ ହୋଇଥିବା ଆତ୍ମଘାତୀ ବିସ୍ଫୋରଣ ପାଇଁ ଇସ୍ଲାମିକ ଷ୍ଟେଟ୍ (ଆଇଏସ୍) ନିଜକୁ ଦାୟୀ କରିଛି। ଗୁରୁବାର ହୋଇଥିବା ଏହି ବିସ୍ଫୋରଣରେ ୨୧ ଜଣଙ୍କ ମୃତ୍ୟୁ ଘଟିଛି। ଆଫଗାନିସ୍ତାନର ତାଲିବାନ ସରକାର କହିଛନ୍ତି ଯେ ସହରର ବ୍ୟାଙ୍କରେ ଆତ୍ମଘାତୀ ବିସ୍ଫୋରଣ ହୋଇଛି।

ଏହି ବିସ୍ଫୋରଣ ପାଇଁ ଆଇଏସ୍ ନିଜକୁ ଦାୟୀ କରି କହିଛି ଯେ ତାଲିବାନକୁ ଟାର୍ଗେଟ କରୁଛି। ଆଇଏସ୍ ର ଅମାକ୍ ନ୍ୟୁଜ୍ ଏଜେନ୍ସି କହିଛି ଯେ ଆକ୍ରମଣକାରୀମାନେ ପ୍ରାୟ ୧୫୦ ତାଲିବାନ ସଦସ୍ୟଙ୍କ ମଧ୍ୟରେ ବିସ୍ଫୋରଣ କରିଥିଲେ।

ଚଳିତ ବର୍ଷ ଆଫଗାନିସ୍ତାନରେ ଏହା ବୋଧହୁଏ ସବୁଠାରୁ ବଡ଼ ବିସ୍ଫୋରଣ। ସରକାରୀ କର୍ମଚାରୀମାନେ ଦରମା ନେବା ପାଇଁ ଧାଡ଼ିରେ ଠିଆ ହୋଇଥିବା ବେଳେ ବ୍ୟାଙ୍କ ଶାଖାରେ ଏହି ବିସ୍ଫୋରଣ ଘଟିଛି।

ଯଦିଓ ତାଲିବାନ ସରକାର ମୃତକଙ୍କ ସଂଖ୍ୟା ମାତ୍ର ୩ ବୋଲି ଘୋଷଣା କରିଛନ୍ତି, ତଥାପି କାନ୍ଦାହାରର ସର୍ବବୃହତ ଡାକ୍ତରଖାନା ମିର୍ୱାଇସ୍ ହସ୍ପିଟାଲର ଜଣେ ଡାକ୍ତର ନାମ ଗୋପନ ରଖିବା ସର୍ତ୍ତରେ ବିବିସିକୁ କହିଛନ୍ତି ଯେ ବିସ୍ଫୋରଣରେ ୨୧ ଜଣଙ୍କ ମୃତ୍ୟୁ ଘଟିଛି ଏବଂ ଅତି କମରେ ୫୦ ଜଣ ଆହତ ହୋଇଛନ୍ତି।

 

Get real time updates directly on you device, subscribe now.