fbpx

ସମ୍‌ ହସ୍ପିଟାଲକୁ ଆଉ ଏକ ସଫଳତା,  3 ଦିନରେ କୋମାରୁ ନୂଆ ଜୀବନ ପାଇଲେ ରୋଗୀ

ଭୁବନେଶ୍ୱର: ସମ୍‌ ହସ୍ପିଟାଲକୁ ଆଉ ଏକ ସଫଳତା । 3 ଦିନରେ କୋମାରୁ ନୂଆ ଜୀବନ ପାଇଲେ ରୋଗୀ । ସମ୍ ହସ୍ପିଟାଲ ସ୍ନାୟୁ ରୋଗ ବିଶେଷଜ୍ଞ ଡାକ୍ତର ସୂର୍ଯ୍ୟପ୍ରକାଶ ଚୌଧୁରୀଙ୍କ ଆଉ ଏକ ବିରଳ ସଫଳତା ।

ସମ୍ବଲପୁର କେତନ ସେଟ ନାମକ 25 ବର୍ଷୀୟ ଯୁବକ 22 ସେପ୍ଟେମ୍ବର ରାତିରେ ଝାରସୁଗୁଡ଼ା ସୁନ୍ଦରଗଡ଼ ରାଜ୍ୟ ରାଜପଥରେ ସଡ଼କ ଦୁର୍ଘଟଣାର ଶିକାର ହୋଇଥିଲେ । ତାଙ୍କର ମୁହଁ ଅଧିକାଂଶ ହାଡ଼ ଭାଙ୍ଗିବା ସହ ବାମ ଆଖି ସମ୍ପୂଣ୍ଣ ନଷ୍ଟ ହୋଇଯାଇଥିଲା । ପରିବାର ଲୋକ କେତନଙ୍କ ଚିକିତ୍ସା ପାଇଁ ବୁର୍ଲାଠାରୁ ଆରମ୍ଭ କରି ଭୁବେନଶ୍ୱରର ବିଭିନ୍ନ ହସ୍ପିଟାଲେର ଦଶ ଦିନ ଧରି ବୁଲିଥିଲେ ମଧ୍ୟ ତାଙ୍କର ଚେତା ଫେରିନଥିଲା କିମ୍ବ ସ୍ୱାସ୍ଥ୍ୟରେ ଉନ୍ନତି ହୋଇନଥିଲା । ଶେଷରେ ବଞ୍ଚିବାର କ୍ଷୀଣ ଆଶାନେଇ କିଛି ସ୍ଥାନୀୟ ଲୋକ ଏବଂ ସୋସିଆଲ ମିଡିଆ ସହାୟତାରେ ସମ ହସ୍ପିଟାଲ ବରିଷ୍ଠ ସ୍ନାୟୁ ରୋଗ ବିରେଷଜ୍ଞ ଡଃ ସୂର୍ଯ୍ୟପ୍ରକାଶ ଚୌଧୁରୀଙ୍କ ନେତୃତ୍ୱରେ ଚିକିତ୍ସା ଆରମ୍ଭ ହୋଇଥିଲା । ମୁହଁ ଏବଂ ମସ୍ତିଷ୍କରେ ଗୁରୁତର ଆଘାତ ଯୋଗୁଁ ସେ ସମ୍ପୂର୍ଣ୍ଣ ଭାବେର କୋମାକୁ ଚାଲିଯାଇଥିବା ନେଇ କହିଥିେଲ ଡାକ୍ତର ।

ପରୀକ୍ଷା ନିରୀକ୍ଷା ପରେ ଜଣା ପଡିଥିଲା ମସ୍ତିସ୍କ ଭିତର ପ୍ରଚୁର ରକ୍ତ ସ୍ରାବ ହୋଇ ଚାଲିଛି  (TRUAMATIC BRAIN INJURY AND MULTIPIL HEMORRHAGES)  । ICU ଓ ଭେଣ୍ଟିଲେଟର ସହ ଅତ୍ୟାଧୁନିକ ଜଟିଳ ପଦ୍ଧତିରେ ସମ୍‌ ହସ୍ପିଟାଲରେ ତାଙ୍କର ଚିକିତ୍ସା କରାଯାଇଥିଲା ଏବଂ ମାତ୍ର ତିନିଦିନରେ ସେ ସୁସ୍ଥ ହୋଇଥିଲେ ଆଉ ନୂଆ ଜୀବନ ପାଇଥିଲେ କେତନ । ଏଥିପାଇଁ କେତନଙ୍କ ପରିବାର ଲୋକ ଡାକ୍ତର ଚୌଧୁରୀଙ୍କୁ କୃତଜ୍ଞତା ଜଣାଇଛନ୍ତି । ଏଥିରେ ନିଜର ପ୍ରତିକ୍ରିୟା ରଖି ଡାକ୍ତର ଚୌଧୁରୀ କହିଛନ୍ତି ’ଯଦିଓ କେତନକୁ ବଞ୍ଚାଇବା ଆମ ପାଇଁ କଷ୍ଟକର ଓ ଜଟିଳ ଥିଲା କିନ୍ତୁ ଅସମ୍ଭବ ନଥିଲା” ଏବଂ ଏଥି ପାଇଁ ସେ ଡାକ୍ତର ଇଶ୍ୱର ବେହେରାଙ୍କ ସହ ଅନ୍ୟ ଡାକ୍ତର ଓ ସ୍ୱାସ୍ଥ୍ୟ କର୍ମୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

Get real time updates directly on you device, subscribe now.