fbpx

ନାବାଳିକାଙ୍କ ସନ୍ଦେହ ଜନକ ଆତ୍ମହତ୍ୟା, କାରଣ ଅସ୍ପଷ୍ଟ ।

ପଡିଆ/କାଲିମେଳା,୧୩/୦୨:- ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକର ଏମ୍.ଭି:- ୭୯ ଥାନା ଅନ୍ତର୍ଗତ ଏମ୍.ପି.ଭି:- ୮୨ ନଂ ଗ୍ରାମରେ ଦେଖିବାକୁ ମିଳିଛି ଏହିପରି ଏକ ଅଭାବନୀୟ ଘଟଣା । ଉକ୍ତ ନାବାଳିକା ଜଣକ କହିଛନ୍ତି ଏମ୍.ପି.ଭି:- ୮୨ ଗ୍ରାମର ମହାନନ୍ଦ ମଣ୍ଡଳଙ୍କ ଝିଅ ସୁପର୍ଣ୍ଣା ମଣ୍ଡଳ (୧୬) । ମିଳିଥିବା ସୂଚନା ଅନୁଯାୟୀ ଝିଅଟି ତାଙ୍କ ବଡ ଭାଇଙ୍କ ଘର କୁଇନାନପାଲିର ଏମ୍.ପି.ଭି:- ୭୩ ଗ୍ରାମରେ ରହୁଥିଲେ । ସୂଚନା ଅନୁଯାୟୀ ଗତକାଲି ରାତି ପ୍ରାୟ ୧୦ ଟା ସମୟରେ ତାଙ୍କ ଭାଇ ଦେଖିଲେ ଯେ ସାନ ଭଉଣୀର ଶୋଉଥିବା ବେଡରୁମର କବାଟ ଖୋଲା ଅଛି, ସେ କିଛି ସମୟ ପରେ ଉକ୍ତ ରୁମକୁ ଯାଇ ଦେଖିଲାବେଳକୁ ତାଙ୍କ ଭଉଣୀ ଘରେ ନ ଥିଲେ । ସେ ସଙ୍ଗେ ସଙ୍ଗେ ଆଖପାଖ ଲୋକଙ୍କୁ ପଚାରିଲେ ଓ ସବୁଆଡେ ବହୁତ
ଖୋଜାଖୋଜି ମଧ୍ୟ କଲେ ହେଲେ ତାର କୌଣସି ସନ୍ଧାନ ମିଳି ପାରି ନ ଥିଲା । ପରେ ତାଙ୍କ ଭାଇ ଦେଖିଲେ ଯେ ତାଙ୍କ ଗାଧୋଇବା ରୁମ ଭିତରୁ କବାଟ ବନ୍ଦ କରାଯାଇଥିଲା । ସେ ଯେତେ ଡାକିଲେ ମଧ୍ୟ କୌଣସି ଉତ୍ତର ମିଳୁନଥିଲା ବୋଲି କବାଟ ଭାଙ୍ଗି ଭିତରକୁ ଗଲା ପରେ ଦେଖିଲେ ଯେ ତାଙ୍କ ଭଉଣୀ ବାଥରୁମର ସ୍ୱାବର୍ ସହ ନିଜ ଓଢଣୀରେ ଫାଶୀ ଲଗାଇ ଆତ୍ମହତ୍ୟା କରିଛନ୍ତି । ଏ ନେଇ ଝିଅର ପରିବାର ଲୋକେ ସ୍ଥାନୀୟ ଏମ୍.ଭି:- ୭୯ ଥାନାକୁ ଆସି ଏକ ଲିଖିତ ଏତଲା ପ୍ରଦାନ କରିଥିଲେ, ଏହାକୁ ଭିତ୍ତି କରି ଏମ୍.ଭି:- ୭୯ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୃତ ନାବାଳିକାଙ୍କ ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ କାଲିମେଳା ମେଡିକାଲକୁ ପଠାଇଥିଲେ ଓ ପରେ ଶବକୁ ପରିବାର ଲୋକଙ୍କୁ ଶବ ଦାହ ପାଇଁ ହସ୍ତାନ୍ତର କରାଯାଇଥିଲା । ଉକ୍ତ ଘଟଣାର ତଦନ୍ତ ଆରମ୍ଭ କରିବା ପାଇଁ ଥାନା ଅଧିକାରୀ ଏକ ଅପମୃତ୍ୟୁ ମାମଲା ରୁଜ୍ଜୁ କରିଥିଲେ କେସ ନଂ:- ୦୪ ଦଫା ତା:- ୧୩/୦୨/୨୦୨୧ । ତେବେ ନାବାଳିକା ଜଣକଙ୍କ ଏପରି ହଠାତ ମୃତ୍ୟୁରେ ପରିବାର ଉପରେ ଏକ ଶୋକର ଛାୟା ଖେଳିଯାଇଛି, ଉକ୍ତ ଘଟଣାର ସମ୍ପୂର୍ଣ୍ଣ କାରଣ ସ୍ପଷ୍ଟ ପ୍ରମାଣିତ ହୋଇ ନ ଥିବାରୁ ପ୍ରକୃତ ଘଟଣା ଜଣା ପଡ଼ିନାହିଁ ବୋଲି ସ୍ଥାନୀୟ ଏ.ଏସ.ଆଇ ନରସିଂହ ମାଝୀ ସୂଚନା ଦେଇଛନ୍ତି ।

Get real time updates directly on you device, subscribe now.