fbpx

ଚାକିରି ଚାଲିଯିବାରୁ ହାରିଲେ ପ୍ରାଣ!

ଢେଙ୍କାନାଳ,୪ ।୧୨(ଓଡିଶା ଭାସ୍କର): ଢେଙ୍କାନାଳ ଯୋଜନା ଓ ପର୍ଯ୍ୟବେକ୍ଷଣ ସରକାରୀ କ୍ୱାର୍ଟରରୁ ଠିକା ପିଅନଙ୍କ ମୃତ ଦେହ ଉଦ୍ଧାର କରିଛି ପୋଲିସ । ବେକରେ ଗାମୁଛା ବନ୍ଧା ଝରକା ରେଲିଂରୁ ପିଅନ ସୂର୍ଯ୍ୟକାନ୍ତ ସ୍ୱାଇଁଙ୍କ ଝୁଲନ୍ତା ମୃତଦେହ ଠାବ କରାଯାଇଛି । ମୃତ ଯୁବକ ଜିଲ୍ଲା ଯୋଜନା କାର୍ଯ୍ୟଳୟରେ ଗତ ୧୨ ବର୍ଷ ହେବ ଠିକା ପିଅନ ଭାବେ କାମ କରୁଥିଲେ । ବାପାଙ୍କ ମୃତ୍ୟୁ ପରେ ପିଅନ ଭାବେ ତାଙ୍କୁ ନିଯୁକ୍ତି ମିଳିଥିଲା । କିନ୍ତୁ କରୋନା ଯୋଗୁଁ ଗତ ମାର୍ଚ୍ଚ ମାସରେ ତାଙ୍କୁ ଚାକିରିରୁ ଛଟେଇ କରାଯାଇଥିଲା । ଚାକିରି ଚାଲିଯିବାରୁ ସେ ଆତ୍ମହତ୍ୟା କରିଥିବା ମୃତକଙ୍କ ପତ୍ନୀ କହିଛନ୍ତି । ତେବେ ମୃତଦେହ ତଳେ ଲାଗିଥିବାରୁ ମୃତ୍ୟୁର କାରଣ ନେଇ ଭିନ୍ନ ଚର୍ଚ୍ଚା ହେଉଛି । ଘଟଣାସ୍ଥଳରେ ଟାଉନ ପୋଲିସ ଓ ସାଇଣ୍ଟିଫିକ ଟିମ ପହଞ୍ଚି ତଦନ୍ତ କରୁଛନ୍ତି ।

Get real time updates directly on you device, subscribe now.