ଓଡିଶା ଭାସ୍କର :ରାଜ୍ୟରେ ଖରାର ତାପମାତ୍ରା ଦିନକୁ ଦିନ ବଢ଼ିବାରେ ଲାଗିଛି। ଗରମ ଓ ଗୁଳୁଗୁଳି ପାଇଁ ୨୮୨ ଜଣ ଲୋକ ଅସୁସ୍ଥ ହୋଇପଡିଲେଣି। ସମ୍ବଲପୁରରେ ସର୍ବାଧିକ ୮୩ ଜଣ ଅସୁସ୍ଥ। ଝାରସୁଗୁଡାରେ ୭୨ଏବଂ ମୟୂରଭଞ୍ଜରେ ୪୨ ଜଣ ଅସୁସ୍ଥ ।
ବାଲେଶ୍ବର ରେ ୨୪ ସୋନପୁରରେ ୧୭,ଦେବଗଡ଼ରେ ୧୫, ବଲାଙ୍ଗୀରରେ ଜଣଙ୍କର ଅଂଶୁଘାତରେ ମୃତ୍ୟୁ ଅଭିଯୋଗ ଆସିଛି। ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ନୀଳକଣ୍ଠ ମିଶ୍ରଙ୍କ ସୂଚନା ଅନୁଯାୟୀ ଦିନ ୧୦ଟା ପରେ ଖରାକୁ ନ ବାହାରିବା ପାଇଁ ପରାମର୍ଶ।
ଗତ ୩ ଦିନ ହବ ୪୦ ଡିଗ୍ରୀ ଉପରେ ରହିଛି ରାଜଧାନୀ ତାତି। ଘରୁ ପାଦ କାଢ଼ିବାକୁ ହେଲେ ଓଦା ଗାମୁଛା ସହ ପାଣି ବୋତଲ ସାଙ୍ଗରେ ଧରି ବାହାରିବାକୁ ପଡୁଛି ।ବାୟୁମଣ୍ଡଳରେ ଆଦ୍ରତା ପରିମାଣ ଅଧିକ ରହିବା ହେତୁ ପ୍ରବଳ ଗରମ ଓ ଗୁଳୁଗୁଳି ଅନୁଭୂତ ହେଉଛି।
୧୫ ତାରିଖ ପର୍ଯ୍ୟନ୍ତ ରାଜ୍ୟର ଅଧିକାଂଶ ଜିଲ୍ଲାରେ ପ୍ରବଳ ଗରମ ଅନୂଭୁତ ହେବ ବୋଲି ଆକଳନ କରିଛି ପାଣିପାଗ ବିଭାଗ । ଆଗାମୀ ୩ ଦିନ ପର୍ଯ୍ୟନ୍ତ ୨ ରୁ ୩ ଡିଗ୍ରୀ ବଢିବ ଦିନ ତାପମାତ୍ରା।