fbpx

ପିଏମ୍‌ଓ ଅଫିସର ବୋଲି ପରିଚୟ ଦେଇ ପୁଳା ପୁଳା ଟଙ୍କା ଠକିଥିଲା ମହାଠକ ସୁକେଶ

ନୂଆଦିଲ୍ଲୀ: ମନି ଲଣ୍ଡ୍ରିଂ ମାମଲାରେ ଗିରଫ ହୋଇଥିବା ମହାଠକ ସୁକେଶ ଚନ୍ଦ୍ରଶେଖରର ଏବେ ଗୋଟିଏ ପରେ ଗୋଟିଏ ଗୁମର ସାମନାକୁ ଆସୁଛି । ବଡବଡିଆଙ୍କୁ କିପରି ନିଜ ଜାଲରେ ଫସାଇ ଲୁଟୁଥିଲା ତା ଉପରୁ ଏବେ ପରଦା ହଟିବାରେ ଲାଗିଛି । ଏପରିକି ନିଜକୁ ପିଏମ୍‌ଓ ଅଫିସରର ପରିଚୟ ଦେଇ ସେ ପୁଳା ପୁଳା ଟଙ୍କା ଠକି ନେଇଥିବା ଅଭିଯୋଗ ହୋଇଛି । ଇଡି ପକ୍ଷରୁ ମିଳିଥିବା ସୂଚନା ମୁତାବକ, ରାନ୍‌ବ୍ୟାକ୍ସି କମ୍ପାନୀର ମାଲିକ ଶିବେନ୍ଦ୍ର ସିଂଙ୍କ ପତ୍ନୀ ଆଦିତି ସିଂଙ୍କୁ ମଧ୍ୟ ସେ ନିଜ ଜାଲରେ ଫସାଇଛନ୍ତି । ସୁକେଶ ସ୍ୱର ବଦଳାଇ ଟଙ୍କା ଲୁଟିବା ପାଇଁ ଆଦିତ୍ୟ ସିଂଙ୍କ ସହ କଥା ହୋଇଥିଲେ।

ଏହି ମାମଲାର ଖୁଲାସା ପରେ ସୁକେଶ ଚନ୍ଦ୍ରଶେଖର ଏବଂ ଆଦିତ୍ୟ ସିଂଙ୍କୁ ଇଡି ପ୍ରଶ୍ନ କରିଛି । ସୁକେଶ ସ୍ୱର ବଦଳାଇ କହିଥିଲା, ସେ ପିଏମଓରେ କାମ କରୁଥିଲେ । ସେ ଆଦିତିଙ୍କୁ ଟେଲିଗ୍ରାମରେ କଥା ହେବାକୁ କହିଥିଲେ। କିନ୍ତୁ ହ୍ୱାଟସ୍‌ ଆପ୍ ଜରିଆରେ ତାଙ୍କ ଭଉଣୀ ସହ କଥାବାର୍ତ୍ତା କରୁଥିବା ନେଇ ଇଡି ଖୁଲାସା କରିଛି । ସୁକେଶ ଚନ୍ଦ୍ରଶେଖର ଆଦିତି ସିଂଙ୍କ ସହ ଗୃହ ସଚିବ ଅଜୟ କୁମାର ଭଲ୍ଲାଙ୍କ ସ୍ୱରରେ ଅନେକ ଥର କଥା ହୋଇଛନ୍ତି ।

ଶୁକ୍ରବାର ଦିନ, ଇଡି ଏହି ବିଷୟରେ ଉଭୟଙ୍କୁ ସାମ୍ନାସାମ୍ନି ପ୍ରଶ୍ନ କରିଥିଲା। ଏଥିରୁ ଜଣାପଡିଥିଲା ଯେ, ଜୁନ୍‌ ୨୦୨୦ରୁ ୨୦୨୧ ଜୁଲାଇ ୭ ତାରିଖ ଯାଏଁ ଅଦିତିଙ୍କ ସହ ସୁକେଶ କଥାବାର୍ତ୍ତା କରିଛି। ନିଜକୁ ଗୃହସଚିବ ଅଭିନୟ ଭଲ୍ଲାଙ୍କ ପରିଚୟ ଦେଇ ସୁକେଶ କଥା ହେଉଥିଲା। କେବଳ ସେତିକି ନୁହେଁ ଅନୁପ କୁମାର ରୂପେ ମଧ୍ୟ ନିଜ ସ୍ୱର ବଦଳାଇ ସେ କଥା ହୋଇଥିଲା। ସେ ଅଦିତିଙ୍କୁ ପିଏମ୍‌ଓ ଅଫିସରେ କାମ କରୁଥିବା କହିଥିଲା।

୨୦୦ କୋଟି ଟଙ୍କା ବଟି ଆଦାୟ ମାମଲାରେ ଇଡି ସୁକେଶ ଚନ୍ଦ୍ରଶେଖରଙ୍କୁ ପଚରା ଉଚରା କରୁଛି । ଏହି ମାମଲାରେ ଅନେକ ବଲିଉଡ ସେଲେବ୍ରିଟି ଫିସିପାରନ୍ତି ବୋଲି ଅଶାଙ୍କା ରହିଛି। ଜ୍ୟାକ୍‌ଲିନ୍‌ଙ୍କ ଠାରୁ ଆରମ୍ଭ କରି ଦୋରା, ଶ୍ରଦ୍ଧା ଏବଂ ଶିଳ୍ପା ଅନେକ ବଡ ବଡ ସେଲେବ୍ରିଟିଙ୍କ ନାଁ ସାମ୍ନାକୁ ଆସିଛି। ଏହାବ୍ୟତୀତ ଯେଉଁ କଏଦୀମାନଙ୍କୁ ସୁକେଶ ସହଯୋଗ କରିଛି ସେହିମାନେ ମଧ୍ୟ ଇଡି ରାଡାରରେ ଅଛନ୍ତି। ସେମାନଙ୍କୁ ମଧ୍ୟ ପଚରାଉଚରା କରାଯିବ।

 

Get real time updates directly on you device, subscribe now.